ଗୁରୁ-ଶିଷ୍ୟ ପରମ୍ପରାର ବିରଳ ଉଦାହରଣ: ଗାଁ ମଝିରେ ନିର୍ମାଣ କଲେ ଗୁରୁଙ୍କ ପ୍ରତିମୂର୍ତ୍ତି
ଗଞ୍ଜାମ,୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ରହିଥିବା ଅନାବିଳ ସ୍ନେହ ଶ୍ରଦ୍ଧା ସମ୍ପର୍କର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି। ଗୁରୁଙ୍କ ଏପରି ମହାନତା ରହିଥିଲା ଯେ ତାଙ୍କ ମୃତ୍ୟୁ ପରେ ମଧ୍ୟ ଛାତ୍ରୀଛାତ୍ର ଓ ଗ୍ରାମବାସୀ ତାହାକୁ ଭୁଲି ନ ପାରି ଝୁରି ହେଉଛନ୍ତି। ଗୁରୁଙ୍କୁ ସର୍ବଦା ପାଖରେ ପାଇବା ଉଦ୍ଦେଶ୍ୟରେ ଗାଁ ମଝିରେ ନିଜର ଆଦର୍ଶ ପ୍ରଧାନ ଶିକ୍ଷକ ସ୍ବର୍ଗତ ଦ୍ୱିତିକୃଷ୍ଣ ମିଶ୍ରଙ୍କ ଏକ ପ୍ରତିମୂର୍ତ୍ତି […] The post ଗୁରୁ-ଶିଷ୍ୟ ପରମ୍ପରାର ବିରଳ ଉଦାହରଣ: ଗାଁ ମଝିରେ ନିର୍ମାଣ କଲେ ଗୁରୁଙ୍କ ପ୍ରତିମୂର୍ତ୍ତି appeared first on Dharitri Odia News.
ଗଞ୍ଜାମ,୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ରହିଥିବା ଅନାବିଳ ସ୍ନେହ ଶ୍ରଦ୍ଧା ସମ୍ପର୍କର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି। ଗୁରୁଙ୍କ ଏପରି ମହାନତା ରହିଥିଲା ଯେ ତାଙ୍କ ମୃତ୍ୟୁ ପରେ ମଧ୍ୟ ଛାତ୍ରୀଛାତ୍ର ଓ ଗ୍ରାମବାସୀ ତାହାକୁ ଭୁଲି ନ ପାରି ଝୁରି ହେଉଛନ୍ତି। ଗୁରୁଙ୍କୁ ସର୍ବଦା ପାଖରେ ପାଇବା ଉଦ୍ଦେଶ୍ୟରେ ଗାଁ ମଝିରେ ନିଜର ଆଦର୍ଶ ପ୍ରଧାନ ଶିକ୍ଷକ ସ୍ବର୍ଗତ ଦ୍ୱିତିକୃଷ୍ଣ ମିଶ୍ରଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ଘଟଣା ସମଗ୍ର ସମାଜ ଲାଗି ଏକ ବିରଳ ଉଦାହରଣ ସୃଷ୍ଟି କରିଛି।
ସେ ୧୯୪୭ ମସିହା ଡିସେମ୍ବର ୧ ତାରିଖରେ ଛତ୍ରପୁର ବ୍ଲକ ଭାଗିରଥିପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ୨୦୨୩ ଜୁନ ୧୩ ରେ ପୁରୁଷୋତ୍ତମପୁର ରଥସାହିସ୍ଥିତ ନିଜ ବାସଭବନରେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ଏହି ଶିକ୍ଷକତାର ଜୀବନ କାଳରେ ୧୯୭୧ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ଦୀର୍ଘ ୩୪ ବର୍ଷଧରି ଏହି ତାରିଣି ପଲ୍ଲୀ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲରେ ଶିକ୍ଷକତା କରିଥିଲେ। କେବଳ ଶିକ୍ଷକତାରେ ସେ ସୀମିତ ନ ଥିଲେ ସେ ନିଜର ମୃତ୍ୟ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ଗ୍ରାମକୁ ଆସି ଘରକୁ ଘର ବୁଲି ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିଲେ। ଏଭଳି ମହତ କାର୍ଯ୍ୟଲାଗି ସେ ଗ୍ରାମବାସୀଙ୍କ ମନରେ ଅମର ହୋଇ ରହିଯାଇଥିବାର ଗ୍ରାମବାସୀ କହିଛନ୍ତି।
ଗୁରୁଦିବସ ଉସବରେ ନୌସେନାର ଅବସରପ୍ରାପ୍ତ କର୍ମଚାରୀ ପୁରାତନଛାତ୍ର ରମାକାନ୍ତ ସାହୁ ପୌରହିତ୍ୟ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଖଣ୍ଡଦେଉଳୀ ଶହୀଦ ଭଗତ ସିଂ କଲେଜର ଅଧକ୍ଷା ମିନତି ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସ୍ବର୍ଗତ ଶିକ୍ଷକଙ୍କ ପୁତ୍ର ଆଇନଜୀବୀ ସିମାଞ୍ଚଳ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ସିଠ, ଉମାକାନ୍ତ ବେହେରା, ଶିକ୍ଷକ ବି ଶୁକ୍ରୁ ପ୍ରଧାନ, ରଇବାରୀ ବେହେରା, ଜୟ ବେହେରା ପ୍ରମୁଖ ଯୋଗଦେଇ ସ୍ବର୍ଗତ ପ୍ରଧାନ ଶିକ୍ଷକ ଦ୍ୱିତିକୃଷ୍ଣ ମିଶ୍ରଙ୍କ ପ୍ରତିମୂର୍ତ୍ତୀକୁ ଉନ୍ମୋଚନ କରି ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ନିଜନିଜର ଭବିଷ୍ୟତ ଗଢିତୋଳିବା ଲାଗି ବିଭିନ୍ନ ପରାମର୍ଶମାନ ଦେଇଥିଲେ। ଏହାକୁ ଡି.ଦେବହରି ରେଡି, ଦୀପକ ସାହୁ, ସିମାଞ୍ଚଳ ରେଡିଙ୍କ ସମେତ ସମସ୍ତ ପୁରାତନ ଛାତ୍ର ଓ ଗ୍ରାମବାସୀ ପରିଚାଳନା କରିଥିଲେ।
The post ଗୁରୁ-ଶିଷ୍ୟ ପରମ୍ପରାର ବିରଳ ଉଦାହରଣ: ଗାଁ ମଝିରେ ନିର୍ମାଣ କଲେ ଗୁରୁଙ୍କ ପ୍ରତିମୂର୍ତ୍ତି appeared first on Dharitri Odia News.