ଗୁଗଲର ଚଷମା ଦେବ ପ୍ରଶ୍ନର ଉତ୍ତର, Metaକୁ ଟକ୍କର ଦେବାର ପ୍ରସ୍ତୁତି!

ନୂଆଦିଲ୍ଲୀ: Google I/O 2025 Event ସମୟରେ ଅନେକ ବଡ଼ ବଡ଼ ଘୋଷଣା ହୋଇଛି ଏବଂ ଇଭେଣ୍ଟ ସମୟରେ କମ୍ପାନୀର ଏଆଇ ଉପରେ ଫୋକସ ନଜର ଆସିଛି । ଗୁଗଲ ମେଟାକୁ ଟକ୍କର ଦେବା ଲାଗି Android XR Glassesକୁ ମଧ୍ୟ ଇଭେଣ୍ଟ ସମୟରେ ଶୋକେସ କରିଛି । କମ୍ପାନୀ ସ୍ମାର୍ଟ ଗ୍ଲାସରେ Gemini AIର ମଧ୍ୟ ବ୍ୟବହାର କରିଛି । ଏହି ସ୍ମାର୍ଟ ଗ୍ଲାସକୁ ପିନ୍ଧି ଗୁଗଲର ଦୁଇ ରିପ୍ରେଜେଣ୍ଟେଟିଭ୍‌ସ ଦୁହେଁ ଦୁହିଁଙ୍କ ସହ ହିନ୍ଦୀ […]

ଗୁଗଲର ଚଷମା ଦେବ ପ୍ରଶ୍ନର ଉତ୍ତର, Metaକୁ ଟକ୍କର ଦେବାର ପ୍ରସ୍ତୁତି!

ନୂଆଦିଲ୍ଲୀ: Google I/O 2025 Event ସମୟରେ ଅନେକ ବଡ଼ ବଡ଼ ଘୋଷଣା ହୋଇଛି ଏବଂ ଇଭେଣ୍ଟ ସମୟରେ କମ୍ପାନୀର ଏଆଇ ଉପରେ ଫୋକସ ନଜର ଆସିଛି ।

ଗୁଗଲ ମେଟାକୁ ଟକ୍କର ଦେବା ଲାଗି Android XR Glassesକୁ ମଧ୍ୟ ଇଭେଣ୍ଟ ସମୟରେ ଶୋକେସ କରିଛି । କମ୍ପାନୀ ସ୍ମାର୍ଟ ଗ୍ଲାସରେ Gemini AIର ମଧ୍ୟ ବ୍ୟବହାର କରିଛି ।

ଏହି ସ୍ମାର୍ଟ ଗ୍ଲାସକୁ ପିନ୍ଧି ଗୁଗଲର ଦୁଇ ରିପ୍ରେଜେଣ୍ଟେଟିଭ୍‌ସ ଦୁହେଁ ଦୁହିଁଙ୍କ ସହ ହିନ୍ଦୀ ଏବଂ ଫରାସୀ ଭାଷାରେ କଥା ବର୍ତ୍ତା କରୁଥିବା ନଜର ଆସିଛି, ଦୁହେଁ ଦୁହିଁଙ୍କ ଭାଷାକୁ ବୁଝିବା ପାଇଁ ଏଆଇ ସାହାଯ୍ୟ କରିଛି ଏବଂ କଥାବର୍ତ୍ତାକୁ ଇଂରାଜୀରେ ଟ୍ରାନ୍ସଲେଟ କରିଛି ।

ଏହି ସ୍ମାର୍ଟ ଚଷମାରେ ଏଆଇର ସୁବିଧା ମିଳୁଛି, ଯେଉଁ କାରଣରୁ ଚଷମା ୟୁଜରର ପ୍ରତି ପ୍ରଶ୍ନର ଉତ୍ତର ଦେବ । ଗୁଗଲ Android XRର ମଧ୍ୟ ଘୋଷଣା କରିଛି । ଏହା କମ୍ପାନୀର ପ୍ରଥମ ଏଭଳି ପ୍ଲାଟଫର୍ମ ଯେଉଁଥିରେ କ୍ୱାଲକମ ଏବଂ ସାମସଙ୍ଗ ସହ ମିଶି ଡେଭଲପ କରାଯାଇଛି ।

ଏହି ପ୍ଲାଟଫର୍ମ ସ୍ମାର୍ଟଫୋନର ଆବଶ୍ୟକତାକୁ ପୂରଣ କରିବା ସହ ଲୋକଙ୍କୁ ସ୍ମାର୍ଟ ଗ୍ଲାସରେ ମଧ୍ୟ ଆଣ୍ଡ୍ରଏଡ ଏକ୍ସଆରର ସୁବିଧା ମିଳିବ । ଆଣ୍ଡ୍ରଏଡ୍ ଏକ୍ସଆରକୁ ପ୍ରୋଜେକ୍ଟ ମୋହନ ସହ ଚଳିତ ବର୍ଷ ଉପଲବ୍ଧ କରିବାର ପ୍ରସ୍ତୁତିରେ ଅଛି ।

ଏହି ଚଷମାର ମୂଲ୍ୟକୁ ନେଇ ସଙ୍କେତ ଦିଆଯାଇନାହିଁ, ହେଲେ ଆଶା ରହିଛି ଯେ, ଖୁବଶୀଘ୍ର ଏହି ଚଷମାର ମୂଲ୍ୟକୁ ନେଇ ଖୁଲାସା କରାଯାଇପାରିବ ।