ରାଜ୍ୟ ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ବଦଳିବ ଲକ୍ଷ୍ମୀ ବସ୍ ଯୋଜନାର ନାଁ, ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା

ବ୍ରହ୍ମପୁର: ଲକ୍ଷ୍ମୀ ବସ୍ ଯୋଜନାକୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ମନ୍ତବ୍ୟ ଦେଇଛନ୍ତି । ଲକ୍ଷ୍ମୀ ବସ୍ ଏଣିକି ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ । ରାଜ୍ୟର ପ୍ରତି ବ୍ଲକରୁ ଏହି ବସ୍ ଚଳାଚଳ କରିବ । ଶୁକ୍ରବାର ରାଜ୍ୟ ପରିବହନ ମନ୍ତ୍ରୀ ଏହି ସୂଚନା ଦେବା ସହ ରାଜ୍ୟରେ ପରିବହନ ବ୍ୟବସ୍ଥାରୁ ଅଧିକ ସୁଗମ କରାଯିବା ବୋଲି କହିଛନ୍ତି ।ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଯେଉଁ ଅଂଚଳରେ ବସ୍ ସେବା ନାହିଁ ସେହି ଅଞ୍ଚଳକୁ ପ୍ରାଧାନ୍ୟ ଦେଇ ଏହି ବସ୍ ସେବା ଚାଲିବ । ଏହି ବସ୍ ପ୍ରତି ବ୍ଲକରୁ ପୁରୀ ଯିବ । ଏପରିକି ଭାରତର ବିଭିନ୍ନ ତୀର୍ଥ କ୍ଷେତ୍ରକୁ ମଧ୍ୟ ଏହି ବସ୍ ଚଳାଚଳ କରିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି । ତେବେ ଲକ୍ଷ୍ମୀ ବସ୍‌ର ଲୋଗୋ କାହିଁକି କଡାଗଲା ? କାଡିବା ପାଇଁ କିଏ କହିଥିଲେ ? ତାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ କଣ ଗୋଟେ ଭୁଲ ଅଛି, ସେଥିପାଇଁ କାଡିଲେ । ଏବେ ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ । ମୁଖ୍ୟମନ୍ତ୍ରୀ ଲୋକଙ୍କର, ଏହି ବସ୍‌ରେ ବସିଲେ ମୁଖ୍ୟମନ୍ତ୍ରୀଙ୍କ ବସ୍‌ରେ ବସିବା ଭଳି ଲୋକେ ଅନୁଭବ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ରାଜ୍ୟ ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ବଦଳିବ ଲକ୍ଷ୍ମୀ ବସ୍ ଯୋଜନାର ନାଁ, ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା

ବ୍ରହ୍ମପୁର: ଲକ୍ଷ୍ମୀ ବସ୍ ଯୋଜନାକୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ମନ୍ତବ୍ୟ ଦେଇଛନ୍ତି । ଲକ୍ଷ୍ମୀ ବସ୍ ଏଣିକି ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ । ରାଜ୍ୟର ପ୍ରତି ବ୍ଲକରୁ ଏହି ବସ୍ ଚଳାଚଳ କରିବ । ଶୁକ୍ରବାର ରାଜ୍ୟ ପରିବହନ ମନ୍ତ୍ରୀ ଏହି ସୂଚନା ଦେବା ସହ ରାଜ୍ୟରେ ପରିବହନ ବ୍ୟବସ୍ଥାରୁ ଅଧିକ ସୁଗମ କରାଯିବା ବୋଲି କହିଛନ୍ତି ।

ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଯେଉଁ ଅଂଚଳରେ ବସ୍ ସେବା ନାହିଁ ସେହି ଅଞ୍ଚଳକୁ ପ୍ରାଧାନ୍ୟ ଦେଇ ଏହି ବସ୍ ସେବା ଚାଲିବ । ଏହି ବସ୍ ପ୍ରତି ବ୍ଲକରୁ ପୁରୀ ଯିବ । ଏପରିକି ଭାରତର ବିଭିନ୍ନ ତୀର୍ଥ କ୍ଷେତ୍ରକୁ ମଧ୍ୟ ଏହି ବସ୍ ଚଳାଚଳ କରିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି । ତେବେ ଲକ୍ଷ୍ମୀ ବସ୍‌ର ଲୋଗୋ କାହିଁକି କଡାଗଲା ? କାଡିବା ପାଇଁ କିଏ କହିଥିଲେ ? ତାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ କଣ ଗୋଟେ ଭୁଲ ଅଛି, ସେଥିପାଇଁ କାଡିଲେ । ଏବେ ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ । ମୁଖ୍ୟମନ୍ତ୍ରୀ ଲୋକଙ୍କର, ଏହି ବସ୍‌ରେ ବସିଲେ ମୁଖ୍ୟମନ୍ତ୍ରୀଙ୍କ ବସ୍‌ରେ ବସିବା ଭଳି ଲୋକେ ଅନୁଭବ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।