ଗେହଲଟ୍, ପାଇଲଟଙ୍କୁ ବଡ଼ ଦାୟିତ୍ୱ ଦେଲା କଂଗ୍ରେସ
ନୂଆଦିଲ୍ଲୀ,୧୫।୧୦: ମହାରାଷ୍ଟ୍ର ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ଏହାର ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ଦିଆଯାଇଛି। କଂଗ୍ରେସ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଦଳର ରାଷ୍ଟ୍ରୀୟ ସଭାପତି ଏଆଇସିସିର ବରିଷ୍ଠ ପର୍ଯ୍ୟବେକ୍ଷକ ଏବଂ ରାଜ୍ୟ ନିର୍ବାଚନ ବରିଷ୍ଠ ସଂଯୋଜକ ନିଯୁକ୍ତ କରାଯାଇଛି। ମୁମ୍ବାଇ ଏବଂ କୋଙ୍କଣ, ବିଦର୍ଭ (ଅମରାବତୀ ଏବଂ ନାଗପୁର), […] The post ଗେହଲଟ୍, ପାଇଲଟଙ୍କୁ ବଡ଼ ଦାୟିତ୍ୱ ଦେଲା କଂଗ୍ରେସ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧୦: ମହାରାଷ୍ଟ୍ର ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ଏହାର ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ଦିଆଯାଇଛି।
କଂଗ୍ରେସ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଦଳର ରାଷ୍ଟ୍ରୀୟ ସଭାପତି ଏଆଇସିସିର ବରିଷ୍ଠ ପର୍ଯ୍ୟବେକ୍ଷକ ଏବଂ ରାଜ୍ୟ ନିର୍ବାଚନ ବରିଷ୍ଠ ସଂଯୋଜକ ନିଯୁକ୍ତ କରାଯାଇଛି। ମୁମ୍ବାଇ ଏବଂ କୋଙ୍କଣ, ବିଦର୍ଭ (ଅମରାବତୀ ଏବଂ ନାଗପୁର), ମରାଠୱାଡା, ପଶ୍ଚିମ ମହାରାଷ୍ଟ୍ର, ଉତ୍ତର ମହାରାଷ୍ଟ୍ର ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।
ମୁମ୍ବାଇ ଏବଂ କୋଙ୍କଣ ଅଞ୍ଚଳ: ଅଶୋକ ଗେହଲଟ୍, ଜି ପରମେଶ୍ୱର
ମରାଠୱାଡା: ସଚିନ ପାଇଲଟ, ଉତ୍ତମ ରେଡ୍ଡୀ
ବିଦର୍ଭ: ଭୁପେଶ ବଘେଲ, ଚରଣଜିତ ସିଂ ଚନ୍ନି, ଉମଙ୍ଗ ସିଙ୍ଘାର
ପଶ୍ଚିମ ମହାରାଷ୍ଟ୍ର: ଟି.ଏସ ସିଂ ଦେଓ, ଏମବି ପାଟିଲ
ଉତ୍ତର ମହାରାଷ୍ଟ୍ର: ନାସିର ହୁସେନ, ଅନାସୁୟା ସୀତକା
The post ଗେହଲଟ୍, ପାଇଲଟଙ୍କୁ ବଡ଼ ଦାୟିତ୍ୱ ଦେଲା କଂଗ୍ରେସ appeared first on Dharitri Odia News.