ମହିନ୍ଦ୍ରା ଇଲେକ୍ଟ୍ରିକ୍ ଏସ୍ୟୁଭିର ଟିଜର ରିଲିଜ
ନୂଆଦିଲ୍ଲୀ,୧୧।୧୧: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ଏମ୍ ଆଣ୍ଡ୍ ଏମ୍ ବା ମହିନ୍ଦ୍ରା)ର ବହୁ ପ୍ରତୀକ୍ଷିତ ଯାନ ତଥା ଇଲେକ୍ଟ୍ରିକ୍ ଏସ୍ୟୁଭି ‘ଏକ୍ସଇଭି ୯ଇ ଓ ବିଇ ୬ଇ’ର ଟିଜର ରିଲିଜ ନିକଟରେ ହୋଇଯାଇଛି। ଏପରିକି ୨୦୨୪ ନଭେମ୍ବର ୨୬ରେ ଏହାର ଅନଲିମିଟ୍ ଇଣ୍ଡିଆ ୱାର୍ଲଡ୍ ପ୍ରିମିୟର କାର୍ଯ୍ୟକ୍ରମ ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଯାଉଛି। ସେହିଭଳି ଇଲେକ୍ଟ୍ରିକ୍ ଅରିଜିନ୍ ଆଇଏନ୍ଜିଏଲ୍ଓ ଢାଞ୍ଚାରେ ନିର୍ମିତ ଏହି ୨ଟି ମଡେଲକୁ ଆନୁଷ୍ଠାନିକ ଭାବେ ଅନାବରଣ କରାଯିବ। ଏପରିକି ଆଇଏନ୍ଜିଏଲ୍ଓ ଢାଞ୍ଚାରେ ପ୍ରସ୍ତୁତ କରାଯାଇଥିବା […] The post ମହିନ୍ଦ୍ରା ଇଲେକ୍ଟ୍ରିକ୍ ଏସ୍ୟୁଭିର ଟିଜର ରିଲିଜ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧୧: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ଏମ୍ ଆଣ୍ଡ୍ ଏମ୍ ବା ମହିନ୍ଦ୍ରା)ର ବହୁ ପ୍ରତୀକ୍ଷିତ ଯାନ ତଥା ଇଲେକ୍ଟ୍ରିକ୍ ଏସ୍ୟୁଭି ‘ଏକ୍ସଇଭି ୯ଇ ଓ ବିଇ ୬ଇ’ର ଟିଜର ରିଲିଜ ନିକଟରେ ହୋଇଯାଇଛି। ଏପରିକି ୨୦୨୪ ନଭେମ୍ବର ୨୬ରେ ଏହାର ଅନଲିମିଟ୍ ଇଣ୍ଡିଆ ୱାର୍ଲଡ୍ ପ୍ରିମିୟର କାର୍ଯ୍ୟକ୍ରମ ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଯାଉଛି।
ସେହିଭଳି ଇଲେକ୍ଟ୍ରିକ୍ ଅରିଜିନ୍ ଆଇଏନ୍ଜିଏଲ୍ଓ ଢାଞ୍ଚାରେ ନିର୍ମିତ ଏହି ୨ଟି ମଡେଲକୁ ଆନୁଷ୍ଠାନିକ ଭାବେ ଅନାବରଣ କରାଯିବ। ଏପରିକି ଆଇଏନ୍ଜିଏଲ୍ଓ ଢାଞ୍ଚାରେ ପ୍ରସ୍ତୁତ କରାଯାଇଥିବା ଏହି ମଡେଲ ଦ୍ୱୟ ଗ୍ରାହକଙ୍କ ହୃଦୟରେ ଭାରତୀୟ ଓ ଆଭିମୁଖ୍ୟ ବିଶ୍ୱସ୍ତରୀୟ ହୋଇଥିବାବେଳେ ଏଥିରେ ବିଭିନ୍ନ ଇଣ୍ଟେଲିଜେଣ୍ଟ ଓ ଆକର୍ଷଣୀୟ ନବସୃଜନ ଅନ୍ତର୍ଭୁକ୍ତ ରହିଛି। ଏହି ଶ୍ରେଣୀର ଅଗ୍ରଣୀ ସୁରକ୍ଷା ମାନକଠାରୁ ଆରମ୍ଭ କରି ଉନ୍ନତ ପ୍ରଦର୍ଶନ, ରେଞ୍ଜ ଓ ଦକ୍ଷତା ସହିତ ଆଇଏନ୍ଜିଏଲ୍ଓକୁ ବିବିଧ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି। ସେହିପରି ଏକ୍ସଇଭି ୯ଇ ବିଳାସପୂର୍ଣ୍ଣ ଇଲେକ୍ଟ୍ରିକ୍ ଯାନକୁ ପୁନଃ ପରିକଳ୍ପନା ଏବଂ ବିଇ ୬ଇ ବଳିଷ୍ଠ, ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ପ୍ରଦାନ କରିବ।
The post ମହିନ୍ଦ୍ରା ଇଲେକ୍ଟ୍ରିକ୍ ଏସ୍ୟୁଭିର ଟିଜର ରିଲିଜ appeared first on Dharitri Odia News.