ବିହାରରେ ଏନ୍‌ଡିଏରେ ସିଟ୍ ଶେୟାରିଂ ଶେଷ ! ନୀତୀଶ କୁମାରଙ୍କୁ କେତୋଟି ସିଟ୍ ଦେଲା ବିଜେପି ?

ପାଟନା: ବିହାର୍‌ରେ ଏନ୍‌ଡିଏ ମଧ୍ୟରେ ସିଟ୍‌ ଶେୟାରିଂ ଶେଷ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଶୁକ୍ରବାର ଏନେଇ ମେଣ୍ଟ ପକ୍ଷରୁ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଏହା ଉପରେ କାମ ଚାଲୁ ରହିଛି। ଆଜି ରାତିକୁ ସବୁ ଫୈଇସଲା ହୋଇଯିବ ବୋଲି ନୀତୀଶ କୁମାର କହିଛନ୍ତି। ସିଟ୍‌ ଶେୟାରିଂ ଫର୍ମୁଲା ନେଇ ମିଳିଥିବା ସୂଚନା ଅନୁସାରେ, ଜେଡିୟୁକୁ ୧୬ ଆସନ ବିଜେପି ୧୭ ଆସନ ଓ ଚିରାଗ ପାଶୱାନଙ୍କ ଏଲଜେପି (ରାମ ଭିଲାସ)କୁ ୪ ଆସନ ଦିଆଯିବ ବୋଲି ସବୁ ଦଳ ରାଜି ହୋଇଥିବା ସୂଚନା ମିଳିଛି।ସେହିପରି ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା(ହମ୍), ଆରଏଲଏସପି ଏବଂ ଉପେନ୍ଦ୍ର କୁଶୱାଙ୍କ ପାର୍ଟି ମଧ୍ୟରେ ତିନୋଟି ସିଟ୍ ଭାଗ ହେବ। ହମ୍‌କୁ ଗୋଟିଏ ସିଟ୍, ଉପେନ୍ଦ୍ର କୁଶୱାହା ଗୋଟିଏ ସିଟ୍ ଓ ଏବଂ ପଶୁପତି ପାରସଙ୍କୁ ଦଳକୁ ମଧ୍ୟ ଗୋଟିଏ ସିଟ୍ ଦିଆଯାଇପାରେ। ଏନଡିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜେଡିୟୁ ଝଡ଼ଖଣ୍ଡରେ ମଧ୍ୟ ଆସନ ଚାହୁଁଛି। ଜେଡିୟୁ ବିହାରର ନୀତୀଶ କୁମାରଙ୍କ ଘନିଷ୍ଟ ସହଯୋଗୀ ଜଣେ ନେତା ଟିକେଟ୍ ଦେବାକୁ ଚାହୁଁଛି। ସେ ଝାଡଖଣ୍ଡରେ ମନ୍ତ୍ରୀ ମଧ୍ୟ ହୋଇସାରିଛନ୍ତି। ଯଦି ଜେଡିୟୁକୁ ଝାଡଖଣ୍ଡରେ ଗୋଟିଏ ସିଟ୍ ଦିଆଯିବ ତେବେ ବିହାରରେ ଦଳ ୧୫ ସିଟ୍ ପାଇବ ବୋଲି ଚର୍ଚ୍ଚା ହେଉଛି।

ବିହାରରେ ଏନ୍‌ଡିଏରେ ସିଟ୍ ଶେୟାରିଂ ଶେଷ ! ନୀତୀଶ କୁମାରଙ୍କୁ କେତୋଟି ସିଟ୍ ଦେଲା ବିଜେପି ?

ପାଟନା: ବିହାର୍‌ରେ ଏନ୍‌ଡିଏ ମଧ୍ୟରେ ସିଟ୍‌ ଶେୟାରିଂ ଶେଷ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଶୁକ୍ରବାର ଏନେଇ ମେଣ୍ଟ ପକ୍ଷରୁ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଏହା ଉପରେ କାମ ଚାଲୁ ରହିଛି। ଆଜି ରାତିକୁ ସବୁ ଫୈଇସଲା ହୋଇଯିବ ବୋଲି ନୀତୀଶ କୁମାର କହିଛନ୍ତି। 

ସିଟ୍‌ ଶେୟାରିଂ ଫର୍ମୁଲା ନେଇ ମିଳିଥିବା ସୂଚନା ଅନୁସାରେ, ଜେଡିୟୁକୁ ୧୬ ଆସନ ବିଜେପି ୧୭ ଆସନ ଓ ଚିରାଗ ପାଶୱାନଙ୍କ ଏଲଜେପି (ରାମ ଭିଲାସ)କୁ ୪ ଆସନ ଦିଆଯିବ ବୋଲି ସବୁ ଦଳ ରାଜି ହୋଇଥିବା ସୂଚନା ମିଳିଛି।

ସେହିପରି ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା(ହମ୍), ଆରଏଲଏସପି ଏବଂ ଉପେନ୍ଦ୍ର କୁଶୱାଙ୍କ ପାର୍ଟି ମଧ୍ୟରେ ତିନୋଟି ସିଟ୍ ଭାଗ ହେବ। ହମ୍‌କୁ ଗୋଟିଏ ସିଟ୍, ଉପେନ୍ଦ୍ର କୁଶୱାହା ଗୋଟିଏ ସିଟ୍ ଓ ଏବଂ ପଶୁପତି ପାରସଙ୍କୁ ଦଳକୁ ମଧ୍ୟ ଗୋଟିଏ ସିଟ୍ ଦିଆଯାଇପାରେ। 

ଏନଡିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜେଡିୟୁ ଝଡ଼ଖଣ୍ଡରେ ମଧ୍ୟ ଆସନ ଚାହୁଁଛି। ଜେଡିୟୁ ବିହାରର ନୀତୀଶ କୁମାରଙ୍କ ଘନିଷ୍ଟ ସହଯୋଗୀ ଜଣେ ନେତା ଟିକେଟ୍ ଦେବାକୁ ଚାହୁଁଛି। ସେ ଝାଡଖଣ୍ଡରେ ମନ୍ତ୍ରୀ ମଧ୍ୟ ହୋଇସାରିଛନ୍ତି। ଯଦି ଜେଡିୟୁକୁ ଝାଡଖଣ୍ଡରେ ଗୋଟିଏ ସିଟ୍ ଦିଆଯିବ ତେବେ ବିହାରରେ ଦଳ ୧୫ ସିଟ୍ ପାଇବ ବୋଲି ଚର୍ଚ୍ଚା ହେଉଛି।