ଗୁଜରାଟ ଟାଇଟାନ୍ସକୁ ବଡ ଝଟକା, ଆଇପିଏଲ୍ ୨୦୨୪ ରୁ ବାଦ ପଡ଼ିଲେ ମହମ୍ମଦ ଶାମି
ନୂଆଦିଲ୍ଲୀ,୨୨।୨: ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି। ଏହାପୂର୍ବରୁ, ୨୦୨୨ ର ଚାମ୍ପିଅନ୍ ଦଳ ଏବଂ ୨୦୨୩ ରନର୍ ଅପ୍ ଗୁଜରାଟ ଟାଇଟାନ୍ସକୁ ଏକ ବଡ଼ ଝଟକା ଲାଗିଛି। ପିଟିଆଇ ରିପୋର୍ଟ ଅନୁଯାୟୀ ବାମ ଗୋଡରେ ଆଘାତ ଲାଗିଥିବାରୁ ଶାମି ଆଇପିଏଲ୍ ୨୦୨୪ ସିଜିନ୍ରୁ ସମ୍ପୂର୍ଣ୍ଣ ବାଦ ପଡିଛନ୍ତି। ଆଗକୁ ସେ ବ୍ରିଟେନରେ ଅସ୍ତ୍ରୋପଚାର କରିବେ। ଗତ ବର୍ଷ ଦିନିକିଆ ବିଶ୍ୱକପ ପରଠାରୁ ଶାମିଙ୍କୁ ଆକ୍ସନରେ ଦେଖିବାକୁ ମିଳିନାହିଁ। ଆହତ କାରଣରୁ […] The post ଗୁଜରାଟ ଟାଇଟାନ୍ସକୁ ବଡ ଝଟକା, ଆଇପିଏଲ୍ ୨୦୨୪ ରୁ ବାଦ ପଡ଼ିଲେ ମହମ୍ମଦ ଶାମି appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨: ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି। ଏହାପୂର୍ବରୁ, ୨୦୨୨ ର ଚାମ୍ପିଅନ୍ ଦଳ ଏବଂ ୨୦୨୩ ରନର୍ ଅପ୍ ଗୁଜରାଟ ଟାଇଟାନ୍ସକୁ ଏକ ବଡ଼ ଝଟକା ଲାଗିଛି। ପିଟିଆଇ ରିପୋର୍ଟ ଅନୁଯାୟୀ ବାମ ଗୋଡରେ ଆଘାତ ଲାଗିଥିବାରୁ ଶାମି ଆଇପିଏଲ୍ ୨୦୨୪ ସିଜିନ୍ରୁ ସମ୍ପୂର୍ଣ୍ଣ ବାଦ ପଡିଛନ୍ତି। ଆଗକୁ ସେ ବ୍ରିଟେନରେ ଅସ୍ତ୍ରୋପଚାର କରିବେ।
ଗତ ବର୍ଷ ଦିନିକିଆ ବିଶ୍ୱକପ ପରଠାରୁ ଶାମିଙ୍କୁ ଆକ୍ସନରେ ଦେଖିବାକୁ ମିଳିନାହିଁ। ଆହତ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇ ନଥିଲା। ଏହାପରେ ଘରୋଇ ମାଟିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବାଦ ପଡିଥିଲେ। ଗୁଜରାଟ ପାଇଁ ଶାମିଙ୍କ ଅନୁପସ୍ଥିତି ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବା କାରଣରୁ ଦଳ ପୂର୍ବରୁ ଵ୍ୟାକଫୁଟରେ ରହିଛି। ଗୁଜୁରାଟର ଅଧିନାୟକ ଥିବା ହାର୍ଦ୍ଦିକଙ୍କୁ ଗତ ବର୍ଷ ନିଲାମ ପୂର୍ବରୁ ମୁମ୍ବାଇ ତାଙ୍କୁ ଗୁଜରାଟରୁ କିଣି ନେଇଥିଲା।
India pacer Mohammed Shami ruled out of IPL due to left ankle injury which would require surgery in the UK: BCCI source tells PTI
— Press Trust of India (@PTI_News) February 22, 2024
The post ଗୁଜରାଟ ଟାଇଟାନ୍ସକୁ ବଡ ଝଟକା, ଆଇପିଏଲ୍ ୨୦୨୪ ରୁ ବାଦ ପଡ଼ିଲେ ମହମ୍ମଦ ଶାମି appeared first on Dharitri Odia News.