ପାଟଣା ଅଞ୍ଚଳରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼, ଭାଙ୍ଗିଲା ୫୦ରୁ ଉର୍ଦ୍ଧ୍ବ ଘର ଛପର
ପାଟଣା ୭।୪: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ ହେବା ଫଳରେ ଅନେକ ଗଛ ଭାଙ୍ଗି ପଡିଥିବା ବେଳେ କୁଆପଥର ମାଡ଼ରେ ଡୁମୁରିଆ ପଞ୍ଚାୟତ ରୋହଣୀଦୁମା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ରାମର ଖଗେଶ୍ବର ମହାନ୍ତ, ବାଇଧର ମହାନ୍ତ, କଳାକର ମହାନ୍ତ, ହଳଧର ମହାନ୍ତ, କ୍ଷୀରୋଦ ମହାନ୍ତ, ମନୋଜ ମହାନ୍ତ, ମଲିନ୍ଦ୍ର ମହାନ୍ତ, କ୍ଷୀରୋଦ ମହାନ୍ତ, ଭୀମସେନ ମହାନ୍ତ, ଅର୍ଜୁନ ମହାନ୍ତଙ୍କ ଘର ସମେତ ୫୦ରୁ ଉର୍ଦ୍ଧ୍ବ ଆଜବେଷ୍ଟସ୍ ଓ ଖପର, ଟାଇଲ ଘରର ଛପର ଭାଙ୍ଗି ନଷ୍ଟ ହୋଇଯାଇଛି । ଏଥି ସହ କୁଆପଥର ମାଡ଼ରେ ଅଞ୍ଚଳରେ ହୋଇଥିବା ପନିପରିବା ଚାଷ ନଷ୍ଟ ହୋଇଯାଇଛି । ବର୍ଷା ଯୋଗୁଁ ଅସହ୍ୟ ତାତି ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଲାଭ କରିଛନ୍ତି ।You Can Read :ତାତିରୁ ମିଳିଲା ତ୍ରାହି, ରାଜଧାନୀରେ ପ୍ରବଳ ଘଡଘଡି ସହ ବର୍ଷା
ପାଟଣା ୭।୪: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ ହେବା ଫଳରେ ଅନେକ ଗଛ ଭାଙ୍ଗି ପଡିଥିବା ବେଳେ କୁଆପଥର ମାଡ଼ରେ ଡୁମୁରିଆ ପଞ୍ଚାୟତ ରୋହଣୀଦୁମା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ରାମର ଖଗେଶ୍ବର ମହାନ୍ତ, ବାଇଧର ମହାନ୍ତ, କଳାକର ମହାନ୍ତ, ହଳଧର ମହାନ୍ତ, କ୍ଷୀରୋଦ ମହାନ୍ତ, ମନୋଜ ମହାନ୍ତ, ମଲିନ୍ଦ୍ର ମହାନ୍ତ, କ୍ଷୀରୋଦ ମହାନ୍ତ, ଭୀମସେନ ମହାନ୍ତ, ଅର୍ଜୁନ ମହାନ୍ତଙ୍କ ଘର ସମେତ ୫୦ରୁ ଉର୍ଦ୍ଧ୍ବ ଆଜବେଷ୍ଟସ୍ ଓ ଖପର, ଟାଇଲ ଘରର ଛପର ଭାଙ୍ଗି ନଷ୍ଟ ହୋଇଯାଇଛି । ଏଥି ସହ କୁଆପଥର ମାଡ଼ରେ ଅଞ୍ଚଳରେ ହୋଇଥିବା ପନିପରିବା ଚାଷ ନଷ୍ଟ ହୋଇଯାଇଛି । ବର୍ଷା ଯୋଗୁଁ ଅସହ୍ୟ ତାତି ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଲାଭ କରିଛନ୍ତି ।
You Can Read :