ଗୁରୁବାର ରାଶିଫଳ ( ୧୫- ୦୮- ୨୦୨୪ )
ମେଷ: ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ। ଚକ୍ଷୁ ପାଇଁ କଷ୍ଟ ପାଇପାରନ୍ତି। ଆର୍ଥିକସ୍ଥିତିରେ ସୁଧାର ଆସିବ। ମହିଳାମାନେ ଆଳସ୍ୟତା ଅନୁଭବ କରିପାରନ୍ତି। ଗୁରୁଜନଙ୍କୁ ଭାବିଚିନ୍ତି କଥା କୁହନ୍ତୁ। ବୃଷ: ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଦକ୍ଷତା ପ୍ରମାଣିତ ହେବ । ପରିବାରର ସହାୟତା ପାଇବେ । ପ୍ରେମୀମାନଙ୍କୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ । ମିଥୁନ: ଆଶା କରିଥିବା ଦିଗରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନରେ ସମନ୍ୱୟ ରହିବ। ଜୀବନରେ ଆଗକୁ ବଢ଼ିବା […]

ମେଷ: ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ। ଚକ୍ଷୁ ପାଇଁ କଷ୍ଟ ପାଇପାରନ୍ତି। ଆର୍ଥିକସ୍ଥିତିରେ ସୁଧାର ଆସିବ। ମହିଳାମାନେ ଆଳସ୍ୟତା ଅନୁଭବ କରିପାରନ୍ତି। ଗୁରୁଜନଙ୍କୁ ଭାବିଚିନ୍ତି କଥା କୁହନ୍ତୁ।
ବୃଷ: ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଦକ୍ଷତା ପ୍ରମାଣିତ ହେବ । ପରିବାରର ସହାୟତା ପାଇବେ । ପ୍ରେମୀମାନଙ୍କୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ ।
ମିଥୁନ: ଆଶା କରିଥିବା ଦିଗରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନରେ ସମନ୍ୱୟ ରହିବ। ଜୀବନରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ଜମିବିବାଦ ଉପୁଜିପାରେ। ମହିଳାମାନେ ମିଷ୍ଟଭାଷୀ ହେବେ।
କର୍କଟ: ନିଜ ଲୋକ ଶତ୍ରୁ ସାଜିବେ। ଲଗାତାର ଚେଷ୍ଟା କରି ସଫଳତା ପାଇବେ। କାର୍ଯ୍ୟଭାର ବୃଦ୍ଧି ପାଇବ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ। ପଡୋଶୀଙ୍କ ସହ ଝାମେଲା ହୋଇପାରେ।
ସିଂହ: ବ୍ୟବସାୟରେ ସଫଳତା ପାଇବେ। ଦୂରଯାତ୍ରା ସୁଯୋଗ ପାଇପାରନ୍ତି। ଅତ୍ୟଧିକ ପରିଶ୍ରମ କରି ଥକ୍କା ଅନୁଭବ କରିବେ। ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଉଚ୍ଚଅଧିକାରୀଙ୍କ ସହଯୋଗରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବହୁତ ଭଲ।
ତୁଳା: ଆଜି ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଆଶା କରିଥିବା ଦିଗରୁ ନିରାଶ ରହିପାରନ୍ତି। ସାହିତ୍ୟ ତଥା ଅନ୍ୟାନ୍ୟ ସୃଜନଶୀଳ କଳା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ।
ବିଛା: ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। କାର୍ଯ୍ୟରେ ସଫଳତା ମିଳିବ। ଉତ୍ସାହିତ ଅନୁଭବ କରିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ମହିଳାମାନେ ସତ୍ସଙ୍ଗରେ ଯୋଗ ଦେଇପାରନ୍ତି।
ଧନୁ: ପାରିବାରିକ ସମ୍ପର୍କ ମଜଭୁତ ହେବ। ନୂତନ ବ୍ୟବସାୟ ପାଇଁ ସୁଯୋଗ ପାଇପାରନ୍ତି। ଜୀବନସାଥୀଙ୍କ ପରାମର୍ଶକ୍ରମେ କାର୍ଯ୍ୟ କରିବେ। ନୂଆ ଲକ୍ଷ୍ୟକୁ ନିର୍ଦ୍ଧାରଣ କରିବା ପାଇଁ ଦିନଟି ଉତ୍ତମ ରହିବ।
ମକର: ପରିବାର ସହିତ ସମୟ ଅତିବାହିତ କରିବେ। ଖର୍ଚ୍ଚ ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିବେ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବେ।
କୁମ୍ଭ: ଖର୍ଚ୍ଚାନ୍ତ ହୋଇପାରନ୍ତି। କର୍ମସ୍ଥଳୀରେ ସହକର୍ମୀଙ୍କ ସହଯୋଗ ମିଳିବନି। ସୁଯୋଗର ସଠିକ୍ ଉପଯୋଗ କରିବେ। ମହିଳାମାନେ ସ୍ବାଧୀନମନା ହେବେ। ନୂତନ ଗୃହ ପ୍ରବେଶ ଓ ଜମିକିଣା ଯୋଗ ରହିଛି।
ମୀନ: କାର୍ଯ୍ୟ କରିବାର ତରିକାରେ ପରିବର୍ତ୍ତନ ହେବ। ଅନ୍ୟକୁ ଧାର ଦେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ମନ ଆକର୍ଷିତ ହେବ। ବିବାଦରେ ଛନ୍ଦି ହୋଇପାରନ୍ତି।