ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର ବାର୍ତ୍ତା ଦେଳେ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି,ସମସ୍ତ ଦେଶବାସୀଙ୍କ ତରଫରୁ ଆମେ ତାଙ୍କ ଜନ୍ମ ବାର୍ଷିକୀରେ ସମ୍ମାନିତ ବାପୁଙ୍କୁ ସମ୍ମାନ ଜଣାଇଥାଉ। ସତ୍ୟ, ସମନ୍ବୟ ଏବଂ ସମାନତା ଉପରେ ଆଧାରିତ ତାଙ୍କ ଜୀବନ ଏବଂ ଆଦର୍ଶ ଦେଶବାସୀଙ୍କ ପାଇଁ ସର୍ବଦା ଏକ ପ୍ରେରଣା ରହିବ। ଏକ୍ସରେ ପୋଷ୍ଟ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ […] The post ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର ବାର୍ତ୍ତା ଦେଳେ ମୋଦି appeared first on Dharitri Odia News.

ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର ବାର୍ତ୍ତା ଦେଳେ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି,ସମସ୍ତ ଦେଶବାସୀଙ୍କ ତରଫରୁ ଆମେ ତାଙ୍କ ଜନ୍ମ ବାର୍ଷିକୀରେ ସମ୍ମାନିତ ବାପୁଙ୍କୁ ସମ୍ମାନ ଜଣାଇଥାଉ। ସତ୍ୟ, ସମନ୍ବୟ ଏବଂ ସମାନତା ଉପରେ ଆଧାରିତ ତାଙ୍କ ଜୀବନ ଏବଂ ଆଦର୍ଶ ଦେଶବାସୀଙ୍କ ପାଇଁ ସର୍ବଦା ଏକ ପ୍ରେରଣା ରହିବ।
ଏକ୍ସରେ ପୋଷ୍ଟ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଜଘାଟରେ ପହଞ୍ଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ମଧ୍ୟ ସେଠାରେ କିଛି ସମୟ ରହିଲେ। ଏଥି ସହ କଂଗ୍ରେସ ଏମ୍‌ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ବୁଧବାର ସକାଳେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଥିଲେ। ସେ ଏକ୍ସରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜନ୍ମ ବାର୍ଷିକୀ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ତାଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

The post ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର ବାର୍ତ୍ତା ଦେଳେ ମୋଦି appeared first on Dharitri Odia News.