ଗାୟିକା ସ୍ବାତୀ ମିଶ୍ର କିଏ, ଯାହାଙ୍କ ଗୀତ ଶୁଣି ମନ୍ତ୍ରମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ ମୋଦି; କଲେ ପ୍ରଶଂସା…
ବମ୍ବେ: ଭାରତରେ ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଅଛନ୍ତି। ସୋସିଆଲ ମିଡିଆ ସମୟରେ ଅନେକ ନିଜର ପ୍ରତିଭାକୁ ନେଇ ଭାଇରାଲ ହେଉଛନ୍ତି। ଏମିତିରେ ଏକ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ସେଇଟି ହେଲା ‘ରାମ ଆଏଗେଁ’। ଏହି ଗୀତଟିକୁ ଶୁଣିବା ପରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରମୁଗ୍ଧ ହୋଇଛନ୍ତି। ସେ ଗୀତର ଗାୟିକା ସ୍ବାତୀ ମିଶ୍ରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଗୀତର ପ୍ରଶଂସା କରି ୟୁଟ୍ୟୁବ ଲିଙ୍କ ଶେୟାର କରିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ସ୍ବାଗତରେ […] The post ଗାୟିକା ସ୍ବାତୀ ମିଶ୍ର କିଏ, ଯାହାଙ୍କ ଗୀତ ଶୁଣି ମନ୍ତ୍ରମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ ମୋଦି; କଲେ ପ୍ରଶଂସା… appeared first on Dharitri Odia News.
ବମ୍ବେ: ଭାରତରେ ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଅଛନ୍ତି। ସୋସିଆଲ ମିଡିଆ ସମୟରେ ଅନେକ ନିଜର ପ୍ରତିଭାକୁ ନେଇ ଭାଇରାଲ ହେଉଛନ୍ତି। ଏମିତିରେ ଏକ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ସେଇଟି ହେଲା ‘ରାମ ଆଏଗେଁ’। ଏହି ଗୀତଟିକୁ ଶୁଣିବା ପରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରମୁଗ୍ଧ ହୋଇଛନ୍ତି। ସେ ଗୀତର ଗାୟିକା ସ୍ବାତୀ ମିଶ୍ରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଗୀତର ପ୍ରଶଂସା କରି ୟୁଟ୍ୟୁବ ଲିଙ୍କ ଶେୟାର କରିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ସ୍ବାଗତରେ ସ୍ବାତୀ ମିଶ୍ରଙ୍କ ଭକ୍ତିପୂର୍ଣ୍ଣ ଭଜନ ମନ୍ତ୍ରମୁଗ୍ଧ କରୁଛି। ତେବେ ପୂର୍ବରୁ ଗୀତଟିକୁ ଶୁଣାଯାଉଥିଲେ ହେଁ ମୋଦି ଭିଡିଓ ଶେୟାର କରିବା ପରେ ଏହା ଅଧିକ ଭାଇରାଲ ହେଉଛି।
श्री राम लला के स्वागत में स्वाति मिश्रा जी का भक्ति से भरा यह भजन मंत्रमुग्ध करने वाला है…#ShriRamBhajanhttps://t.co/g2u1RhPpqO
— Narendra Modi (@narendramodi) January 3, 2024
ସ୍ବାତୀଙ୍କ ବିଷୟରେ କହିଲେ ସେ ବିହାରର ଛପରାସ୍ଥିତ ମାଲା ଗାଁର ବାସିନ୍ଦା। ସେ କାମକୁ ନେଇ ମୁମ୍ବାଇରେ ରହିଆସୁଛନ୍ତି। ପୂର୍ବରୁ ସେ ଅନେକ ଭଜନ ଗାଇଥିଲେ ହେଁ ‘ରାମ ଆଏଗେଁ’ ଗୀତ ତାଙ୍କୁ ଲୋକପ୍ରିୟ କରାଇଛି। ସୋସିଆଲ ମିଡିଆରେ ତାଙ୍କର ଫଲୋଅର୍ସ ମଧ୍ୟ ବଢ଼ୁଛନ୍ତି। ଏବେ ତାଙ୍କ ଇନଷ୍ଟାଗ୍ରାମରେ ୭୪୨ ହଜାର ଫଲୋଅର୍ସ ଅଛନ୍ତି।
The post ଗାୟିକା ସ୍ବାତୀ ମିଶ୍ର କିଏ, ଯାହାଙ୍କ ଗୀତ ଶୁଣି ମନ୍ତ୍ରମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ ମୋଦି; କଲେ ପ୍ରଶଂସା… appeared first on Dharitri Odia News.