ଗୁପ୍ଚୁପ୍ ଖାଉଥିଲେ ସାବଧାନ! ମିଶୁଥିବା ରାସାୟନିକ ପଦାର୍ଥ ଯୋଗୁ ହୋଇପାରେ କ୍ୟାନସର
ବେଙ୍ଗାଲୁରୁ : ଗୁପ୍ଚୁପ୍ ଏହି ନାଁଟି ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ସକାଳ ହେଉ ବା ସନ୍ଧ୍ୟା ସବୁ ସମୟରେ ବଜାରର ବିଭିନ୍ନ ଗଳି କନ୍ଦିରେ ମିଳିଯାଏ ଗୁପଚୁପ। ମୁଖ୍ୟତଃ ଝିଅମାନେ ଗୁପଚୁପକୁ ଭାରି ପସନ୍ଦ କରନ୍ତି। ଏମିତିବି ଝିଅ ଥାଆନ୍ତି ଯେଉଁମାନେ ଭାତ ନଖାଇ ଗୁପଚୁପ ଖାଇ ରହିଯାଆନ୍ତି। କିନ୍ତୁ ଏବେ ସାବଧାନ ହୋଇ ଯାଆନ୍ତୁ। କାରଣ ଗୁପଚୁପ ଖାଇବା ହୋଇପାରେ କ୍ୟାନସରର କାରଣ। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଏକ ଖବର ଅନୁସାରେ କର୍ଣ୍ଣାଟକରୁ […]

ବେଙ୍ଗାଲୁରୁ : ଗୁପ୍ଚୁପ୍ ଏହି ନାଁଟି ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ସକାଳ ହେଉ ବା ସନ୍ଧ୍ୟା ସବୁ ସମୟରେ ବଜାରର ବିଭିନ୍ନ ଗଳି କନ୍ଦିରେ ମିଳିଯାଏ ଗୁପଚୁପ। ମୁଖ୍ୟତଃ ଝିଅମାନେ ଗୁପଚୁପକୁ ଭାରି ପସନ୍ଦ କରନ୍ତି। ଏମିତିବି ଝିଅ ଥାଆନ୍ତି ଯେଉଁମାନେ ଭାତ ନଖାଇ ଗୁପଚୁପ ଖାଇ ରହିଯାଆନ୍ତି। କିନ୍ତୁ ଏବେ ସାବଧାନ ହୋଇ ଯାଆନ୍ତୁ। କାରଣ ଗୁପଚୁପ ଖାଇବା ହୋଇପାରେ କ୍ୟାନସରର କାରଣ।
ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଏକ ଖବର ଅନୁସାରେ କର୍ଣ୍ଣାଟକରୁ ଗୁପଚୁପକୁ ନେଇ ଏକ ଚାଞ୍ଚଲ୍ୟକର ଖବର ଆସିଛି। ଗୁପଚୁପରେ ମିଶୁଥିବା କୃତ୍ରିମ ରଙ୍ଗ କ୍ୟାନସରର କାରଣ ବୋଲି ଜଣାପଡିଛି। ଏହା ବ୍ୟତୀତ ଗୁପଚୁପରେ ମିଶୁଥିବା କିଛି ରାସାୟନିକ ପଦାର୍ଥ ଆମ ଶରୀର ପାଇଁ ବହୁ କ୍ଷତିକାରଣ ରୋଗ ମଧ୍ୟ ସୃଷ୍ଟି କରିପାରେ।
କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ ପକ୍ଷରୁ ୭୯ଟି ସ୍ଥାନରୁ ୨୬୦ଟି ନମୁନାକୁ ପରୀକ୍ଷା କରାଯାଇଥିଲା। ଯେଉଁଥିରୁ ୪୧ଟି ନମୁନାରେ କ୍ୟାନସର ସୃଷ୍ଟିକାରୀ କ୍ଷତିକାରଣ ରାସାୟନିକ ପଦାର୍ଥ ଥିବା କହିଛି କର୍ଣ୍ଣାଟକ ଖାଦ୍ୟ ଓ ନିରାପତ୍ତା ବିଭାଗ। ତାସହ ୧୮ଟି ନମୁନାକୁ ଅତି ନିମ୍ନମାନର ବୋଲି କୁହାଯାଇଛି। ଗୁପଚୁପ୍ ପାଣି ତଥା ସସ୍ରେ ବ୍ୟବହୃତ ହେଉଥିବା କୁତ୍ରିମ ରଙ୍ଗ ଏଥିପାଇଁ ଦାୟୀ ।
ଅନ୍ୟପଟେ କର୍ଣ୍ଣାଟକାର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି ଯେ ଅଧିକ ଗୁପଚୁପ ଖାଇବା ଦ୍ୱାରା କ୍ୟାନସର ପରି ମାରାତ୍ମକ ରୋଗ ହୋଇପାରେ। ଏଥି ସହିତ ଡାକ୍ତରମାନେ କହିଛନ୍ତି ଯେ ଏହି କୃତ୍ରିମ ରଙ୍ଗଗୁଡ଼ିକ ପେଟ ରୋଗ ସାଙ୍ଗକୁ ହୃଦଘାତ ପର୍ୟ୍ୟନ୍ତ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ ଏବଂ ଅଟୋମ୍ୟୁମ୍ୟୁନ୍ ରୋଗ ମଧ୍ୟ ସୃଷ୍ଟି କରିପାରେ ।