ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବି, OMC ଗେଟ୍‌ରେ ତାଲା ପକାଇଲେ ଲୋକେ

ଆନନ୍ଦପୁର: ସ୍ଥାନୀୟ ଲୋକଙ୍କୁ ଖଣି କାମରେ ନିଯୁକ୍ତି ଦାବିରେ ଖଣି ଗେଟ୍‌ରେ ତାଲା ପକାଇଲେ ଶତାଧିକ ମହିଳା। ଆନନ୍ଦପୁର ଉପଖଣ୍ଡ ବାଙ୍ଗୁର OMC କ୍ରୋମାଇଟ୍ ଖଣି ଠାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଖଣିଥାଇ ମଧ୍ୟ ଏଠାକାର ଯୁବକଙ୍କୁ କାମ ପାଇଁ ବାହାରକୁ ଯିବାକୁ ପଡ଼ୁଛି। କିନ୍ତୁ ଏଠାରେ ବାହାର ଅଞ୍ଚଳର ଲୋକେ କାମକରି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି।ଖଣି କର୍ତ୍ତୃପକ୍ଷଙ୍କ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପ୍ରତି ଏଭଳି ବୈମାତୃକ ମନଭାବକୁ ନେଇ ଆଜି ବାଙ୍ଗୁର ପଞ୍ଚାୟତର ଶତାଧିକ ମହିଳା ଆସି ଖଣି ଗେଟ୍‌ରେ ତାଲା ପକାଇବାସହ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି। ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହୋଇଛି ସେ ପର୍ଯ୍ଯନ୍ତ ତାଲା ନଖୋଲିବାକୁ ଜିଦ୍ ଧରି ବସିଛନ୍ତି। ଖବରପାଇ  ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ପରିସ୍ଥିତି ଉପରେ ନଜର ରଖିଛି। ତେବେ ଏନେଇ ଖଣି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ  ହୋଇପାରି ନାହିଁ।ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ , ଲୋକ ପ୍ରତିନିଧି ଓ ଖଣି କର୍ତ୍ତୁପକ୍ଷ ଙ୍କ ମଧ୍ଯରେ ଆଲୋଚନା ଚାଲିଥିବା ସୂଚନା ମିଳିଛି। 

ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବି, OMC ଗେଟ୍‌ରେ ତାଲା ପକାଇଲେ ଲୋକେ

ଆନନ୍ଦପୁର: ସ୍ଥାନୀୟ ଲୋକଙ୍କୁ ଖଣି କାମରେ ନିଯୁକ୍ତି ଦାବିରେ ଖଣି ଗେଟ୍‌ରେ ତାଲା ପକାଇଲେ ଶତାଧିକ ମହିଳା। ଆନନ୍ଦପୁର ଉପଖଣ୍ଡ ବାଙ୍ଗୁର OMC କ୍ରୋମାଇଟ୍ ଖଣି ଠାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଖଣିଥାଇ ମଧ୍ୟ ଏଠାକାର ଯୁବକଙ୍କୁ କାମ ପାଇଁ ବାହାରକୁ ଯିବାକୁ ପଡ଼ୁଛି। କିନ୍ତୁ ଏଠାରେ ବାହାର ଅଞ୍ଚଳର ଲୋକେ କାମକରି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି।

ଖଣି କର୍ତ୍ତୃପକ୍ଷଙ୍କ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପ୍ରତି ଏଭଳି ବୈମାତୃକ ମନଭାବକୁ ନେଇ ଆଜି ବାଙ୍ଗୁର ପଞ୍ଚାୟତର ଶତାଧିକ ମହିଳା ଆସି ଖଣି ଗେଟ୍‌ରେ ତାଲା ପକାଇବାସହ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି। ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହୋଇଛି ସେ ପର୍ଯ୍ଯନ୍ତ ତାଲା ନଖୋଲିବାକୁ ଜିଦ୍ ଧରି ବସିଛନ୍ତି। ଖବରପାଇ  ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ପରିସ୍ଥିତି ଉପରେ ନଜର ରଖିଛି। ତେବେ ଏନେଇ ଖଣି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ  ହୋଇପାରି ନାହିଁ।ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ , ଲୋକ ପ୍ରତିନିଧି ଓ ଖଣି କର୍ତ୍ତୁପକ୍ଷ ଙ୍କ ମଧ୍ଯରେ ଆଲୋଚନା ଚାଲିଥିବା ସୂଚନା ମିଳିଛି।