ଗୃହରେ ଉଠିଲା ବାଲିଯାତ୍ରା ଦୋକାନ ନିଲାମ ପ୍ରସଙ୍ଗ, ବିଧାୟିକା କହିଲେ ଲାଗୁ ହେଉ ପୁରୁଣା ପ୍ରକ୍ରିୟା

କଟକ ୧୧/୦୯: ବାଲିଯାତ୍ରାରେ ଦୋକାନ ନୀଲାମି ପ୍ରସଙ୍ଗ ଉଠାଇଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୋଷ । ବାଲିଯାତ୍ରାରେ ଦୋକାନ ନିଲାମୀ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଇ, ପୁରୁଣା ପ୍ରକ୍ରିୟାରେ ଦୋକାନ କରିବା ପାଇଁ, ସୁଲଭ ମୂଲ୍ୟ ଦୋକାନ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ସୋଫିଆ । ପୂର୍ବରୁ ସ୍କୋୟାର ଫିଟ ପିଛା, ୨୦ ରୁ ୨୫ ଟଙ୍କା ଦିଆଯାଉଥିବାବେଳେ ଏବେ ସ୍କୋୟାର ଫିଟ ପିଛା ୮୦୦ ଟଙ୍କା ନିଆଯାଉଛି । ଯାହା ଫଳରେ ଗରିବ ବ୍ୟବସାୟୀ, ଏସଏଚଜି ମହିଳା ଗୋଷ୍ଠୀମାନେ ଷ୍ଟଲ ଖୋଲିବାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ସେମାନେ ପାରାଦ୍ୱୀପ ଏବଂ ଭୁବନେଶ୍ୱର ଚାଲି ଯାଉଛନ୍ତି । ବାଲିଯାତ୍ରାରେ ଦୋକାନ ଖୋଲିଲେ, ସେମାନେ ବର୍ଷକ ପାଇଁ ରୋଜଗାର କରିଥାନ୍ତି । ଏହା ସହିତ ବାଲିଯାତ୍ରା ପଡିଆକୁ ବୃଦ୍ଧି କରାଯାଉ, କର୍ପୋରେଟ ସଂସ୍ଥା କିଭଳି ଦୋକାନ ଖୋଲିବେ ବ୍ୟବସ୍ତା କରାଯାଉ । ଦେଶ ବିଦେଶରେ ବାଲିଯାତ୍ରାକୁ ଆସୁନାହାନ୍ତି, କିଭଳି ଦେଶ ବିଦେଶର ବଡ ବଡ଼ କମ୍ପାନୀ ବାଲିଯାତ୍ରାକୁ ଆସିବେ ସେ ନେଇ ବ୍ୟବସ୍ତା କରାଯାଉ । ରାଜ୍ୟ ସରକାର ଅନ୍ତର୍ଜାତୀୟ ମାନ୍ୟତା ପାଇଁ ପଦକ୍ଷେପ ନିଅନ୍ତୁ । କ୍ୟାବିନେଟ ନିଷ୍ପତି ଅନୁସାରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କଲେ ସୋଫିଆ ଫିରଦୋଷ । 

ଗୃହରେ ଉଠିଲା ବାଲିଯାତ୍ରା ଦୋକାନ ନିଲାମ ପ୍ରସଙ୍ଗ, ବିଧାୟିକା କହିଲେ ଲାଗୁ ହେଉ ପୁରୁଣା ପ୍ରକ୍ରିୟା

କଟକ ୧୧/୦୯: ବାଲିଯାତ୍ରାରେ ଦୋକାନ ନୀଲାମି ପ୍ରସଙ୍ଗ ଉଠାଇଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୋଷ । ବାଲିଯାତ୍ରାରେ ଦୋକାନ ନିଲାମୀ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଇ, ପୁରୁଣା ପ୍ରକ୍ରିୟାରେ ଦୋକାନ କରିବା ପାଇଁ, ସୁଲଭ ମୂଲ୍ୟ ଦୋକାନ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ସୋଫିଆ । 

ପୂର୍ବରୁ ସ୍କୋୟାର ଫିଟ ପିଛା, ୨୦ ରୁ ୨୫ ଟଙ୍କା ଦିଆଯାଉଥିବାବେଳେ ଏବେ ସ୍କୋୟାର ଫିଟ ପିଛା ୮୦୦ ଟଙ୍କା ନିଆଯାଉଛି । ଯାହା ଫଳରେ ଗରିବ ବ୍ୟବସାୟୀ, ଏସଏଚଜି ମହିଳା ଗୋଷ୍ଠୀମାନେ ଷ୍ଟଲ ଖୋଲିବାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ସେମାନେ ପାରାଦ୍ୱୀପ ଏବଂ ଭୁବନେଶ୍ୱର ଚାଲି ଯାଉଛନ୍ତି । ବାଲିଯାତ୍ରାରେ ଦୋକାନ ଖୋଲିଲେ, ସେମାନେ ବର୍ଷକ ପାଇଁ ରୋଜଗାର କରିଥାନ୍ତି । ଏହା ସହିତ ବାଲିଯାତ୍ରା ପଡିଆକୁ ବୃଦ୍ଧି କରାଯାଉ, କର୍ପୋରେଟ ସଂସ୍ଥା କିଭଳି ଦୋକାନ ଖୋଲିବେ ବ୍ୟବସ୍ତା କରାଯାଉ । 

ଦେଶ ବିଦେଶରେ ବାଲିଯାତ୍ରାକୁ ଆସୁନାହାନ୍ତି, କିଭଳି ଦେଶ ବିଦେଶର ବଡ ବଡ଼ କମ୍ପାନୀ ବାଲିଯାତ୍ରାକୁ ଆସିବେ ସେ ନେଇ ବ୍ୟବସ୍ତା କରାଯାଉ । ରାଜ୍ୟ ସରକାର ଅନ୍ତର୍ଜାତୀୟ ମାନ୍ୟତା ପାଇଁ ପଦକ୍ଷେପ ନିଅନ୍ତୁ । କ୍ୟାବିନେଟ ନିଷ୍ପତି ଅନୁସାରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କଲେ ସୋଫିଆ ଫିରଦୋଷ ।