ଗୋଇଠା ମାରି କବାଟ ଭାଙ୍ଗି ଭିତରେ ପଶିଲେ ଘର ମାଲିକ

ଭୁବନେଶ୍ୱର,୧୦ା୧୨(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନା ଅଞ୍ଚଳରେ ଜଣେ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ମୁହାଁମୁହିଁ ଭଳି ପରିସ୍ଥିତି ଘଟଣା ଦେଖିବାକୁ ମିଳିଛି। ଘର ମାଲିକ ନିଜ ଘର ଖାଲି କରିବାକୁ ଆସିଥିବାବେଳେ ଭଡାଟିଆଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଘରମାଲିକ ଦୁଇ ଭଉଣୀ ହୋଇଥିବା ବେଳେ ଜଣେ କୋଲକାତାରେ ଡାକ୍ତର ଥିବା ଜଣାପଡିଛି। ଅନ୍ୟପକ୍ଷରେ ଭଡ଼ାଟିଆ କହିଛନ୍ତି ଘର ମାଲିକଙ୍କୁ ୨୫ ଲକ୍ଷ ଟଙ୍କା ଅଗ୍ରିମ ଦିଆଯାଇଛି। ଚୁକ୍ତି ଅନୁସାରେ ଟଙ୍କା ଦେବା […] The post ଗୋଇଠା ମାରି କବାଟ ଭାଙ୍ଗି ଭିତରେ ପଶିଲେ ଘର ମାଲିକ appeared first on Dharitri Odia News.

ଗୋଇଠା ମାରି କବାଟ ଭାଙ୍ଗି ଭିତରେ ପଶିଲେ ଘର ମାଲିକ

ଭୁବନେଶ୍ୱର,୧୦ା୧୨(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନା ଅଞ୍ଚଳରେ ଜଣେ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ମୁହାଁମୁହିଁ ଭଳି ପରିସ୍ଥିତି ଘଟଣା ଦେଖିବାକୁ ମିଳିଛି। ଘର ମାଲିକ ନିଜ ଘର ଖାଲି କରିବାକୁ ଆସିଥିବାବେଳେ ଭଡାଟିଆଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଘରମାଲିକ ଦୁଇ ଭଉଣୀ ହୋଇଥିବା ବେଳେ ଜଣେ କୋଲକାତାରେ ଡାକ୍ତର ଥିବା ଜଣାପଡିଛି। ଅନ୍ୟପକ୍ଷରେ ଭଡ଼ାଟିଆ କହିଛନ୍ତି ଘର ମାଲିକଙ୍କୁ ୨୫ ଲକ୍ଷ ଟଙ୍କା ଅଗ୍ରିମ ଦିଆଯାଇଛି। ଚୁକ୍ତି ଅନୁସାରେ ଟଙ୍କା ଦେବା ପରେ ସେମାନେ ଘର ଛାଡ଼ିବେ।

ସୂଚନା ଅନୁସାରେ ଗତ କିଛି ବର୍ଷ ପୂର୍ବେ ମହିଳା ଡାକ୍ତରଙ୍କ ବାପା ସତ୍ୟସାଇ ଏନ୍‌କ୍ଲେଭରେ ଏକ ଘର ତିଆରି କରିଥିଲେ। ଘର ମାଲିକଙ୍କ ମୃତ୍ୟୁ ପରେ ତାଙ୍କ ଘରର ଦେଖାଶୁଣା ମହିଳା ଡାକ୍ତରଙ୍କ ମାମୁଁ କରୁଥିଲେ। ଗତ ଦୁଇ ବର୍ଷ ପୂର୍ବେ ସେ ଉକ୍ତ ଘରକୁ ଭଡ଼ା ଲଗାଇଥିଲେ।

କିନ୍ତୁ ଗତ କିଛି ମାସ ହେବ ଘର ମାଲିକ ଦୁଇଭଉଣୀ ଭଡାଟିଆଙ୍କୁ ଘର ଖାଲି କରିବାକୁ କହିଥିଲେ। କିନ୍ତୁ ଭଡ଼ାଟିଆ ଘର ଖାଲି କରୁ ନ ଥିଲେ। ଏନେଇ ପୂର୍ବରୁ ଭରତପୁର ଥାନାରେ ଏକ ଅଭିଯୋଗ ମଧ୍ୟ କରିଥିଲେ। ସୋମବାର ଦୁଇ ଭଉଣୀ ଆସି ଭଡ଼ାଟିଆଙ୍କୁ ଡାକିଥିଲେ। ଭଡ଼ାଟିଆ ଦୁଇ ଭଉଣୀଙ୍କୁ ଆକ୍ରମଣ କରିବା ସହ ଘର ତାଲା ପକାଇ ଦେଇଥିଲେ। ଏହାପରେ ଘର ମାଲିକ କେତେଜଣ ଯୁବକଙ୍କ ସହାୟତାରେ ଗୋଇଠା ମାରି କବାଟ ଭାଙ୍ଗି ଭିତରେ ପଶିଥିଲେ। ଖବର ପାଇ ଭରତପୁର ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି।

The post ଗୋଇଠା ମାରି କବାଟ ଭାଙ୍ଗି ଭିତରେ ପଶିଲେ ଘର ମାଲିକ appeared first on Dharitri Odia News.