ଗାଣ୍ଡୁଆ ଚଉରା ଛକ ନିକଟରେ ହଣାହଣି, ଚିକିତ୍ସାଳୟରେ ଭର୍ତ୍ତି ହେଲେ ଆହତ

ପୁରୀ : ମଇଳା ପାଣି ପକାଇବାକୁ ନେଇ ପୁରୀ ଟାଉନ ଥାନା ଗାଣ୍ଡୁଆ ଚଉରା ଛକ ନିକଟରେ ଯାଦବ ପ୍ରତିହାରୀ ଓ ଜଗନ୍ନାଥ ସିଂହାରୀଙ୍କ ମଧ୍ୟରେ ହଣାହଣି । ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାଦବଙ୍କ ମା ଓ ଦାଦା ମଧ୍ୟ ଆହତ ହୋଇଛନ୍ତି । ୨ ଜଣ ମେଡିକାଲରେ ଥିବା ବେଳେ ଅନ୍ୟ ଦୁଇଜଣ ଚିକିତ୍ସିତ ହୋଇଛନ୍ତି  l ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି  । ମଣିକର୍ଣ୍ଣିକା ସାହିର […] The post ଗାଣ୍ଡୁଆ ଚଉରା ଛକ ନିକଟରେ ହଣାହଣି, ଚିକିତ୍ସାଳୟରେ ଭର୍ତ୍ତି ହେଲେ ଆହତ appeared first on KNews Odisha.

ଗାଣ୍ଡୁଆ ଚଉରା ଛକ ନିକଟରେ ହଣାହଣି, ଚିକିତ୍ସାଳୟରେ ଭର୍ତ୍ତି ହେଲେ ଆହତ
puri

ପୁରୀ : ମଇଳା ପାଣି ପକାଇବାକୁ ନେଇ ପୁରୀ ଟାଉନ ଥାନା ଗାଣ୍ଡୁଆ ଚଉରା ଛକ ନିକଟରେ ଯାଦବ ପ୍ରତିହାରୀ ଓ ଜଗନ୍ନାଥ ସିଂହାରୀଙ୍କ ମଧ୍ୟରେ ହଣାହଣି । ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାଦବଙ୍କ ମା ଓ ଦାଦା ମଧ୍ୟ ଆହତ ହୋଇଛନ୍ତି । ୨ ଜଣ ମେଡିକାଲରେ ଥିବା ବେଳେ ଅନ୍ୟ ଦୁଇଜଣ ଚିକିତ୍ସିତ ହୋଇଛନ୍ତି  l

ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି  । ମଣିକର୍ଣ୍ଣିକା ସାହିର ୨ ପରିବାର ଲୋକଙ୍କ ମଧ୍ୟରେ ଆକ୍ରମଣ ହୋଇଥିବା ବେଳେ ଗୋଟିଏ ପରିବାରର ଜଗନ୍ନାଥ ସିଂହାରୀ ଓ ଅନ୍ୟ ପକ୍ଷରୁ ଯାଦବ ପ୍ରତିହାରୀ, ତାଙ୍କ ମା ରାଧାମଣୀ ପ୍ରତିହାରୀ ଓ ଯାଦବଙ୍କ ଦାଦା ମୋଟ ୩ ଜଣ ଆହତ ହୋଇଛନ୍ତି । ଯାଦବଙ୍କ ଘର ନିକଟରେ ଥିବା ଏକ ଚା ଦୋକାନକୁ କେନ୍ଦ୍ରକରି ଆକ୍ରମଣ ଘଟଣା ଘଟିଥିବା ଜଣାଯାଇଛି  l

The post ଗାଣ୍ଡୁଆ ଚଉରା ଛକ ନିକଟରେ ହଣାହଣି, ଚିକିତ୍ସାଳୟରେ ଭର୍ତ୍ତି ହେଲେ ଆହତ appeared first on KNews Odisha.