ଗିରଫ ହୋଇ ଜାମିନ୍‌ରେ ଆସିଥିଲେ, ଏବେ  ଘରେ ଭିଜିଲାନ୍ସ ଚଢ଼ାଉ 

ସମ୍ବଲପୁର,୧୯।୧୨: ସମ୍ବଲପୁରରେ ଜାଲ ଘର ନକ୍ସା ଦେବା  ମାମଲାରେ ଗିରଫ ହୋଇଥିବା ପ୍ଲାନିଂ ମେମ୍ବର ବନ୍ଦିତା ମିଶ୍ର, କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ  ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚାଲିଛି । ପୂର୍ବରୁ ଜାଲ ଘର ନକ୍ସା ଦେବା ମାମଲାରେ ୨ ଜଣ ଗିରଫ ହୋଇ ଜେଲରେ ଥିଲେ । ବନ୍ଦିତା ଜାମିନ୍‌ରେ ଆସିଥିବା ବେଳେ ଲକ୍ଷ୍ମୀ ନାରାୟଣ ଏବେ ମଧ୍ୟ ଜେଲ୍‌ରେ ଅଛନ୍ତି।  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବିଭିନ୍ନ ସ୍ଥାନରେ ଚଢାଉ […] The post ଗିରଫ ହୋଇ ଜାମିନ୍‌ରେ ଆସିଥିଲେ, ଏବେ  ଘରେ ଭିଜିଲାନ୍ସ ଚଢ଼ାଉ  appeared first on Dharitri Odia News.

ଗିରଫ ହୋଇ ଜାମିନ୍‌ରେ ଆସିଥିଲେ, ଏବେ  ଘରେ ଭିଜିଲାନ୍ସ ଚଢ଼ାଉ 
ସମ୍ବଲପୁର,୧୯।୧୨: ସମ୍ବଲପୁରରେ ଜାଲ ଘର ନକ୍ସା ଦେବା  ମାମଲାରେ ଗିରଫ ହୋଇଥିବା ପ୍ଲାନିଂ ମେମ୍ବର ବନ୍ଦିତା ମିଶ୍ର, କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ  ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚାଲିଛି । ପୂର୍ବରୁ ଜାଲ ଘର ନକ୍ସା ଦେବା ମାମଲାରେ ୨ ଜଣ ଗିରଫ ହୋଇ ଜେଲରେ ଥିଲେ । ବନ୍ଦିତା ଜାମିନ୍‌ରେ ଆସିଥିବା ବେଳେ ଲକ୍ଷ୍ମୀ ନାରାୟଣ ଏବେ ମଧ୍ୟ ଜେଲ୍‌ରେ ଅଛନ୍ତି।  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଏହି ଚଢାଉରେ ୬ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ଅଛନ୍ତି। ବନ୍ଦିତାଙ୍କ ଭୁବନେଶ୍ୱର ଗାଡକଣସ୍ଥିତ ଘର, ସୌଭାଗ୍ୟନଗରସ୍ଥିତ ଘର, ହାଉସିଂବୋର୍ଡ କଲୋନୀସ୍ଥିତ ସମ୍ପର୍କୀୟଙ୍କ ଘର, ଖୁଣ୍ଟାସ୍ଥିତ ପୈତୃକ ଘର, ସମ୍ବଲପୁରମସ୍ଥିତ ଅଫିସ, ଏବଂ ଶ୍ୱଶୁର ଘରେ ଚଢ଼ାଉ ଚାଲିଛି। ସେହିଭଳି ଲକ୍ଷ୍ମୀ ନାରାୟଣଙ୍କ ବୁର୍ଲା ପୁରୁଣା ଏସ୍‌ବିଆଇ ପାର୍କସ୍ଥିତ କ୍ୱାର୍ଟର୍ସ, କଣ୍ଟାପଲ୍ଲୀ ମୌଜାରେ ନିର୍ମାଣାଧିନ ଘର, ଏସଡିଏ ସ୍ଥିତ ଅଫିସରେ ଚଢ଼ାଉ ଚାଲିଛି।
ସୂଚନାଯୋଗ୍ୟ, ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୋଲି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବିଲ୍ଡିଂ ପ୍ଲାନ ପାଇଁ ଫେକ ଆପ୍ରୁଭାଲ ଚିଠି ଇସ୍ୟୁ କରିବା ଅଭିଯୋଗରେ ଗତ ସେପ୍ଟେମ୍ବର ୭ ତାରିଖରେ ବନ୍ଦିତାଙ୍କୁ ଗିରଫ କରାଯାଇଥିଲା ।

The post ଗିରଫ ହୋଇ ଜାମିନ୍‌ରେ ଆସିଥିଲେ, ଏବେ  ଘରେ ଭିଜିଲାନ୍ସ ଚଢ଼ାଉ  appeared first on Dharitri Odia News.