ଗୁଣ୍ଡୁରୁଚୁଆଁ ରେ ତ୍ରିଦିବସୀୟ ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଗୁଣ୍ଡୁରୁଚୁଆଁ ଗ୍ରାମର ବଜରଙ୍ଗବଳୀ ଛକ ଠାରେ ତ୍ରିଦିବଶୀୟ ବିଶ୍ଵଶାନ୍ତି ଗାୟତ୍ରୀ ମହାଯଜ୍ଞ ମହାଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି। ଅଂଚଳର ଧର୍ମପ୍ରାଣା ସେସ୍ଛାସେବୀଙ୍କ ତତ୍ୱାବାଧାନରେ ଯଜ୍ଞ ସାମାହିତ ହୋଇଯାଇଛି। ଏହି ଯଜ୍ଞ ବୈଦିକ ପଦ୍ଦତିରେ ହୋଇଥିବା ବେଳେ ଜନସାଧାରଣଙ୍କୁ ସନାତନ ଧର୍ମ ଉପରେ ବିଦ୍ୱାନ ଗଣ ଆଲୋଚନା କରିବା ସହ ଯଜ୍ଞ ର ପ୍ରକାର ଭେଦ ସମ୍ବନ୍ଧରେ ବୁଝାଇଥିଲେ। ପ୍ରଥମ ଦିବସରେ ପୁଷ୍କରିଣୀ ରୁ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନାକରି […] The post ଗୁଣ୍ଡୁରୁଚୁଆଁ ରେ ତ୍ରିଦିବସୀୟ ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ appeared first on Odisha.News.

ଗୁଣ୍ଡୁରୁଚୁଆଁ ରେ ତ୍ରିଦିବସୀୟ ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଗୁଣ୍ଡୁରୁଚୁଆଁ ଗ୍ରାମର ବଜରଙ୍ଗବଳୀ ଛକ ଠାରେ ତ୍ରିଦିବଶୀୟ ବିଶ୍ଵଶାନ୍ତି ଗାୟତ୍ରୀ ମହାଯଜ୍ଞ ମହାଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି। ଅଂଚଳର ଧର୍ମପ୍ରାଣା ସେସ୍ଛାସେବୀଙ୍କ ତତ୍ୱାବାଧାନରେ ଯଜ୍ଞ ସାମାହିତ ହୋଇଯାଇଛି। ଏହି ଯଜ୍ଞ ବୈଦିକ ପଦ୍ଦତିରେ ହୋଇଥିବା ବେଳେ ଜନସାଧାରଣଙ୍କୁ ସନାତନ ଧର୍ମ ଉପରେ ବିଦ୍ୱାନ ଗଣ ଆଲୋଚନା କରିବା ସହ ଯଜ୍ଞ ର ପ୍ରକାର ଭେଦ ସମ୍ବନ୍ଧରେ ବୁଝାଇଥିଲେ। ପ୍ରଥମ ଦିବସରେ ପୁଷ୍କରିଣୀ ରୁ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନାକରି ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ କଥବାଚକ୍ ଗଣ ପ୍ରବଚନ ଦେଇଥିଲେ। ଦ୍ୱିତୀୟ ଦିବସରେ ଯଜ୍ଞକୁଣ୍ଡରେ ଆହୁତି କାର୍ଯ୍ୟକ୍ରମ ସହ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତୃତୀୟ ଦିବସରେ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ କରି ଯଜ୍ଞ ସମାପନ ହେଲା। ଏହିଠାରେ ବିଶ୍ୱ ର ମଙ୍ଗଳ ପାଇଁ ଜଙ୍ଗଲ କୁ ସୂରକ୍ଷା କରିବା ସହ ପ୍ଳାଷ୍ଟିକ ମୁକ୍ତ ବାର୍ତ୍ତା ର ପ୍ରଚାର ପ୍ରସାର କରାଯାଇଥିଲା। ସ୍ୱାମୀ ଶିବାନନ୍ଦ ଜି ଦୁମ୍ବେରମୁଣ୍ଡା ଙ୍କ ନେତୃତ୍ୱ ନେଇଥିବା ବେଳେ, ବିନୋଦ ଦାସ ବରପାଳି ମହିମା ଆଶ୍ରମଙ୍କ ପ୍ରବଚନ ଲୋକମାନଙ୍କ ମନରେ ଆନନ୍ଦ ଖେଳାଇ ଦେଇଥିଲା। ରାମରେଖା ଧାମ ଝାରଖଣ୍ଡ, ଜୀବନ ମୁକ୍ତାନନ୍ଦ ଜି ପୁରୀ ଝାରମାଲ ଆଠଗା, ଶେଷଦେବ ଦାସ, ତୁଲା ରାମ ବାବା, ଦେବାନନ୍ଦ ଶାସ୍ତ୍ରୀ, ଶୁଶାନ୍ତ ଯୋଗ ଆଚାର୍ଯ୍ୟ, ରଘୁ ବାବା, ଶଶୀ ବାବା ପ୍ରମୁଖ ସାଧୁ ସନ୍ଥ ଯୋଗଦେଇ ମାର୍ଗ ଦର୍ଶନ କରିଥିଲେ। ବଳାରାମ ନାଏକ, ଲକ୍ଷୀକାନ୍ତ ମାଝୀ, ଗୋପାଳ ନାଏକ, ସନ୍ତୋଷ କୁମାର ପଟେଲ, ଦେବାଶିଷ ପଟେଲ, ଅଶୋକ କୁମାର ପଟେଲ, ଉପେନ୍ଦ୍ର ମହାକୁଡ଼, ଗୋବିନ୍ଦ ଭୋଇ, ଶଙ୍କର ମୁଣ୍ଡା, ନୀଳାଞ୍ଚଳ ରଣା, ଶୁଶିଲ ସାହୁ, ଅମୃତ ପଧାନ ପ୍ରମୁଖଙ୍କ ଧର୍ମପତ୍ନୀ ମାନେ କର୍ତ୍ତା କାର୍ଯ୍ୟ ତୁଳାଇଥିଲେ। ଅଞ୍ଚଳର ତଥା ସ୍ଥାନୀୟ ବ୍ୟକ୍ତିବିଶେଷ ସହଯୋଗ କରିଥିଲେ।

The post ଗୁଣ୍ଡୁରୁଚୁଆଁ ରେ ତ୍ରିଦିବସୀୟ ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ appeared first on Odisha.News.