ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଲା କୁମ୍ଭମେଳାର ପରିଷ୍କାର ପରିଛନ୍ନତା, Watch Video

ପ୍ରୟାଗରାଜ ୨୭।୨: ମହାଶିବରାତ୍ରି ସ୍ନାନ ସହିତ ଦୀର୍ଘ ୪୫ ଦିନ ହେଲା ଚାଲିଥିବା ମହାକୁମ୍ଭମେଳା ସମାପ୍ତ ହୋଇଛି। ଜାନୁୟାରୀ ୧୩ ତାରିଖ ଦିନ ଅମୃତ ସ୍ନାନରୁ ଆରମ୍ଭ ହୋଇଥିବା ଆସ୍ଥାର ମହାକୁମ୍ଭ ବିଶ୍ୱର ସବୁଠୁ ବଡ଼ ଆୟୋଜନରେ ପରିଣତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ  ଗୁରୁବାର ପ୍ରୟାଗରାଜ ପହଞ୍ଚିଥିବାବେଳେ ପୂଜାର୍ଚ୍ଚନା ପୂର୍ବକ ମହାକୁମ୍ଭମେଳାର ଅନୁଷ୍ଠାନିକ ସମାପନ ଘୋଷଣା କରିଛନ୍ତି। #WATCH | Uttar Pradesh CM Yogi Adityanath, Deputy CMs Brajesh Pathak, KP Maurya and other ministers of the cabinet have lunch with sanitation workers in Prayagraj. pic.twitter.com/TqEyxvpEgV— ANI (@ANI) February 27, 2025କୁମ୍ଭମେଳା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମିଶି ମେଳା ଆୟୋଜନ ସ୍ଥଳରେ ଝାଡୁ ଲଗାଇଛନ୍ତି। ପରେ ପୂଜାର୍ଚ୍ଚନା କରି ସଫେଇ କର୍ମଚାରୀଙ୍କ ସହ ବସି ଏକତ୍ର ଭୋଜନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ପରିସ୍କାର ପରିଛନ୍ନ କୁମ୍ଭ ଆୟୋଜନ ନିମନ୍ତେ ସଫେଇ କର୍ମଚାରୀଙ୍କୁ ପୁରସ୍କୃତ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରତ୍ୟେକ ସଫେଇ କର୍ମଚାରୀଙ୍କ ନିମନ୍ତେ ୧୦ ହଜାର ଟଙ୍କାର ବୋନସ ଘୋଷଣା କରିଛନ୍ତି। ରାଜ୍ୟରେ ସଫେଇ କର୍ମଚାରୀଙ୍କ ମାସିକ ୮ରୁ ୧୧ ହଜାର ଟଙ୍କା ବେତନ ମିଳିଥାଏ। ତେବେ

ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଲା କୁମ୍ଭମେଳାର ପରିଷ୍କାର ପରିଛନ୍ନତା, Watch Video

ପ୍ରୟାଗରାଜ ୨୭।୨: ମହାଶିବରାତ୍ରି ସ୍ନାନ ସହିତ ଦୀର୍ଘ ୪୫ ଦିନ ହେଲା ଚାଲିଥିବା ମହାକୁମ୍ଭମେଳା ସମାପ୍ତ ହୋଇଛି। ଜାନୁୟାରୀ ୧୩ ତାରିଖ ଦିନ ଅମୃତ ସ୍ନାନରୁ ଆରମ୍ଭ ହୋଇଥିବା ଆସ୍ଥାର ମହାକୁମ୍ଭ ବିଶ୍ୱର ସବୁଠୁ ବଡ଼ ଆୟୋଜନରେ ପରିଣତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ  ଗୁରୁବାର ପ୍ରୟାଗରାଜ ପହଞ୍ଚିଥିବାବେଳେ ପୂଜାର୍ଚ୍ଚନା ପୂର୍ବକ ମହାକୁମ୍ଭମେଳାର ଅନୁଷ୍ଠାନିକ ସମାପନ ଘୋଷଣା କରିଛନ୍ତି। 


କୁମ୍ଭମେଳା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମିଶି ମେଳା ଆୟୋଜନ ସ୍ଥଳରେ ଝାଡୁ ଲଗାଇଛନ୍ତି। ପରେ ପୂଜାର୍ଚ୍ଚନା କରି ସଫେଇ କର୍ମଚାରୀଙ୍କ ସହ ବସି ଏକତ୍ର ଭୋଜନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ପରିସ୍କାର ପରିଛନ୍ନ କୁମ୍ଭ ଆୟୋଜନ ନିମନ୍ତେ ସଫେଇ କର୍ମଚାରୀଙ୍କୁ ପୁରସ୍କୃତ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରତ୍ୟେକ ସଫେଇ କର୍ମଚାରୀଙ୍କ ନିମନ୍ତେ ୧୦ ହଜାର ଟଙ୍କାର ବୋନସ ଘୋଷଣା କରିଛନ୍ତି। 


ରାଜ୍ୟରେ ସଫେଇ କର୍ମଚାରୀଙ୍କ ମାସିକ ୮ରୁ ୧୧ ହଜାର ଟଙ୍କା ବେତନ ମିଳିଥାଏ। ତେବେ ମୁଖ୍ୟମନ୍ତ୍ରୀ ସଫେଇ କର୍ମଚାରୀଙ୍କ ବେତନ ବୃଦ୍ଧି ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ମାସରୁ ସଫେଇ କର୍ମଚାରୀଙ୍କୁ ମାସିକ ୧୬ ହଜାର ଟଙ୍କା ବେତନ ମିଳିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ସଫେଇ କର୍ମଚାରୀମାନଙ୍କୁ ରାଜ୍ୟରେ ଆୟୁଷ୍ମାନ ଯୋଜନାରେ ଯୋଡାଯିବ ବୋଲି ଘୋଷଣା କରିଛନ୍ତି। 


ମହାଶିବରାତ୍ରିର ଅନ୍ତିମ ସ୍ନାନ ପରେ ମୁଖ୍ୟମନ୍ତ୍ରୀ ଗୁରୁବାର ପ୍ରୟାଗରାଜ ପହଞ୍ଚି ତମାମ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହି ଅବସରରେ ଯୋଗୀ ନୌକାରେ ଅରୈଲ ଘାଟକୁ ଯାଇ ସେଠାରେ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ଶେଷ ହୋଇଥିବା ମହାକୁମ୍ଭରେ ଅନେକ ବଡ଼ ରେକର୍ଡ ହୋଇଛି। ଏଥିରେ ସଫେଇ ଅଭିଯାନକୁ ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଓ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଗିନିଜ୍ ୱାର୍ଲଡ ରେକର୍ଡ ପ୍ରଦାନ କରାଯାଇଛି।