ଗିରଫ ହେବେ କି ପୂର୍ବତନ ପ୍ରିନ୍ସପାଲ ? ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍ ପରେ ବଢିଲା ଚର୍ଚ୍ଚା
ପଶ୍ଚିମବଙ୍ଗ ୨୫/୮: କୋଲ୍କାତା ଅଭୟାକାଣ୍ଡ । ଆର୍.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍ । ବେଲେଘାଟ ସ୍ଥିତ ସନ୍ଦୀପଙ୍କ ଘର ସମେତ କୋଲକାତାର ୧୫ଟି ସ୍ଥାନରେ ସିବିଆଇ ଚଢାଉ କରିଛି । ସନ୍ଦୀପଙ୍କ ଘର ବ୍ୟତୀତ ସିବିଆଇର ଏକ ଟିମ୍ ହସ୍ପିଟାଲର ଫରେନ୍ସିକ୍ ଡିପାର୍ଟମେଣ୍ଟର ଡକ୍ଟର ଦେବାଶିଷ ସୋମଙ୍କ ଘରେ ମଧ୍ୟ ପଶିଛି ।ଦେବାଶିଷ ସନ୍ଦୀପଙ୍କ ଅତି ନିକଟତର । ଆର୍.ଜି କର ହସ୍ପିଟାଲରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ସିବିଆଇ ଟିମ୍ ଚଢାଉ କରିଛି । ମେଡିକାଲର କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ଶନିବାର ସନ୍ଦୀପଙ୍କ ବିରୋଧରେ ଆଣ୍ଟି କରପସନ ୱିଙ୍ଗ ମାମଲା ଦାୟର କରିଥିଲା । ଏହା ପରେ ସନ୍ଦୀପଙ୍କୁ ଗିରଫ ସମ୍ଭାବନା ବଢିଛି ।
ପଶ୍ଚିମବଙ୍ଗ ୨୫/୮: କୋଲ୍କାତା ଅଭୟାକାଣ୍ଡ । ଆର୍.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍ । ବେଲେଘାଟ ସ୍ଥିତ ସନ୍ଦୀପଙ୍କ ଘର ସମେତ କୋଲକାତାର ୧୫ଟି ସ୍ଥାନରେ ସିବିଆଇ ଚଢାଉ କରିଛି । ସନ୍ଦୀପଙ୍କ ଘର ବ୍ୟତୀତ ସିବିଆଇର ଏକ ଟିମ୍ ହସ୍ପିଟାଲର ଫରେନ୍ସିକ୍ ଡିପାର୍ଟମେଣ୍ଟର ଡକ୍ଟର ଦେବାଶିଷ ସୋମଙ୍କ ଘରେ ମଧ୍ୟ ପଶିଛି ।
ଦେବାଶିଷ ସନ୍ଦୀପଙ୍କ ଅତି ନିକଟତର । ଆର୍.ଜି କର ହସ୍ପିଟାଲରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ସିବିଆଇ ଟିମ୍ ଚଢାଉ କରିଛି । ମେଡିକାଲର କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ଶନିବାର ସନ୍ଦୀପଙ୍କ ବିରୋଧରେ ଆଣ୍ଟି କରପସନ ୱିଙ୍ଗ ମାମଲା ଦାୟର କରିଥିଲା । ଏହା ପରେ ସନ୍ଦୀପଙ୍କୁ ଗିରଫ ସମ୍ଭାବନା ବଢିଛି ।