ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ଚାପ କମାଇବା ପାଇଁ ସୁପ୍ରିମକୋର୍ଟ ଆଣିଲେ ଗାଇଡଲାଇନ
ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଜୀବନହାରିବା ଏକ ବ୍ୟବସ୍ଥାପକ ବିଫଳତା ବୋଲି ସୁପ୍ରିମକୋର୍ଟ ମତପ୍ରକାଶ କରିବା ସହିତ ଜୀବନ ହାରିବା ରୋକିବାକୁ ୧୫ ସୂତ୍ରୀ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଦେଶର ସବୁ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟରରେ ଲାଗୁ ହେବ । ସବୁ ଶିକ୍ଷାନୁଷ୍ଠାନରେ ମାନସିକ ସ୍ବାସ୍ଥ୍ୟ କାଉନସେଲିଂ, ଗ୍ରୀଭାନ୍ସ ରିଡ୍ରେସାଲ ସିଷ୍ଟମ କାର୍ଯ୍ୟକ୍ଷମ ଓ ନିୟାମକ ତଦାରଖକୁ ବାଧ୍ୟତାମୂଳକ କରାଯାଇଛି । ଗାଇଡଲାଇନର କାର୍ଯ୍ୟକାରିତା ସଂପର୍କିତ ଅନୁପାଳନ ରିପୋର୍ଟ ୯୦ […] The post ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ଚାପ କମାଇବା ପାଇଁ ସୁପ୍ରିମକୋର୍ଟ ଆଣିଲେ ଗାଇଡଲାଇନ appeared first on KNews Odisha.

ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଜୀବନହାରିବା ଏକ ବ୍ୟବସ୍ଥାପକ ବିଫଳତା ବୋଲି ସୁପ୍ରିମକୋର୍ଟ ମତପ୍ରକାଶ କରିବା ସହିତ ଜୀବନ ହାରିବା ରୋକିବାକୁ ୧୫ ସୂତ୍ରୀ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଦେଶର ସବୁ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟରରେ ଲାଗୁ ହେବ । ସବୁ ଶିକ୍ଷାନୁଷ୍ଠାନରେ ମାନସିକ ସ୍ବାସ୍ଥ୍ୟ କାଉନସେଲିଂ, ଗ୍ରୀଭାନ୍ସ ରିଡ୍ରେସାଲ ସିଷ୍ଟମ କାର୍ଯ୍ୟକ୍ଷମ ଓ ନିୟାମକ ତଦାରଖକୁ ବାଧ୍ୟତାମୂଳକ କରାଯାଇଛି ।
ଗାଇଡଲାଇନର କାର୍ଯ୍ୟକାରିତା ସଂପର୍କିତ ଅନୁପାଳନ ରିପୋର୍ଟ ୯୦ ଦିନ ମଧ୍ୟରେ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ରୋକିବାକୁ ସୁପ୍ରିମକୋର୍ଟଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶନାମା । ଦେଶର ସବୁ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟରରେ ହେବ ଲାଗୁ । ମାନସିକ ସ୍ବାସ୍ଥ୍ୟ କାଉନସେଲିଂ, ଗ୍ରୀଭାନ୍ସ ରିଡ୍ରେସାଲ ସିଷ୍ଟମ କାର୍ଯ୍ୟକ୍ଷମ ଓ ନିୟାମକ ତଦାରଖବାଧ୍ୟତାମୂଳକ । ୯୦ ଦିନ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବେ କେନ୍ଦ୍ର ସରକାର।
ଦେଶରେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଜୀବନହାରିବା ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଜୀବନହାରିବାକୁ ରୋକିବା, ସୁରକ୍ଷା ଓ ମାନସିକ ସମସ୍ୟାର ମୁକାବିଲା ପାଇଁ ୧୫ ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟଙ୍କ ବିଚାରପତି ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗାଇଡଲାଇନ ଜାରି କରିଛନ୍ତି ।
ଏହା ଦେଶର ସମସ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ଆଦିରେ ଲାଗୁ ହେବ । ମାନସିକ ଅବସାଦ, ପାଠପଢ଼ାର ବୋଝ, ପରୀକ୍ଷା ଚାପ ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ଜୀବନ ହାରିବା ସୁପ୍ରିମକୋର୍ଟ କହିଛନ୍ତି । ଏଥିପାଇଁ ସବୁ ଶିକ୍ଷାନୁଷ୍ଠାନରେ ମାନସିକ ସ୍ବାସ୍ଥ୍ୟ କାଉନସେଲିଂ, ଗ୍ରୀଭାନ୍ସ ରିଡ୍ରେସାଲ ସିଷ୍ଟମ କାର୍ଯ୍ୟକ୍ଷମ ଓ ନିୟାମକ ତଦାରଖକୁ ବାଧ୍ୟତାମୂଳକ କରାଯାଇଛି ।
ମାନସିକ ସ୍ୱାସ୍ଥ୍ୟ ନୀତି : ସବୁ ଶିକ୍ଷାନୁଷ୍ଠାନକୁ ଏକୀକୃତ ମାନସିକ ସ୍ବାସ୍ଥ୍ୟ ନୀତି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନୀତିର ପ୍ରତିବର୍ଷ ସମୀକ୍ଷା କରାଯିବ । ଅନୁଷ୍ଠାନରେ ୱେବସାଇଟ ଓ ନୋଟିସ ବୋର୍ଡରେ ଏହା ପ୍ରକାଶ ପାଇବ । କାଉନସେଲର ନିଯୁକ୍ତି: ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ଅନୁଷ୍ଠାନଗୁଡ଼ିକୁ ଅତି କମରେ ଜଣେ ଯୋଗ୍ୟ କାଉନସେଲର, ମନୋବିଜ୍ଞାନୀ କିମ୍ବା ସାମାଜିକ କର୍ମୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସଂପୃକ୍ତ କାଉନସେଲର ଶିଶୁ ଓ କିଶୋର ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିବେ। ନିରାପଦ ପରିବେଶ: ଆବାସିକ ଅନୁଷ୍ଠାନଗୁଡ଼ିକୁ ଟାମ୍ପର-ପ୍ରୁଫ ସିଲିଂ ଫ୍ୟାନ, ଅନ୍ୟ ନିରାପତ୍ତା ଉପକରଣ ସ୍ଥାପନ କରିବାକୁ କୁହାଯାଇଛି । ଛାତ, ବାଲକୋନି ଆଦିରେ ପ୍ରବେଶ ସୀମିତ କରିବାକୁ ନିର୍ଦ୍ଦେଶ ରହିଛି । ଅନ୍ୟାୟ ଆଚରଣ ରୋକିବା: ଶିକ୍ଷାନୁଷ୍ଠାନଗୁଡ଼ିକୁ ଯୌନ ନିର୍ଯାତନା, ରାଗିଂ, ଉତ୍ପୀଡ଼ନ ଏବଂ ଜାତି, ଲିଙ୍ଗ, ଧର୍ମ କିମ୍ବା ଯୌନପ୍ରବୃତ୍ତି ଆଧାରରେ ବିଭେଦ ରୋକିବା ପାଇଁ ଗୋପନୀୟ ଓ ସହଜଲଭ୍ୟ ଅଭିଯୋଗ ପଦ୍ଧତି ଗ୍ରହଣ କରିବାକୁ କୁହାଯାଇଛି। ଅଭିଯୋଗକାରୀ ବା ସୂଚନାଦାତାଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟ ପାଇଁ ଶୂନ୍ୟ ସହନଶୀଳତା ନୀତି ପାଳନ କରାଯିବ ।
କୋଚିଂ ସେଣ୍ଟର ପାଇଁ ନିୟମ: ଜୟପୁର, କୋଟା, ଚେନ୍ନାଇ, ହାଇଦ୍ରାବାଦ, ଦିଲ୍ଲୀ ଓ ମୁମ୍ବାଇ ଆଦି କୋଚିଂ ହବଗୁଡ଼ିକୁ ଉନ୍ନତ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ନିବାରଣ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଦୁଇ ମାସ ମଧ୍ୟରେ ଘରୋଇ କୋଚିଂ ସେଣ୍ଟର ଗୁଡ଼ିକ ପାଇଁ ଛାତ୍ର ସୁରକ୍ଷା ନିୟମ ଓ ଅଭିଯୋଗ ନିରାକରଣ ପଦ୍ଧତି ସୁନିଶ୍ଚିତ କରିବାକୁ କୁହାଯାଇଛି ।
ପରୀକ୍ଷା ଚାପ ହ୍ରାସ: ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଦର୍ଶନ ଆଧାରରେ ବ୍ୟାଚ ବିଭାଜନ, ସର୍ବସାଧାରଣରେ ଅପମାନ କିମ୍ବା ଅନୁପଯୁକ୍ତ ଶିକ୍ଷାଗତ ଲକ୍ଷ୍ୟ ନିର୍ଦ୍ଧାରଣ ନ କରିବାକୁ ସୁପ୍ରିମକୋର୍ଟଙ୍କ ଗାଇଡଲାଇନରେ ଉଲ୍ଲେଖ ରହିଛି ।
ସହାୟତା ଓ ସଚେତନତା: ସବୁ ଅନୁଷ୍ଠାନ ପରିସରରେ ଟେଲି-MANAS ସମେତ ଜୀବନହାରିବା ନିବାରଣ ହେଲପଲାଇନ ନମ୍ବର ସ୍ପଷ୍ଟ ଭାବେ ପ୍ରଦର୍ଶନ କରିବାକୁ କୁହାଯାଇଛି । ଏଥିସହ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କୁ ବର୍ଷକୁ ଅତି କମରେ ଦୁଇଥର ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯିବ।
ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ମାନସିକ ସ୍ୱାସ୍ଥ୍ୟକୁ ଜୀବନ ଅଧିକାରର ଅଂଶ ଭାବେ ବିବେଚନା କରିଛନ୍ତି । ୨୦୨୨ ମସିହାରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ -ଏନସିଆରବି ରିପୋର୍ଟ ଅନୁଯାୟୀ, ଦେଶରେ ୧୩,୦୪୪ ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିଲେ ।
ସେଥିମଧ୍ୟରୁ ୨,୨୪୮ ମାମଲା ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ବିଫଳତା ସହ ଜଡ଼ିତ । ଏହା ଏକ ଗୁରୁତର ସମସ୍ୟା ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି । ୧୫ ସୂତ୍ରୀ ଗାଇଡଲାଇନର କାର୍ଯ୍ୟକାରିତା ଓ ନିରୀକ୍ଷଣ ବ୍ୟବସ୍ଥା ସଂପର୍କିତ ଅନୁପାଳନ ରିପୋର୍ଟ ୯୦ ଦିନ ମଧ୍ୟରେ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
Also read: କଣ ୧୮ ବର୍ଷ ପୂର୍ବରୁ ରଖିହେବ ଶାରୀରିକ ସମ୍ପର୍କ ? ସୁପ୍ରିମକୋର୍ଟରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଉତ୍ତର କଣ…
The post ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ଚାପ କମାଇବା ପାଇଁ ସୁପ୍ରିମକୋର୍ଟ ଆଣିଲେ ଗାଇଡଲାଇନ appeared first on KNews Odisha.