ବରଯାତ୍ରୀ କାମସାରି ଫେରୁଥିଲେ, ଗଛରେ ପିଟିହୋଇ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

ଆଳି: ବରଯାତ୍ରୀ ଯାଇଥିଲେ । କିନ୍ତୁ ଏହି ବରଯାତ୍ରୀ ଯିବା ହେଲା ତାଙ୍କ ପାଇଁ କାଳ ।  ଡିଜେ ସାଉଣ୍ଡ ସାଙ୍ଗକୁ ରଙ୍ଗା ରଙ୍ଗ ଆଲୋକମାଳା ତା ସହ ସ୍ନୋ ସ୍ପ୍ରେ । ଡିଜେର ତାଳେ ତାଳେ ସାଙ୍ଗ ମାନଙ୍କ ବେଶ୍ ଝୁମିଥିଲେ ବରଯାତ୍ରୀ । କିନ୍ତୁ ଯୁବକଙ୍କର ଏହି ବରଯାତ୍ରୀ ଯିବା ହେଲା ଶେଷଯାତ୍ରୀ । କିଏ ଜାଣିଥିଲା ତାଙ୍କ ସହ ଏମିତି କିଛି ଘଟିଯିବ ବୋଲି । ବରଯାତ୍ରୀ ସାଙ୍ଗରେ ଯାଇ ଭୋଜି ଖାଇଥିଲେ […] The post ବରଯାତ୍ରୀ କାମସାରି ଫେରୁଥିଲେ, ଗଛରେ ପିଟିହୋଇ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ appeared first on KNews Odisha.

ବରଯାତ୍ରୀ କାମସାରି ଫେରୁଥିଲେ, ଗଛରେ ପିଟିହୋଇ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

ଆଳି: ବରଯାତ୍ରୀ ଯାଇଥିଲେ । କିନ୍ତୁ ଏହି ବରଯାତ୍ରୀ ଯିବା ହେଲା ତାଙ୍କ ପାଇଁ କାଳ ।  ଡିଜେ ସାଉଣ୍ଡ ସାଙ୍ଗକୁ ରଙ୍ଗା ରଙ୍ଗ ଆଲୋକମାଳା ତା ସହ ସ୍ନୋ ସ୍ପ୍ରେ । ଡିଜେର ତାଳେ ତାଳେ ସାଙ୍ଗ ମାନଙ୍କ ବେଶ୍ ଝୁମିଥିଲେ ବରଯାତ୍ରୀ । କିନ୍ତୁ ଯୁବକଙ୍କର ଏହି ବରଯାତ୍ରୀ ଯିବା ହେଲା ଶେଷଯାତ୍ରୀ । କିଏ ଜାଣିଥିଲା ତାଙ୍କ ସହ ଏମିତି କିଛି ଘଟିଯିବ ବୋଲି । ବରଯାତ୍ରୀ ସାଙ୍ଗରେ ଯାଇ ଭୋଜି ଖାଇଥିଲେ । ସାଙ୍ଗ ମାନଙ୍କ ସହ ଖୁବ୍ ମସ୍ତି କରିଥିଲେ । ହେଲେ କାମ ସାରି ବାଇକରେ ଫେରୁଥିବା ବେଳେ ଗଛରେ ପିଟି ହୋଇ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ ।

ଏହି ଦୁର୍ଘଟଣା କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ ମହୁରାସ୍ତାର କୋଚିଳା ଛକ ନିକଟରେ ଘଟିଛି । ୩ଜଣ ଯୁବକ ଏକ ମୋଟର ସାଇକେଲରେ ମହୁଗ୍ରାମରୁ ବରଯାତ୍ରୀ କାମସାରି ଫେରୁଥିଲେ । ହେଲେ କୋଚିଳା ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଥିଲେ। ଫଳରେ ୩ଜଣ ଯାଙ୍କ ଗୁରୁତର ଭାବେ ଆହତ ହୋଇପଡ଼ିଥିଲେ ।

ସମସ୍ତଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ହେଲା ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଉଛନ୍ତି ରାଜକନିକା ଥାନା ଅନ୍ତର୍ଗତ ବରୁଣା ଗାଁର ଶରତ ଚନ୍ଦ୍ର ବାରିକଙ୍କ ପୁଅ ସମରେଶ ବାରିକ। ଏନେଇ ଆଳି ଥାନାରେ ଅଭିଯୋଗ ହେବା ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

 

The post ବରଯାତ୍ରୀ କାମସାରି ଫେରୁଥିଲେ, ଗଛରେ ପିଟିହୋଇ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ appeared first on KNews Odisha.