ଗୁଡ୍‌ନ୍ୟୁଜ୍‌ ଦେବେ ଦୀପିକା, ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ

ମୁମ୍ଵାଇ ୦୮।୦୯: ବଲିଉଡର ପାୱାରଫୁଲ କପଲ ରଣଭୀର ସିଂ ଏବଂ ଦୀପିକା ପାଦୁକୋନ । ଦୀର୍ଘ ଦିନ ଧରି  ସେ ଚର୍ଚ୍ଚାରେ ରହିଆସିଛନ୍ତି। ଏହାର କାରଣ ହେଉଛି ଦୀପିକାଙ୍କ ଗର୍ଭଧାରଣ ।  ଦୀପିକା ପାଦୁକୋନଙ୍କ ବିଷୟରେ ଖବର ଆସିଥିଲା ଯେ ସେ ସେପ୍ଟେମ୍ବରରେ ନିଜ ସନ୍ତାନକୁ ଜନ୍ମ ଦେଇପାରନ୍ତି । ଏବେ ଏହି ଅଭିନେତ୍ରୀଙ୍କ କାର ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି।କୁହାଯାଉଛି ଯେ ଦୀପିକା ପାଦୁକୋନଙ୍କୁ ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତ୍ରୀ କୌଣସି ସମୟରେ ଖୁସି ଖବର ଦେଇପାରନ୍ତି । ଦୀପିକା ପାଦୁକୋନଙ୍କ ସହ ତାଙ୍କ ପରିବାରର ଅନ୍ୟ କିଛି ସଦସ୍ୟ ମଧ୍ୟ ନଜର ଆସିଥିଲେ। ସୂଚନାଯୋଗ୍ୟ ଯେ ଗଣେଷ ଚତୁର୍ଥୀର ଗୋଟିଏ ଦିନ ପୂର୍ବରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧବିନାୟକ ମନ୍ଦିରରେ ପହଞ୍ଚିଥିଲେ। ପାରମ୍ପାରିକ ରୂପରେ ଦୀପିକା ବାପ୍ପାଙ୍କ ଦର୍ଶନ କରିଥିଲେ। ସେ ସବୁଜ ରେଶମ ଶାଢୀ ପିନ୍ଧିଥିଲେ। ଏହି ଡାକ୍ତରଖାନାରେ ରଣବୀର-ଆଲିଆଙ୍କ ଝିଅ ଜନ୍ମ ହୋଇଥିଲାସୂଚନାଯୋଗ୍ୟ ଯେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ ରାହା କପୁର ମଧ୍ୟ ମୁମ୍ବାଇର HN ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଜନ୍ମ ହୋଇଥିଲା। ରଣବୀର ଏବଂ ଆଲିଆ ଭଟ୍ଟ ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ବିବାହ ସମୟରେ ଅଭିନେତ୍ରୀ ଗର୍ଭବତୀ ହୋଇଥିଲେ। ବିବାହର

ଗୁଡ୍‌ନ୍ୟୁଜ୍‌ ଦେବେ ଦୀପିକା, ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ

ମୁମ୍ଵାଇ ୦୮।୦୯: ବଲିଉଡର ପାୱାରଫୁଲ କପଲ ରଣଭୀର ସିଂ ଏବଂ ଦୀପିକା ପାଦୁକୋନ । ଦୀର୍ଘ ଦିନ ଧରି  ସେ ଚର୍ଚ୍ଚାରେ ରହିଆସିଛନ୍ତି। ଏହାର କାରଣ ହେଉଛି ଦୀପିକାଙ୍କ ଗର୍ଭଧାରଣ ।  ଦୀପିକା ପାଦୁକୋନଙ୍କ ବିଷୟରେ ଖବର ଆସିଥିଲା ଯେ ସେ ସେପ୍ଟେମ୍ବରରେ ନିଜ ସନ୍ତାନକୁ ଜନ୍ମ ଦେଇପାରନ୍ତି । ଏବେ ଏହି ଅଭିନେତ୍ରୀଙ୍କ କାର ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି।

କୁହାଯାଉଛି ଯେ ଦୀପିକା ପାଦୁକୋନଙ୍କୁ ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତ୍ରୀ କୌଣସି ସମୟରେ ଖୁସି ଖବର ଦେଇପାରନ୍ତି । ଦୀପିକା ପାଦୁକୋନଙ୍କ ସହ ତାଙ୍କ ପରିବାରର ଅନ୍ୟ କିଛି ସଦସ୍ୟ ମଧ୍ୟ ନଜର ଆସିଥିଲେ। ସୂଚନାଯୋଗ୍ୟ ଯେ ଗଣେଷ ଚତୁର୍ଥୀର ଗୋଟିଏ ଦିନ ପୂର୍ବରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧବିନାୟକ ମନ୍ଦିରରେ ପହଞ୍ଚିଥିଲେ। ପାରମ୍ପାରିକ ରୂପରେ ଦୀପିକା ବାପ୍ପାଙ୍କ ଦର୍ଶନ କରିଥିଲେ। ସେ ସବୁଜ ରେଶମ ଶାଢୀ ପିନ୍ଧିଥିଲେ। 

ଏହି ଡାକ୍ତରଖାନାରେ ରଣବୀର-ଆଲିଆଙ୍କ ଝିଅ ଜନ୍ମ ହୋଇଥିଲା

ସୂଚନାଯୋଗ୍ୟ ଯେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ ରାହା କପୁର ମଧ୍ୟ ମୁମ୍ବାଇର HN ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଜନ୍ମ ହୋଇଥିଲା। ରଣବୀର ଏବଂ ଆଲିଆ ଭଟ୍ଟ ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ବିବାହ ସମୟରେ ଅଭିନେତ୍ରୀ ଗର୍ଭବତୀ ହୋଇଥିଲେ। ବିବାହର ସାତ ମାସ ପରେ ସେ ରାହାଙ୍କୁ ଜନ୍ମ ଦେଇଥିଲେ। 

ରଣଭୀର-ଦୀପିକା ବିବାହର ୬ବର୍ଷ ପରେ ପିତାମାତା ହେବେ 

ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ବିବାହର ୬ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି। ନିକଟରେ ଦୀପିକା ପାଦୁକୋନ ମଧ୍ୟ ମାଟରନିଟିର ଫଟୋସୁଟ୍‌ ଫଟୋ ସେୟାର କରିଥିଲେ।  ଏହି ଷ୍ଟାର୍ ଦମ୍ପତି ୨୦୧୮ ରେ ବହୁତ ବଡ ଧୁମ୍‌ଧାମରେ ବିବାହ କରିଥିଲେ ।  ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।