ଗୁହାରୀ ଶୁଣିଲାନି ଶିକ୍ଷା ବିଭାଗ: ସ୍କୁଲ ବନ୍ଦ କରିବା ସହ ବନ୍ଦ କରିଦେଲା ମଧ୍ୟାହ୍ନ ଭୋଜନ
କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ମୁଢି ପିଆଜ ଖାଇଲେ ଛାତ୍ରଛାତ୍ରୀ । ଅଭିଭାବକ ଓ ଛତ୍ରଛାତ୍ରୀଙ୍କ ଗୁହାରୀ ଶୁଣିଲାନି ଶିକ୍ଷା ବିଭାଗ । ସ୍କୁଲ ସହିତ ମଧ୍ୟାହ୍ନ ଭୋଜନ ବି ବନ୍ଦ କରିଦେଲା । ସୁଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପେଗରପଡା ଗାଁରେ ରହିଛି ସୁରେନ୍ଦ୍ର ନାଥ ସାମଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଗତ ନଭେମ୍ବର ୩୦ତାରିଖରରୁ ଏହି ସ୍କୁଲ ବନ୍ଦ ପାଇଁ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । କାରଣ ବିଦ୍ୟାଳୟରେ ଥିବା ଜଣେ ମାତ୍ର ଶିକ୍ଷକ ଗତ ୩୦ ତାରିଖରୁ ଅବସର ନେଇଛନ୍ତି । ତେଣୁ ଶିକ୍ଷକଙ୍କ ଅବସର ପୂର୍ବରୁ ବିଦ୍ୟଳୟରେ ପାଠ ପଢୁଥିବା ୩୫ରୁ ଅଧିକ ଛାତ୍ରଛତ୍ରୀଙ୍କୁ ସାର୍ଟିଫିକେଟ ଦେଇ ବିଦା କରିବା ପାଇଁ ବ୍ଲକ ଶିକ୍ଷାଧୀକାରୀ ଚିଠି ମାଧ୍ୟମରେ ଜଣାଇଥିଲେ । ମାତ୍ର ଛାତ୍ର ଛତ୍ରୀଙ୍କ ଭାଗ୍ୟ ଅନ୍ଧାରକୁ ଠେଲି ହୋଇଯିବା ଭାବି ଗ୍ରାମବାସୀ ଏବଂ ଅବିଭାବକ ମାନେ ଅବସର ନେଇଥିବା ଶିକ୍ଷକଙ୍କୁ ଡକାଇ ବିଦ୍ୟାଳୟକୁ ଚାଲୁ ରଖିଥିଲେ । କାରଣ ବାର୍ଷିକ ପରିକ୍ଷାକୁ ଆଉ ମାତ୍ର ୪ ମାସ ବାକି ରହିଛି । ତେଣୁ ଅଧା ବର୍ଷରୁ ପିଲା କେଉଁଅଡେ ଯିବେ ତାହା ଚିନ୍ତା କରି ସ୍କୁଲ ଚାଲୁ ରଖିଥିଲେ । ଏନେଇ ଶିକ୍ଷା ବିଭାଗକୁ ଜଣାଇଥିଲେ ମଧ୍ୟ ଶିକ୍ଷା ବିଭାଗ ଶୁଣି ନଥିଲେ । ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ କରି ଦେଇଥିଲେ । ଯାହା ଫଳରେ ଛାତ୍ର ଛତ୍ରୀ ମାନେ ମଧ୍ୟାହ୍ନ ଭୋଜନରେ ଭାତ ବଦଳରେ ମୁଢୀ ଏବଂ ପିଆଜ ଖାଇ ପାଠ ପଢୁଛନ୍ତି । ଛାତ୍

କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ମୁଢି ପିଆଜ ଖାଇଲେ ଛାତ୍ରଛାତ୍ରୀ । ଅଭିଭାବକ ଓ ଛତ୍ରଛାତ୍ରୀଙ୍କ ଗୁହାରୀ ଶୁଣିଲାନି ଶିକ୍ଷା ବିଭାଗ । ସ୍କୁଲ ସହିତ ମଧ୍ୟାହ୍ନ ଭୋଜନ ବି ବନ୍ଦ କରିଦେଲା । ସୁଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପେଗରପଡା ଗାଁରେ ରହିଛି ସୁରେନ୍ଦ୍ର ନାଥ ସାମଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଗତ ନଭେମ୍ବର ୩୦ତାରିଖରରୁ ଏହି ସ୍କୁଲ ବନ୍ଦ ପାଇଁ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । କାରଣ ବିଦ୍ୟାଳୟରେ ଥିବା ଜଣେ ମାତ୍ର ଶିକ୍ଷକ ଗତ ୩୦ ତାରିଖରୁ ଅବସର ନେଇଛନ୍ତି । ତେଣୁ ଶିକ୍ଷକଙ୍କ ଅବସର ପୂର୍ବରୁ ବିଦ୍ୟଳୟରେ ପାଠ ପଢୁଥିବା ୩୫ରୁ ଅଧିକ ଛାତ୍ରଛତ୍ରୀଙ୍କୁ ସାର୍ଟିଫିକେଟ ଦେଇ ବିଦା କରିବା ପାଇଁ ବ୍ଲକ ଶିକ୍ଷାଧୀକାରୀ ଚିଠି ମାଧ୍ୟମରେ ଜଣାଇଥିଲେ । ମାତ୍ର ଛାତ୍ର ଛତ୍ରୀଙ୍କ ଭାଗ୍ୟ ଅନ୍ଧାରକୁ ଠେଲି ହୋଇଯିବା ଭାବି ଗ୍ରାମବାସୀ ଏବଂ ଅବିଭାବକ ମାନେ ଅବସର ନେଇଥିବା ଶିକ୍ଷକଙ୍କୁ ଡକାଇ ବିଦ୍ୟାଳୟକୁ ଚାଲୁ ରଖିଥିଲେ । କାରଣ ବାର୍ଷିକ ପରିକ୍ଷାକୁ ଆଉ ମାତ୍ର ୪ ମାସ ବାକି ରହିଛି । ତେଣୁ ଅଧା ବର୍ଷରୁ ପିଲା କେଉଁଅଡେ ଯିବେ ତାହା ଚିନ୍ତା କରି ସ୍କୁଲ ଚାଲୁ ରଖିଥିଲେ । ଏନେଇ ଶିକ୍ଷା ବିଭାଗକୁ ଜଣାଇଥିଲେ ମଧ୍ୟ ଶିକ୍ଷା ବିଭାଗ ଶୁଣି ନଥିଲେ । ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ କରି ଦେଇଥିଲେ । ଯାହା ଫଳରେ ଛାତ୍ର ଛତ୍ରୀ ମାନେ ମଧ୍ୟାହ୍ନ ଭୋଜନରେ ଭାତ ବଦଳରେ ମୁଢୀ ଏବଂ ପିଆଜ ଖାଇ ପାଠ ପଢୁଛନ୍ତି । ଛାତ୍ର ଛତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନୂତନ ଶିକ୍ଷକ ନିଯୁକ୍ତି ପାଇଁ ନିବେଦନ କରିଛନ୍ତି ଅବିଭାବକ । ଯଦି ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ନଦିଏ ତାହାହେଲେ ବସ୍ତା ବିଇଓଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର ଛତ୍ରୀ ।