ଗୁଡ୍ ନ୍ୟୁଜ୍ ଦେଲେ ଅଲି-ରିଚା, କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୧୮।୦୭: ଅଭିନେତ୍ରୀ ରିଚା ଚଢା । ତାଙ୍କ ସ୍ଵାମୀ ତଥା ଅଭିନେତା ଅଲି ଫୈଜଲ। ବର୍ତ୍ତମାନ ତାଙ୍କ ଘରେ ନୂଆ ଅତିଥି ଆସିଛି । ଯାହାକୁ ନେଇ ଖୁସିର ମାହୋଲ ଖେଳିଯାଇଛି । ବିବାହର ୨ ବର୍ଷ ପରେ ସେମାନେ ପିତାମାତା ହୋଇଛନ୍ତି । ରିଚା ଜୁଲାଇ ୧୬ ରେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।  View this post on InstagramA post shared by Richa Chadha (@therichachadha)ବର୍ତ୍ତମାନ ରିଚା ଏବଂ ଅଲି ସେମାନଙ୍କ ଖୁସି ପ୍ରକାଶ କରି ସୂଚନା ଦେଇ କହିଛନ୍ତି ଯେ ସେମାନଙ୍କ ପରିବାର ମଧ୍ୟ ବହୁତ ଖୁସି । ଆମ ଜୀବନରେ କନ୍ୟା ସନ୍ତାନର ଆସିଛି ।  ତୁମର ସମସ୍ତ ଆଶୀର୍ବାଦ ହେତୁ ଶିଶୁ କନ୍ୟା ସଂପୂର୍ଣ୍ଣ ସୁସ୍ଥ ଅଛି । ଆମର ଉଭୟ ପରିବାର ବହୁତ ଖୁସି ଏବଂ ଆପଣଙ୍କର ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ ଆପଣଙ୍କୁ ଧନ୍ୟବାଦ । ତୁମର ରିଚା ଚଢା ଏବଂ ଅଲି ଫୈଜଲ । ବର୍ତ୍ତମାନ ଏହି ପୋଷ୍ଟ ଦେଖି ସୋସିଆଲରେ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଜୁଲାଇ ୧୭ରେ ଅଲି ଏବଂ ରିଚା କିଛି ଚିତ୍ର ସେୟାର କରିଥିଲେ । ଏସବୁ ଦେଖି ପ୍ରଶଂସକମାନେ ଅନୁମାନ କରୁଥିଲେ ଯେ ସେମାନେ ଖୁବ୍ ଶୀଘ୍ର ଭଲ ଖବର ଶୁଣିବାକୁ ଯାଉଛନ୍ତି।  କିନ୍ତୁ ବିଶେଷ କଥା ହେଲା ଯେ ସେମାନେ ନିଜ ଝିଅର ଜନ୍ମ ପରେ ଏହି ଫଟୋ ଗୁଡ଼ିକୁ ସେୟାର କରିଛନ୍ତି।ବର୍ତ୍ତମାନ ସମସ୍ତେ ରିଚାଙ୍କୁ ତାଙ୍କ ଝିଅର ଫଟୋ ଦେଖିବାକୁ ଅପେକ୍ଷା

ଗୁଡ୍ ନ୍ୟୁଜ୍ ଦେଲେ ଅଲି-ରିଚା, କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୧୮।୦୭: ଅଭିନେତ୍ରୀ ରିଚା ଚଢା । ତାଙ୍କ ସ୍ଵାମୀ ତଥା ଅଭିନେତା ଅଲି ଫୈଜଲ। ବର୍ତ୍ତମାନ ତାଙ୍କ ଘରେ ନୂଆ ଅତିଥି ଆସିଛି । ଯାହାକୁ ନେଇ ଖୁସିର ମାହୋଲ ଖେଳିଯାଇଛି । ବିବାହର  ବର୍ଷ ପରେ ସେମାନେ ପିତାମାତା ହୋଇଛନ୍ତି । ରିଚା ଜୁଲାଇ ୧୬ ରେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । 

 


ବର୍ତ୍ତମାନ ରିଚା ଏବଂ ଅଲି ସେମାନଙ୍କ ଖୁସି ପ୍ରକାଶ କରି ସୂଚନା ଦେଇ କହିଛନ୍ତି ଯେ ସେମାନଙ୍କ ପରିବାର ମଧ୍ୟ ବହୁତ ଖୁସି । ଆମ ଜୀବନରେ କନ୍ୟା ସନ୍ତାନର ଆସିଛି ।  ତୁମର ସମସ୍ତ ଆଶୀର୍ବାଦ ହେତୁ ଶିଶୁ କନ୍ୟା ସଂପୂର୍ଣ୍ଣ ସୁସ୍ଥ ଅଛି । ଆମର ଉଭୟ ପରିବାର ବହୁତ ଖୁସି ଏବଂ ଆପଣଙ୍କର ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ ଆପଣଙ୍କୁ ଧନ୍ୟବାଦ । ତୁମର ରିଚା ଚଢା ଏବଂ ଅଲି ଫୈଜଲ । ବର୍ତ୍ତମାନ ଏହି ପୋଷ୍ଟ ଦେଖି ସୋସିଆଲରେ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । 

ଜୁଲାଇ ୧୭ରେ ଅଲି ଏବଂ ରିଚା କିଛି ଚିତ୍ର ସେୟାର କରିଥିଲେ । ଏସବୁ ଦେଖି ପ୍ରଶଂସକମାନେ ଅନୁମାନ କରୁଥିଲେ ଯେ ସେମାନେ ଖୁବ୍ ଶୀଘ୍ର ଭଲ ଖବର ଶୁଣିବାକୁ ଯାଉଛନ୍ତି।  କିନ୍ତୁ ବିଶେଷ କଥା ହେଲା ଯେ ସେମାନେ ନିଜ ଝିଅର ଜନ୍ମ ପରେ ଏହି ଫଟୋ ଗୁଡ଼ିକୁ ସେୟାର କରିଛନ୍ତିବର୍ତ୍ତମାନ ସମସ୍ତେ ରିଚାଙ୍କୁ ତାଙ୍କ ଝିଅର ଫଟୋ ଦେଖିବାକୁ ଅପେକ୍ଷା କରିଛନ୍ତି