ଗୋଲ୍ଡେନ୍ ବଲ୍ ନିଲାମକୁ ମାରାଡୋନାଙ୍କ ପରିବାରର ବିରୋଧ

ନୂଆଦିଲ୍ଲୀ: ୧୯୮୬ ମସିହା ଫିଫା ବିଶ୍ବକପ୍ ବିଜେତା ଆର୍ଜେଣ୍ଟିନା ଦଳର କିଂବଦନ୍ତି ଖେଳାଳି ଡିଏଗୋ ମାରାଡୋନାଙ୍କୁ ସର୍ବାଧିକ ଗୋଲ୍ସ୍କୋର ପାଇଁ ଗୋଲ୍ଡେନ୍ ବଲ୍ ମିଳିଥିଲା। ହେଲେ ଅନେକ ବର୍ଷ ଧରି ଏହା କେଉଁଆଡେ ଥିବା ମିଳୁ ନଥିଲା। ଏବେ କିନ୍ତୁ ଏକ ସଂସ୍ଥା ଏହାକୁ ଜୁନ୍ ୬ ତାରିଖରେ ନିଲାମ କରିବାକୁ ଯାଉଥିବାରୁ ସ୍ବର୍ଗତ ମାରାଡୋନାଙ୍କ ପରିବାର ଏହାକୁ ବିରୋଧ କରିଛନ୍ତି ଏବଂ ଆଇନଗତ ପରାମର୍ଶ ନେଇଛନ୍ତି। ତାଙ୍କୁ ଦୁଇ କନ୍ୟା ପକ୍ଷରୁ ଆଇନଜୀବୀ ଗାଇଲ୍ସ ମୋରିୟୁ […]

ଗୋଲ୍ଡେନ୍ ବଲ୍ ନିଲାମକୁ ମାରାଡୋନାଙ୍କ ପରିବାରର ବିରୋଧ

ନୂଆଦିଲ୍ଲୀ: ୧୯୮୬ ମସିହା ଫିଫା ବିଶ୍ବକପ୍ ବିଜେତା ଆର୍ଜେଣ୍ଟିନା ଦଳର କିଂବଦନ୍ତି ଖେଳାଳି ଡିଏଗୋ ମାରାଡୋନାଙ୍କୁ ସର୍ବାଧିକ ଗୋଲ୍ସ୍କୋର ପାଇଁ ଗୋଲ୍ଡେନ୍ ବଲ୍ ମିଳିଥିଲା। ହେଲେ ଅନେକ ବର୍ଷ ଧରି ଏହା କେଉଁଆଡେ ଥିବା ମିଳୁ ନଥିଲା। ଏବେ କିନ୍ତୁ ଏକ ସଂସ୍ଥା ଏହାକୁ ଜୁନ୍ ୬ ତାରିଖରେ ନିଲାମ କରିବାକୁ ଯାଉଥିବାରୁ ସ୍ବର୍ଗତ ମାରାଡୋନାଙ୍କ ପରିବାର ଏହାକୁ ବିରୋଧ କରିଛନ୍ତି ଏବଂ ଆଇନଗତ ପରାମର୍ଶ ନେଇଛନ୍ତି। ତାଙ୍କୁ ଦୁଇ କନ୍ୟା ପକ୍ଷରୁ ଆଇନଜୀବୀ ଗାଇଲ୍ସ ମୋରିୟୁ ତୁରନ୍ତ ଏକ ପିଟିସନ୍ ନାନତେରେ ଜୁଡିସିଆଲ୍ କୋର୍ଟରେ ଆବେଦନ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ପ୍ୟାରିସ୍ର ଅଗଟ୍ସ ଅକ୍ସନ୍ ହାଉସ୍ରେ ହେବାକୁ ଥିବା ନିଲାମରୁ ୧୯୮୬ ଗୋଲ୍ଡେନ୍ ବଲ୍କୁ ହଟାଇବାକୁ ଅନୁରୋଧ କରାଯିବ। ଅନ୍ୟପକ୍ଷରେ ସମ୍ପୃକ୍ତ ଗୋଲ୍ଡେନ୍ ବଲ୍ ଚୋରି ହୋଇଥିବା ମାମଲା ବି ରୁଜୁ କରାଯିବ।