ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ନୋଟିସ ଦାଖଲ କଲା କଂଗ୍ରେସ

ନୂଆଦିଲ୍ଲୀ : ରାଜ୍ୟସଭାରେ କଂଗ୍ରେସ ସାଂସଦ ଜୟରାମ ରମେଶ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦାବିକୁ ବିରୋଧ କରି ବିଶେଷାଧିକାର ଉଲ୍ଲଂଘନ ନୋଟିସ ଦାଖଲ କରିଛନ୍ତି। ୱାଏନାଡ଼ ଭୂସ୍ଖଳନ ସମ୍ପର୍କରେ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ବିଶେଷାଧିକାର ଉଲ୍ଲଂଘନ କରିଥିବା ଦର୍ଶାଇଛନ୍ତି ଜୟରାମ ରମେଶ। ଗତ ବୁଧବାର ରାଜ୍ୟସଭାରେ କେରଳକୁ ଭୟଙ୍କର ଭୂସ୍ଖଳନ ନେଇ ପୂର୍ବରୁ ସତର୍କ କରାଯାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ଦାବି କରିଥିଲେ। ତାଙ୍କ କହିବା କଥା ଯେ […]

ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ନୋଟିସ ଦାଖଲ କଲା କଂଗ୍ରେସ
Jairam Ramesh submits privilege motion notice against Shah

ନୂଆଦିଲ୍ଲୀ : ରାଜ୍ୟସଭାରେ କଂଗ୍ରେସ ସାଂସଦ ଜୟରାମ ରମେଶ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦାବିକୁ ବିରୋଧ କରି ବିଶେଷାଧିକାର ଉଲ୍ଲଂଘନ ନୋଟିସ ଦାଖଲ କରିଛନ୍ତି। ୱାଏନାଡ଼ ଭୂସ୍ଖଳନ ସମ୍ପର୍କରେ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ବିଶେଷାଧିକାର ଉଲ୍ଲଂଘନ କରିଥିବା ଦର୍ଶାଇଛନ୍ତି ଜୟରାମ ରମେଶ।

ଗତ ବୁଧବାର ରାଜ୍ୟସଭାରେ କେରଳକୁ ଭୟଙ୍କର ଭୂସ୍ଖଳନ ନେଇ ପୂର୍ବରୁ ସତର୍କ କରାଯାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ଦାବି କରିଥିଲେ। ତାଙ୍କ କହିବା କଥା ଯେ ପିନରାୟି ବିଜୟନଙ୍କ ନେତୃତ୍ୱାଧୀନ କେରଳ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ଜୁଲାଇ ୨୩ରେ ସମ୍ଭାବ୍ୟ ଭୂସ୍ଖଳନ ନେଇ ସତର୍କ କରାଯାଇଥିଲା। କେରଳ ପାଇଁ ପାଣିପାଗ ବିଭାଗ ପ୍ରବଳ ବର୍ଷାର ଆକଳନ କରିବାରୁ କେନ୍ଦ୍ର ପକ୍ଷରୁ ୯ଟି ଏନଡିଆରଏଫ ଟିମ ମଧ୍ୟ ପଠାଯାଇଥିଲା। ଏନଡିଆରଏଫ ଟିମ ପହଞ୍ଚିବା ପରେ ଯଦି କେରଳ ସରକାର ସତର୍କତା ଅବଲମ୍ବନ କରିଥାନ୍ତେ, ତା’ହେଲେ ମୃତାହତ ଆହୁରି କମ ହୋଇପାରି ଥାଆନ୍ତା ବୋଲି ଅମିତ ଶାହ ରାଜ୍ୟସଭାରେ ତଥ୍ୟ ରଖିଥିଲେ।

jairam ramesh 66acda414705b

ତେବେ ରାଜ୍ୟସଭାରେ ଗୃହମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ରଖିଥିବା ତଥ୍ୟ ମିଥ୍ୟା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି ବୋଲି କଂଗ୍ରେସ ସାଂସଦ ଜୟରାମ ରମେଶ ଦର୍ଶାଇଛନ୍ତି। ଏଥି ସହିତ ଜାତୀୟ ଖବର କାଗଜ‘ ଦି ହିନ୍ଦୁ’ ଏହି ଘଟଣାକୁ ନେଇ ଅନୁସନ୍ଧାନ କରିବା ପରେ ଯେଉଁ ରିପୋର୍ଟ ପ୍ରକାଶ କରିଛି ତାହାକୁ ମଧ୍ୟ ନିଜ ଅଭିଯୋଗରେ ସଂଲଗ୍ନ କରି ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି ଜୟରାମ ରମେଶ ।

କଂଗ୍ରେସ ସାଂସଦ ଜୟରାମ ରମେଶ ତାଙ୍କ ଚିଠିରେ ଲେଖିଛନ୍ତି ଯେ କେନ୍ଦ୍ର ସରକାର ଦେଇଥିବା ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟସଭାକୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିଛନ୍ତି । ଯାହା ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଜଣେ ପ୍ରତିଷ୍ଠିତ ମନ୍ତ୍ରୀ କିମ୍ବା ସଦସ୍ୟଙ୍କ ଦ୍ବାରା ଗୃହକୁ ବିଭ୍ରାନ୍ତ କରିବା ହେଉଛି ଗୃହର ଅବମାନନା। ଏହି ପରିସ୍ଥିତିରେ, ଆମେ ଦାଖଲ କରୁଛୁ ଯେ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ କମିଟି ଯାଞ୍ଚ କରୁ।