ଗିରଫ ହେବେ କୁବେର ରେଞ୍ଜର, ରେଡ୍ ବେଳେ ମିଳିଥିଲା ଅମାପ ସମ୍ପତ୍ତି

ଢେଙ୍କାନାଳ ୨୩/୦୮: ରାଜ୍ୟରେ ଧରାପଡୁଛନ୍ତି ଜଣଙ୍କ ପରେ ଜଣେ କୁବେର ଅଫିସର । ଏହି ପରିପ୍ରେକ୍ଷୀରେ ଗୁରୁବାର ଭିଜିଲାନ୍ସ ଜାଲରେ ଧରାପଡିଥିଲେ ଆଉ ଜଣେ କୁବେର ରେଞ୍ଜ ଅଫିସର । ଢେଙ୍କାନାଳ ବନ ବିଭାଗର ସଦର ରେଞ୍ଜରେ କାର୍ଯ୍ୟରତ ଥିବା ଏହି ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ କଲା ସମ୍ପତ୍ତିର ତାଲିକା ଏତେ ଲମ୍ବା ଯାହାକି ଭିଜିଲାନ୍ସକୁ ତାଜୁବ କରିଛି । ଢେଙ୍କାନାଳ ସହରର ରତନ ବଜାର ସ୍ଥିତ ବିଭୂଦାନନ୍ଦଙ୍କ ବିଳାଶପୂର୍ଣ୍ଣ ଆଲିଶାନ ବଙ୍ଗଳା ଉପରେ ଚଢ଼ାଉ ପରେ ତାଙ୍କ ବେଆଇନ ସମ୍ପତ୍ତି ଠୁଳ ତାଲିକା ଭିଜିଲାନ୍ସ ହାତରେ ଲାଗିଛି । କଟକ ଭୁବନେଶ୍ୱରରେ ୮ଟି  ଦାମୀ ପ୍ଲଟ, ଆଠଗଡ଼ରେ ରୋମାଣ୍ଟିକ ଫାର୍ମ ହାଉସ, ହାଇଦ୍ରାବାଦରେ ଦୁଇଟି ଦାମ ପ୍ଲାଟ,ଢେଙ୍କାନାଳ ଓ ଭୁବନେଶ୍ୱରର ବିଭିନ୍ନ ଜାଗାରେ ଘର, ଅଧାକେଜିରୁ ଉର୍ଦ୍ଧ୍ୱ ସୁନା ଗହଣା, ଦୁଇ ଦୁଇଟି ହୀରା ହାର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟାଙ୍କ ବାଲାନ୍ସ ଆଦି ବେଆଇନ ସମ୍ପତି ଠାବ କରିଛି ଭିଜିଲାନ୍ସ । ସବୁଠାରୁ ଗୁରୁତ୍ୱପୂର୍ଣ କଥା ଟଏଲେଟ ଫ୍ଲାସରେ ଲୁଚାଇ ରଖିଥିବା ଟଙ୍କା ବିଡା ସହିତ ୫ଲକ୍ଷ ୧୫ହଜାର ନଗଦ ଟଙ୍କା ଜବତ ଆଦି ଘଟଣା ଭିଜିଲାନ୍ସକୁ ଚକିତ କରିଛି । ଏହା ସହିତ ଦାମୀ ଗାଡି ଘୋଡା ଆଦି ସମ୍ପତ୍ତିର ତାଲିକା କୋଟି କୋଟି ଟଙ୍କାର ଜଣାପଡିଛି। ଫଳରେ ଏପରି କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରିବା ପରେ ଅଟକ ରହିଥିବା ବିଭୂଦାନନ୍ଦଙ୍କୁ ଆଜି

ଗିରଫ ହେବେ କୁବେର ରେଞ୍ଜର, ରେଡ୍ ବେଳେ ମିଳିଥିଲା ଅମାପ ସମ୍ପତ୍ତି

ଢେଙ୍କାନାଳ ୨୩/୦୮: ରାଜ୍ୟରେ ଧରାପଡୁଛନ୍ତି ଜଣଙ୍କ ପରେ ଜଣେ କୁବେର ଅଫିସର । ଏହି ପରିପ୍ରେକ୍ଷୀରେ ଗୁରୁବାର ଭିଜିଲାନ୍ସ ଜାଲରେ ଧରାପଡିଥିଲେ ଆଉ ଜଣେ କୁବେର ରେଞ୍ଜ ଅଫିସର । ଢେଙ୍କାନାଳ ବନ ବିଭାଗର ସଦର ରେଞ୍ଜରେ କାର୍ଯ୍ୟରତ ଥିବା ଏହି ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ କଲା ସମ୍ପତ୍ତିର ତାଲିକା ଏତେ ଲମ୍ବା ଯାହାକି ଭିଜିଲାନ୍ସକୁ ତାଜୁବ କରିଛି । 
ଢେଙ୍କାନାଳ ସହରର ରତନ ବଜାର ସ୍ଥିତ ବିଭୂଦାନନ୍ଦଙ୍କ ବିଳାଶପୂର୍ଣ୍ଣ ଆଲିଶାନ ବଙ୍ଗଳା ଉପରେ ଚଢ଼ାଉ ପରେ ତାଙ୍କ ବେଆଇନ ସମ୍ପତ୍ତି ଠୁଳ ତାଲିକା ଭିଜିଲାନ୍ସ ହାତରେ ଲାଗିଛି । କଟକ ଭୁବନେଶ୍ୱରରେ ୮ଟି  ଦାମୀ ପ୍ଲଟ, ଆଠଗଡ଼ରେ ରୋମାଣ୍ଟିକ ଫାର୍ମ ହାଉସ, ହାଇଦ୍ରାବାଦରେ ଦୁଇଟି ଦାମ ପ୍ଲାଟ,ଢେଙ୍କାନାଳ ଓ ଭୁବନେଶ୍ୱରର ବିଭିନ୍ନ ଜାଗାରେ ଘର, ଅଧାକେଜିରୁ ଉର୍ଦ୍ଧ୍ୱ ସୁନା ଗହଣା, ଦୁଇ ଦୁଇଟି ହୀରା ହାର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟାଙ୍କ ବାଲାନ୍ସ ଆଦି ବେଆଇନ ସମ୍ପତି ଠାବ କରିଛି ଭିଜିଲାନ୍ସ । 

ସବୁଠାରୁ ଗୁରୁତ୍ୱପୂର୍ଣ କଥା ଟଏଲେଟ ଫ୍ଲାସରେ ଲୁଚାଇ ରଖିଥିବା ଟଙ୍କା ବିଡା ସହିତ ୫ଲକ୍ଷ ୧୫ହଜାର ନଗଦ ଟଙ୍କା ଜବତ ଆଦି ଘଟଣା ଭିଜିଲାନ୍ସକୁ ଚକିତ କରିଛି । ଏହା ସହିତ ଦାମୀ ଗାଡି ଘୋଡା ଆଦି ସମ୍ପତ୍ତିର ତାଲିକା କୋଟି କୋଟି ଟଙ୍କାର ଜଣାପଡିଛି। ଫଳରେ ଏପରି କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରିବା ପରେ ଅଟକ ରହିଥିବା ବିଭୂଦାନନ୍ଦଙ୍କୁ ଆଜି ଭିଜିଲାନ୍ସ ଗିରାଓହ କରିବାର ସମ୍ଭାବନା ଏକ ପ୍ରକାର ନିଶ୍ଚିତ ହେଉଛି ।