ଗାଡିରେ ଚାଲାଣ କରୁଥିଲେ ଗଞ୍ଜେଇ, ପୋଲିସ ପାଟ୍ରୋଲିଂ ଶୁଣି ମାଫିଆ ଫେରାର

ବୌଦ୍ଧ ୩/୭: ଗାଡିରେ ଗଞ୍ଜେଇ ବୋଝେଇ କରି ଆସୁଥିଲେ ମାଫିଆ । ପୋଲିସକୁ ଦେଖି ଗଞ୍ଜେଇ ବସ୍ତା ରାସ୍ତାରେ ଫିଙ୍ଗି ମାଫିଆ ଫେରାର । ବୌଦ୍ଧ ଆଦର୍ଶ ଥାନା ଝାଙ୍କରପଡା ଗାଁ ରାସ୍ତା କଡରୁ ୨କ୍ବିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ । ଝାଙ୍କରପଡା-ବହିରାରାସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲା ପୋଲିସ । ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଏକ ଟିମ୍‌ ଗଠନ କରି ଚଢାଉ କରିଥିଲେ । ଆଉ ପୋଲିସକୁ ଦେଖି ଗଞ୍ଜେଇ ବସ୍ତା ରାସ୍ତା କଡକୁ ଫିଙ୍ଗି ଚମ୍ପଟ ମାରିଛନ୍ତି ମାଫିଆ । ପୋଲିସ ଗଞ୍ଜେଇ ବସ୍ତା ଜବତ କରି ମାମଲା ରୁଜୁ କରିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ହେବ ।  