ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା
ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଥିଲା। ଦେବସେନା ଜିଲା ଅଧ୍ୟକ୍ଷ ଶଙ୍କର ଜେନା, ଆଇଟିସି ଅଧ୍ୟକ୍ଷ ସତ୍ୟରଞ୍ଜନ ପାଣି, ବ୍ଲକ ସଭାପତି ଅନ୍ତର୍ଯ୍ୟାମୀ ରାଉଳ, ଉପାଧ୍ୟକ୍ଷା ଅର୍ଚ୍ଚନା ଦତ୍ତ, ମିଡ଼ିଆ ପ୍ରଭାରୀ ସୀତାକାନ୍ତ […] The post ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା appeared first on Dharitri Odia News.
ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଥିଲା।
ଦେବସେନା ଜିଲା ଅଧ୍ୟକ୍ଷ ଶଙ୍କର ଜେନା, ଆଇଟିସି ଅଧ୍ୟକ୍ଷ ସତ୍ୟରଞ୍ଜନ ପାଣି, ବ୍ଲକ ସଭାପତି ଅନ୍ତର୍ଯ୍ୟାମୀ ରାଉଳ, ଉପାଧ୍ୟକ୍ଷା ଅର୍ଚ୍ଚନା ଦତ୍ତ, ମିଡ଼ିଆ ପ୍ରଭାରୀ ସୀତାକାନ୍ତ ଦାସ ପ୍ରମୁଖ ଆୟୋଜିତ ପ୍ରତିବାଦ ସଭାରେ ଯୋଗ ଦେଇ ଲୋକସଭାରେ ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ଦେଶର ହିନ୍ଦୁ ସମାଜ ଲଜ୍ଜିତ l ରାହୁଲ କ୍ଷମା ନ ମାଗିବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିବ ବୋଲି ଦେବସେନା ପକ୍ଷରୁ ଚେତାବନୀ ଦିଆଯାଇଛି।
ଦେବସେନା କାର୍ଯ୍ୟକର୍ତ୍ତା ଗାନ୍ଧୀଛକରୁ ଏକ ଶୋଭାଯାତ୍ରାରେ ବାହାରି ବସ୍ତା ଥାନାରେ ପହଞ୍ଚି ନାରାବାଜି କରିଥିଲେ। ଏହି ଅବସରରେ ବସ୍ତା ଥାନା ଆଇଆଇସିଙ୍କୁ ଦେବସେନା ପକ୍ଷରୁ ଏକ ଲିଖିତ ଏତଲା ପ୍ରଦାନ କରାଯାଇଥିଲା l ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଅନୁରାଧା ରାଉଳ, ଝରଣା ସାମଲ, ଝୁନାରାଣୀ ବେହେରା, ଗୀତାରାଣୀ ବେହେରା, ସୁଦାମ ଗାଁଆଣ, ମନୋଜ ସାମଲ, ବିନୟ କେତନ ଜେନା, ପ୍ରତାପ ରାଉତ, ପ୍ରତାପରୁଦ୍ର ପାତ୍ର, ଉମେଶ ବେହେରା, ଚନ୍ଦନ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ।
The post ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା appeared first on Dharitri Odia News.