ପାକ୍ ସେନା ଆତ୍ମସମର୍ପଣ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ
ଢାକା,୧୩ା୮: ବାଂଲାଦେଶ ସ୍ବାଧୀନତାର ସ୍ମାରକ ଭାବେ ପରିଚିତ ୧୯୭୧ ଯୁଦ୍ଧ ପରବର୍ତ୍ତୀ ପାକିସ୍ତାନୀ ସେନା ଆତ୍ମସମର୍ପଣ କରୁଥିବାର ପ୍ରତିମୂର୍ତ୍ତିକୁ ଭାଙ୍ଗିଦିଆଯାଇଛି। ଭାରତ ବିରୋଧୀ ଆନ୍ଦୋଳନକାରୀମାନେ ଉକ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବା କଂଗ୍ରେସ ନେତା ଶଶୀ ଥରୁର କହିବା ସହ ଭଙ୍ଗା ପ୍ରତିମୂର୍ତ୍ତିର ଫଟୋ ଶେୟାର କରିଛନ୍ତି। ମୁଜିବନଗରସ୍ଥିତ ୧୯୭୧ ଶହୀଦ ସ୍ମାରକୀ କମ୍ପ୍ଲେକ୍ସରେ ଉକ୍ତ ପ୍ରତିମୂର୍ତ୍ତି ରହିଥିଲା। ୧୯୭୧ର ଯୁଦ୍ଧରେ କେବଳ ବାଂଲାଦେଶ ସ୍ବାଧୀନ ହୋଇ ନ ଥିଲା, ପାକିସ୍ତାନକୁ ପରାଜୟର ଝଟ୍କା ଲାଗିଥିଲା। ତତ୍କାଳୀନ ପାକ୍ ସେନାର ମେଜର […] The post ପାକ୍ ସେନା ଆତ୍ମସମର୍ପଣ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ appeared first on Dharitri Odia News.
ଢାକା,୧୩ା୮: ବାଂଲାଦେଶ ସ୍ବାଧୀନତାର ସ୍ମାରକ ଭାବେ ପରିଚିତ ୧୯୭୧ ଯୁଦ୍ଧ ପରବର୍ତ୍ତୀ ପାକିସ୍ତାନୀ ସେନା ଆତ୍ମସମର୍ପଣ କରୁଥିବାର ପ୍ରତିମୂର୍ତ୍ତିକୁ ଭାଙ୍ଗିଦିଆଯାଇଛି। ଭାରତ ବିରୋଧୀ ଆନ୍ଦୋଳନକାରୀମାନେ ଉକ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବା କଂଗ୍ରେସ ନେତା ଶଶୀ ଥରୁର କହିବା ସହ ଭଙ୍ଗା ପ୍ରତିମୂର୍ତ୍ତିର ଫଟୋ ଶେୟାର କରିଛନ୍ତି। ମୁଜିବନଗରସ୍ଥିତ ୧୯୭୧ ଶହୀଦ ସ୍ମାରକୀ କମ୍ପ୍ଲେକ୍ସରେ ଉକ୍ତ ପ୍ରତିମୂର୍ତ୍ତି ରହିଥିଲା।
୧୯୭୧ର ଯୁଦ୍ଧରେ କେବଳ ବାଂଲାଦେଶ ସ୍ବାଧୀନ ହୋଇ ନ ଥିଲା, ପାକିସ୍ତାନକୁ ପରାଜୟର ଝଟ୍କା ଲାଗିଥିଲା। ତତ୍କାଳୀନ ପାକ୍ ସେନାର ମେଜର ଜେନେରାଲ ଅମିର ଅବଦୁଲ୍ଲା ଖାନ୍ ନିଆଜି ଭାରତୀୟ ସେନା ଏବଂ ବାଂଲାଦେଶର ମୁକ୍ତିବାହିନୀ ନିକଟରେ ଆତ୍ମସମର୍ପଣ ପତ୍ରରେ ସ୍ବାକ୍ଷର କରୁଥିବା ପ୍ରତିମୂର୍ତ୍ତିରେ ଦେଖିବାକୁ ମିଳେ। ମେଜର ଜେନେରାଲ ନିଆଜି ଭାରତର ଇଷ୍ଟର୍ଣ୍ଣ କମାଣ୍ଡର ତତ୍କାଳୀନ କମାଣ୍ଡିଂ ମୁଖ୍ୟ ଲ୍ୟୁଟ୍ନାଣ୍ଟ ଜେନେରାଲ ଜଗଜିତ ସିଂ ଔରୋରାଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସର୍ବବୃହତ୍ ସାମରିକ ଆତ୍ମସମର୍ପଣ। ବାଂଲାଦେଶରେ ଆନ୍ଦୋଳନ ଯୋଗୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ଗତ ୫ ତାରିଖରେ ଇସ୍ତଫା ଦେଇ ଦେଶ ଛାଡ଼ିଥିଲେ।
The post ପାକ୍ ସେନା ଆତ୍ମସମର୍ପଣ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ appeared first on Dharitri Odia News.