ଗୋଚର ଜମି ଚିହ୍ନଟ କରିବାକୁ ଦାବି

କର୍ଲାମୁଣ୍ଡା,୨୫ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଗୋଚର ଜମି ଚିହ୍ନଟ ସହ ଜବରଦଖଲ ଉଚ୍ଛେଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ବ୍ଲକର ରେଗଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି, ରେଗଡାଠାରେ ଥିବା ଦୁଇଶହ ଏକରରୁ ଊଦ୍ଧର୍‌ବ ଗୋଚର ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ନିଜ ଅକ୍ତିଆରକୁ ନେଇ ଚାଷବାସ କରୁଛନ୍ତି। ଫଳରେ ଚାରଣ ଭୂମି ନ ଥିବାରୁ ଗୋରୁ, ଛେଳି, ମେଣ୍ଢା ପ୍ରତିପାଳନ ଅସମ୍ଭବ ହୋଇପଡିଛି। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ […] The post ଗୋଚର ଜମି ଚିହ୍ନଟ କରିବାକୁ ଦାବି appeared first on Dharitri Odia News.

ଗୋଚର ଜମି ଚିହ୍ନଟ କରିବାକୁ ଦାବି

କର୍ଲାମୁଣ୍ଡା,୨୫ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଗୋଚର ଜମି ଚିହ୍ନଟ ସହ ଜବରଦଖଲ ଉଚ୍ଛେଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ବ୍ଲକର ରେଗଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି, ରେଗଡାଠାରେ ଥିବା ଦୁଇଶହ ଏକରରୁ ଊଦ୍ଧର୍‌ବ ଗୋଚର ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ନିଜ ଅକ୍ତିଆରକୁ ନେଇ ଚାଷବାସ କରୁଛନ୍ତି। ଫଳରେ ଚାରଣ ଭୂମି ନ ଥିବାରୁ ଗୋରୁ, ଛେଳି, ମେଣ୍ଢା ପ୍ରତିପାଳନ ଅସମ୍ଭବ ହୋଇପଡିଛି। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ କର୍ଲାମୁଣ୍ଡା ତହସିଲଦାର, ରାଜସ୍ବ ମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ନବୀନ ଚୌଧୁରୀ, ଝସ କେତନ ଚୌଧୁରୀ, ବିପିନ ସାହୁ, ଭୁବନ ସାହୁ ପ୍ରମୁଖ ଗ୍ରାମବାସୀ ପ୍ରକାଶ କରିଛନ୍ତି।

The post ଗୋଚର ଜମି ଚିହ୍ନଟ କରିବାକୁ ଦାବି appeared first on Dharitri Odia News.