ଚୀନ ଓ ତୁର୍କୀ ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ଦୁଇ ବନ୍ଧୁ ରାଷ୍ଟ୍ର ଚୀନ ଓ ତୁର୍କୀ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି... The post ଚୀନ ଓ ତୁର୍କୀ ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ appeared first on .
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ଦୁଇ ବନ୍ଧୁ ରାଷ୍ଟ୍ର ଚୀନ ଓ ତୁର୍କୀ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର। ଅପରେସନ ସିନ୍ଦୂର, ଭାରତୀୟ ସେନା ଓ ଭାରତ ସରକାରଙ୍କ ବିରୋଧରେ ବିଭ୍ରାନ୍ତିକର ଖବର ପ୍ରସାରଣ କରିବା ଦୁଇ ଦେଶର ଗଣମାଧ୍ୟମକୁ ମହଙ୍ଗା ପଡ଼ିଛି। ଭାରତୀୟ ସେନା ବିରୋଧରେ ମିଛ ପ୍ରଚାର କରୁଥିବା ଆଜି ଭାରତ ସରକାର ଚୀନର ଗ୍ଲୋବାଲ ଟାଇମ୍ସ ଓ ଜିନହୁଆର ଏକ୍ସ ଆକାଉଣ୍ଟକୁ ବ୍ୟାନ କରିଛନ୍ତି।
ଏଣିକି ଭାରତରେ ଏହି ଆକାଉଣ୍ଟରୁ ପୋଷ୍ଟ ହେଉଥିବା ତଥ୍ୟ ଦୃଶ୍ୟମାନ ହେବନି। ଗ୍ଲୋବାଲ ଟାଇମ୍ସ ଓ ଜିନହୁଆ ଚାଇନିଜ ସରକାରଙ୍କ ମୁଖପତ୍ର ଭାବେ ଜଣାଶୁଣା। ଏହି ଦୁଇ ଗଣମାଧ୍ୟମ ପାକିସ୍ତାନ କଥାରେ ଭାରତୀୟ ସେନା ବିରୋଧରେ ମିଥ୍ୟାର ପ୍ରଚାର କରୁଥିବାରୁ ଭାରତ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗ୍ଲୋବାଲ ଟାଇମ୍ସ ହେଉଛି ଗୋଟିଏ ଇଂରାଜୀ ଖବରକାଗଜ। ଚାଇନିଜ କମ୍ୟୁନିଷ୍ଟ ପାର୍ଟି ମାଲିକାନାରେ ଥିବା ପିପୁଲ୍ସ ଡେଲୀ ଅଧୀନରେ ଏହା ରହିଛି। ସେହିପରି ଜିନହୁଆ ଚାଇନାର ଅଫିସିଆଲ ନ୍ୟୁଜ ଏଜେନ୍ସି।
ଭାରତୀୟ ସେନାର ଆତଙ୍କବାଦୀ ନିରୋଧ ଅପରେସନକୁ ନେଇ ଗ୍ଲୋବାଲ ଟାଇମ୍ସ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରୁଥିବାରୁ ବେଜିଂରେ ଥିବା ଭାରତୀୟ ଦୂତାବାସ ଆପତ୍ତି ଉଠାଇଥିଲା। ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ ଏପରି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାରଣ କରିବା ପୂର୍ବରୁ ଗ୍ଲୋବାଲ ଟାଇମ୍ସ ତଥ୍ୟକୁ ଯାଞ୍ଚ କରୁ ଓ ନିଜର ସୂତ୍ରକୁ ଭଲ ଭାବେ ତଦାରଖ କରୁ। ଦୂତାବାସର ତାଗିଦ ପରେ ମଧ୍ୟ ଗ୍ଲୋବାଲ ଟାଇମ୍ସର ପାକିସ୍ତାନୀ ପ୍ରେମ କମି ନଥିଲା। ଖାସ ଏହି କାରଣ ପାଇଁ ଏବେ ଭାରତରେ ଗ୍ଲୋବାଲ ଟାଇମ୍ସର ଏକ୍ସ ଆକାଉଣ୍ଟକୁ ବ୍ୟାନ କରାଯାଇଛି।
ଅନ୍ୟପକ୍ଷରେ ଅପରେସନ ସିନ୍ଦୂର ପରେ ପାକିସ୍ତାନ ସେନା ଭାରତ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା। ଏହି ଘଟଣାରେ ତୁର୍କୀ ଖୋଲାଖୋଲି ଭାବେ ପାକିସ୍ତାନକୁ ସହାୟତା କରିଥିଲା। ତୁର୍କୀ ପକ୍ଷରୁ ପାକିସ୍ତାନକୁ ଡ୍ରୋନ ମଧ୍ୟ ଯୋଗାଇ ଦିଆଯାଇଥିଲା। ଏପରି କି ତୁର୍କୀର ବ୍ରଡକାଷ୍ଟର ଟିଆରଟି ୱାର୍ଲ୍ଡ ଭାରତ ବିରୋଧରେ ପ୍ରଚାର କରିଥିଲା। ଏଥିପାଇଁ ଭାରତ ସରକାର ଟିଆରଟି ୱାର୍ଲ୍ଡର ଏକ୍ସ ଆକାଉଣ୍ଟକୁ ମଧ୍ୟ ବ୍ୟାନ କରିଛନ୍ତି। ଏବେ ଭାରତରେ ଏଥିରେ ପୋଷ୍ଟ ହେଉଥିବା ଖବର ଦେଖାଯାଉ ନାହିଁ। ତୁର୍କୀରୁ ଆସୁଥିବା ସେଓକୁ ଭାରତରେ ବୟକଟ କରାଯାଇଛି। ସେହିପରି ତୁର୍କୀ ବୁଲିବା ପାଇଁ ପୂର୍ବରୁ ବୁକିଂ କରିଥିବା ଲୋକମାନେ ମଧ୍ୟ ଏହାକୁ ବାତିଲ କରିବାରେ ଲାଗିଛନ୍ତି। ତୁର୍କୀ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିବାକୁ ସୋସିଆଲ ମିଡିଆରେ ଲୋକମାନେ ମତ ରଖିବାରେ ଲାଗିଛନ୍ତି। ବୟକଟ ତୁର୍କୀ ଏବେ ଟ୍ରେଣ୍ଡ କରୁଛି।
The post ଚୀନ ଓ ତୁର୍କୀ ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ appeared first on .