ଅମୃତସର ଏୟାରପୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ, ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ
ଅମୃତସର: ‘୧ କୋଟି ଦିଅ, ନହେଲେ ଏୟାରପୋର୍ଟକୁ ଉଡ଼ାଇଦେବୁ।’ ଅମୃତସର ଶ୍ରୀ ଗୁରୁ ରାମଦାସ ଇଣ୍ଟରନାସନାଲ ଏୟାରପୋର୍ଟକୁ ଏଭଳି ଧମକ ଦେଇଥିବା ଅଭିଯୁକ୍ତକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି ପୋଲିସ। ଅଭିଯୁକ୍ତର ନାଁ ଗୁରୁଦେବ ସିଂହ ଓରଫ ସାବୀ ବୋଲି ଜଣାପଡ଼ିଥିବାବେଳେ ତା’ର ଘର ଫିରୋଜପୁର ବୋଲି ଜଣାପଡ଼ିଛି । ତେବେ ଅଭିଯୁକ୍ତକୁ କୋର୍ଟରେ ହଜାର ପରେ ତିନିଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ପଚରା ଉଚରା ସମୟରେ ଅଭିଯୁକ୍ତ ଅନ୍ୟ ଦୁଇ ଜଣକ ନାଁ ମଧ୍ୟ କହିଛି। ଅବଶ୍ୟ ସେମାନେ ଏବେବି ଫେରାର ଅଛନ୍ତି।ସୂଚନା ଅନୁଯାୟୀ, ଏୟାରପୋର୍ଟରେ ଥିବା ଇଣ୍ଡିଗୋ ଏୟାରଲାଇନ୍ସର ରିସେପ୍ସନ କାଉଣ୍ଟରକୁ ଏକ ଇମେଲ ମାଧ୍ୟମରେ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ଏୟାରପୋର୍ଟରେ ୬ଟି ବୋମା ଲଗାଯାଇଛି। ଯଦି ବୋମା ବିସ୍ଫୋରଣକୁ ରୋକିବାକୁ ଚାହୁଛନ୍ତି ତେବେ କୁହାଯାଇଥିବା ଠିକଣାରେ ୧ କୋଟି ପଠାଇଦିଅ ନହେଲେ ଏୟାରପୋର୍ଟକୁ ଉଡ଼ାଇଦିଆଯିବ।ତେବେ ଇମେଲ ବିଷୟରେ ଅଧିକାରୀ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ସହ ଏୟାରପୋର୍ଟରେ ଛାନବିନ କରିଥିଲା। ହେଲେ ବିମାନବନ୍ଦରରୁ କୌଣସି ବୋମା ନଥିଲା । ଏମିତିରେ ଏହି ଧମକ ମିଥ୍ୟା ବୋଲି ଜଣାପଡ଼ିଛି। ଏହାରି ମଧ୍ୟରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଆଇପି ଆଡ୍ରେସ ଟ୍ରେସ କରି ଧମକ ଦେଇଥିବା ବ୍ୟକ୍
ଅମୃତସର: ‘୧ କୋଟି ଦିଅ, ନହେଲେ ଏୟାରପୋର୍ଟକୁ ଉଡ଼ାଇଦେବୁ।’ ଅମୃତସର ଶ୍ରୀ ଗୁରୁ ରାମଦାସ ଇଣ୍ଟରନାସନାଲ ଏୟାରପୋର୍ଟକୁ ଏଭଳି ଧମକ ଦେଇଥିବା ଅଭିଯୁକ୍ତକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି ପୋଲିସ। ଅଭିଯୁକ୍ତର ନାଁ ଗୁରୁଦେବ ସିଂହ ଓରଫ ସାବୀ ବୋଲି ଜଣାପଡ଼ିଥିବାବେଳେ ତା’ର ଘର ଫିରୋଜପୁର ବୋଲି ଜଣାପଡ଼ିଛି । ତେବେ ଅଭିଯୁକ୍ତକୁ କୋର୍ଟରେ ହଜାର ପରେ ତିନିଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ପଚରା ଉଚରା ସମୟରେ ଅଭିଯୁକ୍ତ ଅନ୍ୟ ଦୁଇ ଜଣକ ନାଁ ମଧ୍ୟ କହିଛି। ଅବଶ୍ୟ ସେମାନେ ଏବେବି ଫେରାର ଅଛନ୍ତି।
ସୂଚନା ଅନୁଯାୟୀ, ଏୟାରପୋର୍ଟରେ ଥିବା ଇଣ୍ଡିଗୋ ଏୟାରଲାଇନ୍ସର ରିସେପ୍ସନ କାଉଣ୍ଟରକୁ ଏକ ଇମେଲ ମାଧ୍ୟମରେ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ଏୟାରପୋର୍ଟରେ ୬ଟି ବୋମା ଲଗାଯାଇଛି। ଯଦି ବୋମା ବିସ୍ଫୋରଣକୁ ରୋକିବାକୁ ଚାହୁଛନ୍ତି ତେବେ କୁହାଯାଇଥିବା ଠିକଣାରେ ୧ କୋଟି ପଠାଇଦିଅ ନହେଲେ ଏୟାରପୋର୍ଟକୁ ଉଡ଼ାଇଦିଆଯିବ।
ତେବେ ଇମେଲ ବିଷୟରେ ଅଧିକାରୀ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ସହ ଏୟାରପୋର୍ଟରେ ଛାନବିନ କରିଥିଲା। ହେଲେ ବିମାନବନ୍ଦରରୁ କୌଣସି ବୋମା ନଥିଲା । ଏମିତିରେ ଏହି ଧମକ ମିଥ୍ୟା ବୋଲି ଜଣାପଡ଼ିଛି। ଏହାରି ମଧ୍ୟରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଆଇପି ଆଡ୍ରେସ ଟ୍ରେସ କରି ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିବାରେ ସଫଳ ହୋଇଥିଲା।