ଗୃହ କମିଟି ଗଠନ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୧୭।୩: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ମହିଳା ବିରୋଧୀ ହିଂସା ରାଜ୍ୟରେ ବଢୁଛି। ଗୃହରେ ଶାସକ ଦଳ ବିଧାୟକଙ୍କ ଆଚରଣ ଠିକ ରହୁନାହିଁ। ହେଲେ ବାଚସ୍ପତି କଂଗ୍ରେସ ଦଳର ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ। ଏ ସବୁର ତଦନ୍ତ ପାଇଁ ଏକ ଗୃହ କମିଟି କଠନ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଦାବି କରିଛନ୍ତି। ସୂଚନା ଯୋଗ୍ୟ, ଗତ ମଙ୍ଗଳବାର ବିଧାନସଭାରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଗୃହରେ ବିରୋଧୀଙ୍କ […] The post ଗୃହ କମିଟି ଗଠନ ଦାବି କଲା କଂଗ୍ରେସ appeared first on Dharitri Odia News.

ଗୃହ କମିଟି ଗଠନ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୧୭।୩: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ମହିଳା ବିରୋଧୀ ହିଂସା ରାଜ୍ୟରେ ବଢୁଛି। ଗୃହରେ ଶାସକ ଦଳ ବିଧାୟକଙ୍କ ଆଚରଣ ଠିକ ରହୁନାହିଁ। ହେଲେ ବାଚସ୍ପତି କଂଗ୍ରେସ ଦଳର ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ। ଏ ସବୁର ତଦନ୍ତ ପାଇଁ ଏକ ଗୃହ କମିଟି କଠନ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଦାବି କରିଛନ୍ତି।

ସୂଚନା ଯୋଗ୍ୟ, ଗତ ମଙ୍ଗଳବାର ବିଧାନସଭାରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଏବଂ ବିଜେଡି ବିଧାୟକ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏଣୁ ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୃହରେ ହୋଇଥିବା ହଟ୍ଟଗୋଳ ସମୟର ଭିଡିଓ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା କାଡାମ ବାଚସ୍ପତିଙ୍କୁ ଏକ ଚିଠି ଲଖିଥିଲେ। ଚିଠିରେ ମନ୍ତ୍ରୀ, ଭାଜପା ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

The post ଗୃହ କମିଟି ଗଠନ ଦାବି କଲା କଂଗ୍ରେସ appeared first on Dharitri Odia News.