ଗେମିଂ ଜୋନ୍ ଅଗ୍ନିକାଣ୍ଡ ମାମଲା: ୨ ପୋଲିସ ସମେତ ୭ ନିଲମ୍ବିତ
ରାଜକୋଟ,୨୮ା୫(ପି.ଟି.): ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ଘଟଣାରେ ଗୁଜରାଟ ସରକାର ସୋମବାର ୨ ଜଣ ପୋଲିସ ଅଫିସରଙ୍କ ସମେତ ୭ ଜଣଙ୍କୁ ନିଲମ୍ବନ କରିଛନ୍ତି। ଏହି ଅଫିସରମାନଙ୍କ ଦାୟିତ୍ୱହୀନତା ଯୋଗୁ ଆବଶ୍ୟକ ଅନୁମୋଦନ ନ ଥାଇ ଗେମିଂ ଜୋନ୍ ଚାଲୁଥିଲା ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏହାବ୍ୟତୀତ ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବଙ୍କ ସମେତ ୬ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି। ରାଜକୋଟ ପୌର ନିଗମ କମିଶନର ଆନନ୍ଦ ପଟେଲଙ୍କୁ ବଦଳି କରାଯାଇ ତାଙ୍କ […] The post ଗେମିଂ ଜୋନ୍ ଅଗ୍ନିକାଣ୍ଡ ମାମଲା: ୨ ପୋଲିସ ସମେତ ୭ ନିଲମ୍ବିତ appeared first on Dharitri Odia News.
ରାଜକୋଟ,୨୮ା୫(ପି.ଟି.): ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ଘଟଣାରେ ଗୁଜରାଟ ସରକାର ସୋମବାର ୨ ଜଣ ପୋଲିସ ଅଫିସରଙ୍କ ସମେତ ୭ ଜଣଙ୍କୁ ନିଲମ୍ବନ କରିଛନ୍ତି। ଏହି ଅଫିସରମାନଙ୍କ ଦାୟିତ୍ୱହୀନତା ଯୋଗୁ ଆବଶ୍ୟକ ଅନୁମୋଦନ ନ ଥାଇ ଗେମିଂ ଜୋନ୍ ଚାଲୁଥିଲା ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏହାବ୍ୟତୀତ ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବଙ୍କ ସମେତ ୬ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି। ରାଜକୋଟ ପୌର ନିଗମ କମିଶନର ଆନନ୍ଦ ପଟେଲଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଡି.ପି. ଦେଶାଇଙ୍କୁ ନିଯୁକ୍ତ କରାଯାଇଛି। ଦେଶାଇ ଅହମଦାବାଦ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏୟୁଡିଏ)ର ସିଇଓ ରହିଛନ୍ତି।
ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ରାଜକୋଟ ପୌର ନିଗମ ଟାଉନ ପ୍ଲାନିଂ ବିଭାଗ ସହକାରୀ ଯନ୍ତ୍ରୀ ଜୟଦୀପ ଚୌଧରୀ, ଆର୍ଏମ୍ସିର ଆସିଷ୍ଟାଣ୍ଟ ଟାଉନ ପ୍ଲାନର ଗୌତମ ଜୋଷୀ, ସଡ଼କ ଓ ଅଟ୍ଟାଳିକା ବିଭାଗ ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏମ୍.ଆର୍. ସୁମା ଏବଂ ପାରସ କୋଠିୟା, ପୋଲିସ ଇନ୍ସପେକ୍ଟର ଭି.ଆର୍. ପଟେଲ ଏବଂ ଏନ୍.ଆଇ. ରାଠୋଡ। ପରେ ଆର୍ଏମ୍ସିର କାଲାଭାଦ୍ ରୋଡ୍ ଫାୟାରଷ୍ଟେଶନର ଷ୍ଟେଶନ ଅଫିସର ରୋହିତ ଭିଗୋରାଙ୍କୁ ନିଲମ୍ବନ କରାଯାଇଛି।
ଗେମିଂ ଜୋନ୍ର ଆଉ ଜଣେ ଅଂଶୀଦାର ରାହୁଲ ରାଡୋଡ୍ଙ୍କୁ ପୋଲିସ ସୋମବାର ଗିରଫ କରିଛି। ଏହାକୁ ମିଶାଇ ଅଗ୍ନିକାଣ୍ଡ ଘଟଣାରେ ଗିରଫ ସଂଖ୍ୟା ୩ରେ ପହଞ୍ଚତ୍ଛି। ରବିବାର ଅନ୍ୟତମ ଅଂଶୀଦାର ଯୁବରାଜ ସିଂ ସୋଲାଙ୍କି ଏବଂ ମ୍ୟାନେଜର ନିତୀନ ଜୈନଙ୍କୁ ଗିରଫ କରାଯାଇଥିଲା। ଗତ ଶନିବାର ରାଜକୋଟ ଗେମିଂ ଜୋନ୍ରେ ନିଆଁ ଲାଗି ଛୋଟ ପିଲାଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଏକ ନବ ଦମ୍ପତି ଓ କନ୍ୟାର ଭଉଣୀ ଅଛନ୍ତି।
ରାଜ୍ୟ ପ୍ରଶାସନ ଉପରେ ବିଶ୍ୱାସ ନାହିଁ: ହାଇକୋର୍ଟ
ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ଘଟଣାରେ ଗୁଜରାଟ ହାଇକୋର୍ଟ ପୌର ନିଗମକୁ ଭର୍ତ୍ସନା କରିଛନ୍ତି। ନିରୀହ ଲୋକମାନଙ୍କ ଜୀବନ ଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ରାଜ୍ୟ ପ୍ରଶାସନ ଉପରେ ବିଶ୍ୱାସ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏକ ଜନସ୍ବାର୍ଥ ମାମଲାରେ ପୂର୍ବରୁ ନିଆଯାଇଥିବା ଅଗ୍ନି ନିରାପତ୍ତା ନିର୍ଦ୍ଦେଶନାମାକୁ ପୌର ପ୍ରଶାସନ ୧୮ ମାସ ହେଲା ଚାପିଦେଇଥିଲା ବୋଲି ଜଷ୍ଟିସ୍ ବୀରେନ ବୈଷ୍ଣବ ଏବଂ ଦେବନ ଦେଶାଇଙ୍କ ସ୍ବତନ୍ତ୍ର ଖଣ୍ଡପୀଠ କହିଛନ୍ତି। ଗେମିଂ ଜୋନ୍ ଅଗ୍ନିକାଣ୍ଡ ଘଟଣାରେ ହାଇକୋର୍ଟ ନିଜଆଡ଼ୁ ଜନସ୍ବାର୍ଥ ମାମଲା ବିଚାର ପାଇଁ ଗ୍ରହଣ କରିଥିଲେ। ଏହା ଏକ ମାନବକୃତ ବିପର୍ଯ୍ୟୟ ବୋଲି ହାଇକୋର୍ଟ କହିଥିଲେ। ଟିଆର୍ପି ଗେମ୍ ଜୋନ୍ ଆବଶ୍ୟକ ଅନୁମତି ପାଇଁ ଆବେଦନ କରି ନ ଥିଲା ବୋଲି ପୌର ନିଗମ ପକ୍ଷରୁ କୁହାଯିବାରୁ ନିଜ ଅଞ୍ଚଳରେ ଏତେବଡ଼ ନିର୍ମାଣ ପ୍ରତି କର୍ତ୍ତୃପକ୍ଷ କିପରି ଆଖି ବୁଜିଦେଇଥିଲେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଅଗ୍ନିକାଣ୍ଡ ପାଇଁ ୨୦୨୧ରେ ଟିଆର୍ପି ଗେମିଂ ଜୋନ୍ ନିର୍ମାଣ ଦିନଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ପୌର କମିଶନର ଦାୟୀ ରହିବା ଆବଶ୍ୟକ। ସେମାନଙ୍କ ଅଲଗା ଅଲଗା ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
The post ଗେମିଂ ଜୋନ୍ ଅଗ୍ନିକାଣ୍ଡ ମାମଲା: ୨ ପୋଲିସ ସମେତ ୭ ନିଲମ୍ବିତ appeared first on Dharitri Odia News.