ଗାଡି ଯାଞ୍ଚ ବେଳେ ଧରାପଡ଼ିଲା ଗଞ୍ଜେଇ: ୨ ଯାତ୍ରୀ ସମେତ ଅଟୋ ଚାଳକଙ୍କୁ ପୋଲିସର ପଚରାଉଚରା

ଦାରିଙ୍ଗବାଡି,୧୪।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ୫୯ ନମ୍ବର ଜାତୀୟ ରାଜପଥରେ ଏସଏସ୍‌ଟି ଟିମର ଗାଡି ଯାଞ୍ଚ ବେଳେ ୨ ପ୍ୟାକେଟ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ଓ ଏସଏସଟି ଟିମ୍‌ ୨ଜଣ ଯାତ୍ରୀ ଏବଂ ଅଟୋ ଚାଳକଙ୍କୁ ଥାନାକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଯୋଗ୍ୟ, କନ୍ଧମାଳରେ ୨୦ ତାରିଖରେ ନିର୍ବାଚନ ହେବ। ଏନେଇ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ଉଭୟ ଜିଲା […] The post ଗାଡି ଯାଞ୍ଚ ବେଳେ ଧରାପଡ଼ିଲା ଗଞ୍ଜେଇ: ୨ ଯାତ୍ରୀ ସମେତ ଅଟୋ ଚାଳକଙ୍କୁ ପୋଲିସର ପଚରାଉଚରା appeared first on Dharitri Odia News.

ଗାଡି ଯାଞ୍ଚ ବେଳେ ଧରାପଡ଼ିଲା ଗଞ୍ଜେଇ: ୨ ଯାତ୍ରୀ ସମେତ ଅଟୋ ଚାଳକଙ୍କୁ ପୋଲିସର ପଚରାଉଚରା

ଦାରିଙ୍ଗବାଡି,୧୪।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ୫୯ ନମ୍ବର ଜାତୀୟ ରାଜପଥରେ ଏସଏସ୍‌ଟି ଟିମର ଗାଡି ଯାଞ୍ଚ ବେଳେ ୨ ପ୍ୟାକେଟ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ଓ ଏସଏସଟି ଟିମ୍‌ ୨ଜଣ ଯାତ୍ରୀ ଏବଂ ଅଟୋ ଚାଳକଙ୍କୁ ଥାନାକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଯୋଗ୍ୟ, କନ୍ଧମାଳରେ ୨୦ ତାରିଖରେ ନିର୍ବାଚନ ହେବ। ଏନେଇ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ଉଭୟ ଜିଲା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ଏହି ପରିପ୍ରେକ୍ଷୀରେ ୨ଟି ଟିମ୍‌ ତଥା ଫ୍ଲାଇଂ ସ୍କ୍ବାଡ୍‌ ଏବଂ ଏସ୍‌ଏସଟି ଟିମ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ କରାଯାଉଛି। ସେହିପରି ନିର୍ବାଚନ ସମୟରେ ଗଞ୍ଜେଇ ଚାଲାଣ ଆଦିକୁ ରୋକିବାକୁ ପୋଲିସ ଦୃଢ଼ ପଦକ୍ଷେପ ନେଇଛି। ଏହି କ୍ରମରେ ପ୍ରତିଦିନ ଭଳି ମଙ୍ଗଳବାର ରାଜପଥର ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା-ସୁଲୁମାହା ମଝି ରାସ୍ତାରେ ନାକା ଲଗାଇ ଏସଏସଟି ଟିମର ଗାଡି ଯାଞ୍ଚ ବେଳେ ସିମନବାଡିରୁ ଦାରିଙ୍ଗବାଡି ଯାଉଥିବା ଏକ ଯାତ୍ରୀବାହୀ ଅଟୋକୁ ଅଟକା ଯାଇଥିଲା। ଯାଞ୍ଚ ବେଳେ ଅଟୋରେ ଥିବା ଏକ ବ୍ୟାଗରୁ ୨ ପ୍ୟାକେଟ ଗଞ୍ଜେଇ ମିଳିଥିଲା।

ଏନେଇ ଟିମ୍‌ ମୁଖ୍ୟ ସୀତାଂଶୁ ମଲିକ ଦାରିଙ୍ଗବାଡି ଥାନାକୁ ଜଣାଇଥିଲେ। ଖବର ପାଇ ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ଏଏସ୍‌ଆଇ ଶ୍ରୀନିବାସ ରାଓ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଟୋ ଚାଳକ ଏବଂ ୨ ଯାତ୍ରୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛନ୍ତି।

ତେବେ ଅଟୋ ଚାଳକ ଜଣକ ଗଞ୍ଜେଇ ଯାତ୍ରୀଙ୍କ ବୋଲି କହୁଥିବା ବେଳେ ଯାତ୍ରୀମାନେ ତାଙ୍କ ବ୍ୟାଗ ହୋଇ ନ ଥିବା କହିଛନ୍ତି। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଖବର ଲେଖି ହେବା ସୁଦ୍ଧା ଗଞ୍ଜେଇ କାହାର ସ୍ପଷ୍ଟ ହୋଇ ହୋଇନାହିଁ।

The post ଗାଡି ଯାଞ୍ଚ ବେଳେ ଧରାପଡ଼ିଲା ଗଞ୍ଜେଇ: ୨ ଯାତ୍ରୀ ସମେତ ଅଟୋ ଚାଳକଙ୍କୁ ପୋଲିସର ପଚରାଉଚରା appeared first on Dharitri Odia News.