ଓଡ଼ିଶାରେ ୩ କୋଟି ୩୪ ଲକ୍ଷରୁ ଅଧିକ ଭୋଟର ସାବ୍ୟସ୍ତ କରିବେ ମତାଧିକାର : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଆଜି ଭାରତୀୟ ନିର୍ବାଚନ ଆୟୁକ୍ତ ରାଜ୍ୟରେ ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥିସହ ସମଗ୍ର ଦେଶରେ ଆଦର୍ଶ ଆଚାରଣ ବିଧି ଲାଗୁ ହୋଇଛି। ନିର୍ବାଚନ ଘୋଷଣା ହେବା ପରେ ଏକ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ […]

ଓଡ଼ିଶାରେ ୩ କୋଟି ୩୪ ଲକ୍ଷରୁ ଅଧିକ ଭୋଟର ସାବ୍ୟସ୍ତ କରିବେ ମତାଧିକାର : ମୁଖ୍ୟ ନିର୍ବାଚନ ଅଧିକାରୀ
Over 3.34 Cr Voters In Odisha To Exercise Their Franchise In 2024 General Elections

ଭୁବନେଶ୍ୱର : ଆଜି ଭାରତୀୟ ନିର୍ବାଚନ ଆୟୁକ୍ତ ରାଜ୍ୟରେ ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥିସହ ସମଗ୍ର ଦେଶରେ ଆଦର୍ଶ ଆଚାରଣ ବିଧି ଲାଗୁ ହୋଇଛି। ନିର୍ବାଚନ ଘୋଷଣା ହେବା ପରେ ଏକ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଶ୍ରୀ ଧଳ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିବା ସହ ଆଦର୍ଶ ଆଚାରଣ ବିଧିର କଡ଼ାକଡ଼ି ଅନୁପାଳନ କରିବାକୁ ଅନୁରୋଧ କରିଥିଲେ। ରାଜ୍ୟରେ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳ ପ୍ରତିବଦ୍ଧତା ପ୍ରଦର୍ଶନ କରିବେ ବୋଲି ଶ୍ରୀ ଧଳ ଆଶାବ୍ୟକ୍ତ କରିଥିଲେ।

ଓଡ଼ିଶାର ମୋଟ ୨୧ ଲୋକସଭା ଆସନ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୩ ଓ ଜନଜାତିଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ମୋଟ ୧୪୭ ବିଧାନସଭା ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ୨୪ ଓ ଜନଜାତିଙ୍କ ପାଇଁ ୩୩ ଆସନ ସଂରକ୍ଷିତ । ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ଟି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତ କରାଯିବ । ୨୧ ଜଣ ରିଟର୍ଣ୍ଣିଂ ଅଫିସର(ବିଧାନସଭା),୧୩୧ ଜଣ ରିଟର୍ଣ୍ଣିଂ ଅଫିସର(ବିଧାନସଭା) ଙ୍କୁ ନିଯୁକ୍ତ କରାଯାଇ ତାଲିମ ଦିଆଯାଇଛି। ୨୯୪ ଜଣ ସହକାରୀ ରିଟର୍ଣ୍ଣିଂ ଅଫିସର (ବିଧାନସଭା) ନିଯୁକ୍ତ ହୋଇଛନ୍ତି । ବିଭିନ୍ନ ବୁଥରେ ନିୟୋଜିତ ହେବାକୁ ଥିବା ପ୍ରାୟ ୨.୭୦ ଲକ୍ଷ ମତଦାନ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ପ୍ରତି ମତଦାନ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଫିସର ଓ ୫ଜଣ ଲେଖାଏଁ ପୋଲିଂ ଅଫିସର ରହିବେ ।

ମତଦାନ କେନ୍ଦ୍ରରେ ଭୋଟର ପରିଚୟ ପତ୍ର ଦେଖାଇବେ । ଆଧାରକାର୍ଡ, ପାନକାର୍ଡ, ସ୍ବତନ୍ତ୍ର ଭିନ୍ନକ୍ଷମ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ମନରେଗା କାର୍ଡ ଆଦି ମଧ୍ୟରୁ ଯେ କୈାଣସି ଗୋଟିଏ ଦେଖାଇ ଭୋଟ୍ ଦେଇପାରିବେ ।

ଓଡ଼ିଶାରେ ଭୋଟରଙ୍କ ସଂଖ୍ୟା ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ ରହିଛି । ଏଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୫୫ ହଜାର ୩୬୯ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୧ କୋଟି ୬୫ ଲକ୍ଷ ୧୪ ହଜାର ୭୫୪ । ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩ ହଜାର ୪୩୮ ଥିବା ବେଳେ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୧୯ ହଜାର ୮୬୧ ରହିଛି । ବରିଷ୍ଠ ନାଗରିକ ଭୋଟରଙ୍କ ସଂଖ୍ୟା ୩ ଲକ୍ଷ ୨ ହଜାର ୨୭୩ । ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୯୯ ହଜାର ୩୩୪ ରହିଛି । ସର୍ଭିସ ମତଦାତାଙ୍କ ସଂଖ୍ୟା ୪୯ ହଜାର ୫୯୯ । ପ୍ରବାସୀ ଭୋଟରଙ୍କ ସଂଖ୍ୟା ରହିଛି ୧୮୪ ।