ଶୌଚ ହେବାକୁ ଯାଇଥିଲେ, ସକାଳୁ ସକାଳୁ ମିଳିଲା ମହିଳାଙ୍କ ମୃତଦେହ

ଲମତାପୁଟ ୧୩।୦୧ : କୋଲାବ ଜଳଭଣ୍ଡାରରେ ବୁଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଟିକରପଡ଼ା ଗାଁର ରଇଲା ବଡ଼ନାୟକ ବୋଲି ଜଣାପଡିଛି । ନନ୍ଦପୁର ପୋଲିସ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ।    ଖବର ଅନୁଯାୟୀ, ବୁଧବାର ସଂଧ୍ୟାରେ ଶୌଚ ହେବାକୁ ଯାଇଥିଲେ ଟିକରପଡ଼ା ଗାଁର ରଇଲା ବଡ଼ନାୟକ । ହେଲେ ବିଳମ୍ବିତ ରାତି ହେଲେ ମଧ୍ୟ ଘରକୁ ଫେରିନଥିଲେ ରଇଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ପାଇନଥିଲେ । ଶେଷରେ ନିଖୋଜ ମହିଳାଙ୍କ ମୃତଦେହ ଶନିବାର ଦିନ କୋଲାବ ଜଳଭଣ୍ଡାରରେ ଭାସୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ନନ୍ଦପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ଏହାସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଯାଇଛି । https://www.prameyanews7.com/kangana-ranaut-with-mystery-man/ The post ଶୌଚ ହେବାକୁ ଯାଇଥିଲେ, ସକାଳୁ ସକାଳୁ ମିଳିଲା ମହିଳାଙ୍କ ମୃତଦେହ appeared first on Prameya News7.

ଶୌଚ ହେବାକୁ ଯାଇଥିଲେ, ସକାଳୁ ସକାଳୁ ମିଳିଲା ମହିଳାଙ୍କ ମୃତଦେହ

ଲମତାପୁଟ ୧୩।୦୧ : କୋଲାବ ଜଳଭଣ୍ଡାରରେ ବୁଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଟିକରପଡ଼ା ଗାଁର ରଇଲା ବଡ଼ନାୟକ ବୋଲି ଜଣାପଡିଛି । ନନ୍ଦପୁର ପୋଲିସ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ।   

ଖବର ଅନୁଯାୟୀ, ବୁଧବାର ସଂଧ୍ୟାରେ ଶୌଚ ହେବାକୁ ଯାଇଥିଲେ ଟିକରପଡ଼ା ଗାଁର ରଇଲା ବଡ଼ନାୟକ । ହେଲେ ବିଳମ୍ବିତ ରାତି ହେଲେ ମଧ୍ୟ ଘରକୁ ଫେରିନଥିଲେ ରଇଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ପାଇନଥିଲେ । ଶେଷରେ ନିଖୋଜ ମହିଳାଙ୍କ ମୃତଦେହ ଶନିବାର ଦିନ କୋଲାବ ଜଳଭଣ୍ଡାରରେ ଭାସୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ନନ୍ଦପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ଏହାସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଯାଇଛି ।

https://www.prameyanews7.com/kangana-ranaut-with-mystery-man/

The post ଶୌଚ ହେବାକୁ ଯାଇଥିଲେ, ସକାଳୁ ସକାଳୁ ମିଳିଲା ମହିଳାଙ୍କ ମୃତଦେହ appeared first on Prameya News7.