୧୦୦ ବିଲିଅନ ଡଲାର କ୍ଲବକୁ ପୁଣି ଫେରିଲେ ମୁକେଶ ଅମ୍ଵାନୀ

ନନ୍ଦିଘୋଷ ବ୍ୟୁରୋ : ୧୦୦ ବିଲିଅନ ଡଲାର କ୍ଲବକୁ ପୁଣି ଫେରିଲେ ମୁକେଶ ଅମ୍ଵାନୀ। ଏବେ ଫୋର୍ବସ୍ ରିୟଲ ଟାଇମ୍... The post ୧୦୦ ବିଲିଅନ ଡଲାର କ୍ଲବକୁ ପୁଣି ଫେରିଲେ ମୁକେଶ ଅମ୍ଵାନୀ appeared first on .

୧୦୦ ବିଲିଅନ ଡଲାର କ୍ଲବକୁ ପୁଣି ଫେରିଲେ ମୁକେଶ ଅମ୍ଵାନୀ

ନନ୍ଦିଘୋଷ ବ୍ୟୁରୋ : ୧୦୦ ବିଲିଅନ ଡଲାର କ୍ଲବକୁ ପୁଣି ଫେରିଲେ ମୁକେଶ ଅମ୍ଵାନୀ। ଏବେ ଫୋର୍ବସ୍ ରିୟଲ ଟାଇମ୍ ବିଲିଅନର୍ ଇନଡେସ୍କ ଅନୁସାରେ ରିଲାଏନ୍ସ ମାଲିକ ମୁକେଶ ଅମ୍ଵାନୀଙ୍କ ମୋଟ ସଂପତ୍ତି ହେଲା ୧୦୫.୯ ବିଲିୟନ ଡଲାର। ଏବେ ସେ ବିଶ୍ଵର ସବୁଠୁ ଧନୀ ତାଲିକା ର ଟପ୍ ୧୫ରେ ପହଞ୍ଚିଛନ୍ତି। ଏବେ ତାଙ୍କ ସ୍ଥାନ ହେଲା ଚତୁର୍ଦ୍ଦଶ। ଟ୍ରମ୍ପଙ୍କ ଟାରିଫ ୱାର୍ ପରେ ମୁକେଶଙ୍କ ସଂପତ୍ତି କମି ଯାଇ ଶହେ ବିଲିୟନ ଡଲାର ତଳକୁ ଖସି ଯାଇଥିଲା। ଏହି ଟେନସନ୍ କମିବା ପରେ ମୁକେଶଙ୍କ ସଂପତ୍ତି ପୁଣି ବୃଦ୍ଧି ହୋଇଛି ଏବଂ ପୁଣି ଥରେ ୧୦୦ ବିଲିଅନ୍ ଡଲାର କ୍ଲବକୁ ଫେରିଛନ୍ତି ମୁକେଶ ଅମ୍ଵାନୀ। ସେହିପରି ଗୌତମ ଅଦାନୀଙ୍କ ସଂପତ୍ତି ପହଞ୍ଚିଛି ୬୧.୯ ବିଲିୟନ ଡଲାରରେ। ଏହି ତାଲିକାର ଟପରେ ରହିଛନ୍ତି ଟେସଲା ମାଲିକ ଏଲନ ମସ୍କ। ତାଙ୍କ ସଂପତ୍ତି ହେଲା ୨୯୨.୧ ବିଲିୟନ ଡଲାର। ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆମାଜନ ମାଲିକ ଜେଫ୍ ବେଜୋସ୍। ତାଙ୍କ ସଂପତ୍ତି ହେଲା ୨୦୪. ୩ ବିଲିୟନ ଡଲାର। ତୃତୀୟ ସ୍ଥାନରେ ଅଛନ୍ତି ମେଟା ମାଲିକ ମାର୍କ ଜୁକରବର୍ଗ। ତାଙ୍କ ସଂପତ୍ତି ହେଲା ୧୯୧.୯ ବିଲିୟନ ଡଲାର।

The post ୧୦୦ ବିଲିଅନ ଡଲାର କ୍ଲବକୁ ପୁଣି ଫେରିଲେ ମୁକେଶ ଅମ୍ଵାନୀ appeared first on .