ଶିମିଳିପାଳରେ ଚାଲିଥିଲା ଅଫିମ ଚାଷ, ଚଢାଉ କରି ୨୬ଲକ୍ଷ ଟଙ୍କାର ୧୩ହଜାର ଗଛ ପୋଡି ନଷ୍ଟ କରାଗଲା
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ଶିମିଳିପାଳ ସଂଲଗ୍ନ ୨ଟି ଗ୍ରାମରେ ବେଆଇନ ଚାଷ ହୋଇଥିବା ୨୬ଲକ୍ଷ ଟଙ୍କାର ୧୩ହଜାର ଅଫିମ ଗଛ ପୋଡି ନଷ୍ଟ କରାଯାଇଛି । ବିଶ୍ବସ୍ତ ସୁତ୍ରରୁ ସୂଚନା ପାଇ ମୟୂରଭଞ୍ଜ ଏସପି ଏସ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମିଳିତ ଚଢାଉ କରାଯାଇଥିଲା । ମାଜିଷ୍ଟ୍ରେଟ ଭାବେ ଯଶିପୁର ତହସିଲଦାରଙ୍କ ନେତୃତ୍ବରେ କରଞ୍ଜିଆ ଏସଡିପିଓ, ଯଶିପୁର ଆଇଆଇସି, ଅବକାରୀ ଓ ବନବିଭାଗ ସହିତ ମିଳିତ ଭାବେ ସଦଳବଳେ ଚଢାଉ କରାଯାଇଥିଲା । […]

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ଶିମିଳିପାଳ ସଂଲଗ୍ନ ୨ଟି ଗ୍ରାମରେ ବେଆଇନ ଚାଷ ହୋଇଥିବା ୨୬ଲକ୍ଷ ଟଙ୍କାର ୧୩ହଜାର ଅଫିମ ଗଛ ପୋଡି ନଷ୍ଟ କରାଯାଇଛି । ବିଶ୍ବସ୍ତ ସୁତ୍ରରୁ ସୂଚନା ପାଇ ମୟୂରଭଞ୍ଜ ଏସପି ଏସ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମିଳିତ ଚଢାଉ କରାଯାଇଥିଲା । ମାଜିଷ୍ଟ୍ରେଟ ଭାବେ ଯଶିପୁର ତହସିଲଦାରଙ୍କ ନେତୃତ୍ବରେ କରଞ୍ଜିଆ ଏସଡିପିଓ, ଯଶିପୁର ଆଇଆଇସି, ଅବକାରୀ ଓ ବନବିଭାଗ ସହିତ ମିଳିତ ଭାବେ ସଦଳବଳେ ଚଢାଉ କରାଯାଇଥିଲା ।
ସେହିପରି ପଡାଗଡ ପଞ୍ଚାୟତର ବୁନ୍ଦେଇପୋଷି ଗ୍ରାମରେ ପହଞ୍ଚି ୭ଡେସିମିଲ ଜମିରେ ୩ହଜାର ଅଫିମ ଗଛ ପୋଡି ନଷ୍ଟ କରିଛନ୍ତି । ଯାହାର ବଜାର ମୂଲ୍ୟ ୬ଲକ୍ଷ ଟଙ୍କା ହେବ। ସେହିପରି ଧଳବଣି ପଞ୍ଚାୟତର ଠାକୁରଗୋଡା ଗ୍ରାମରେ ପହଞ୍ଚି ୨୧ଡେସିମିଲ ଜମିରେ ୧୦ହଜାର ଅଫିମ ଗଛ ପୋଡି ନଷ୍ଟ କରିଛନ୍ତି । ଯାହାର ବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଯଶିପୁର ପୁଲିସ ପକ୍ଷରୁ ଏନଡିପିଏସ ଆକ୍ଟରେ ପୃଥକ ମାମଲା ରୁଜୁ ସହିତ ମିଳିତ ବିଭାଗର କର୍ମଚାରୀ ଗୋଟି ଗୋଟି ଗଛ ଉପାଡି ଠୁଳ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କିରୋସିନି ଢାଳି ନିଆଁ ଲଗାଇ ନଷ୍ଟ କରାଯାଇଛି ।
ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଜଡ଼ିତଙ୍କ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ବୋଲି ପୁଲିସ ମୁଖ୍ୟାଳୟ ଡିଏସପି ଦୋଳମଣି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଶିକାର ଓ ଶିକାରୀଙ୍କ ଉପରେ ଅଙ୍କୁଶ ଆଣିବା ପାଇଁ ଯୁଗ୍ମ ଟାସ୍କଫୋର୍ସ ନିୟୋଜିତ ସହିତ ବ୍ୟାପକ ଧରପଗଡ ପରେ ରେକର୍ଡ ସଂଖକ ବନ୍ଧୁକ ଜବତ କରାଯାଉଥିବା ବେଳେ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ଅଫିମ ଚାଷ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।