ଶିକ୍ଷାନୁଷ୍ଠାନ ବଦଳାଇପାରିବେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ର: ଆବେଦନ ଆରମ୍ଭ
ଭୁବନେଶ୍ୱର, ୫।୧(ଅସମାପିକା ସାହୁ) – ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ର ଚାହିଁଲେ ନିଜ ଶିକ୍ଷାନୁଷ୍ଠାନ ବଦଳାଇପାରିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁଯୋଗ ଦେବା ସହ ଶୁକ୍ରବାରଠାରୁ ଆବେଦନ ଆରମ୍ଭ ହୋଇଛି। ଯେଉଁ ଛାତ୍ରୀଛାତ୍ର ଗୋଟିଏ ଉଚ୍ଚ ମାଧ୍ୟମିକ ସ୍କୁଲରୁ ଅନ୍ୟ ସ୍କୁଲକୁ ବଦଳି ଚାହୁଁଥିବେ ସେମାନେ ବିଭାଗର ଓ୍ବେବସାଇଟ୍ www.samsodisha.gov.inରେ ଆବେଦନ କରିପାରିବେ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇ ସମସ୍ତ […] The post ଶିକ୍ଷାନୁଷ୍ଠାନ ବଦଳାଇପାରିବେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ର: ଆବେଦନ ଆରମ୍ଭ appeared first on Dharitri Odia News.
ଭୁବନେଶ୍ୱର, ୫।୧(ଅସମାପିକା ସାହୁ) – ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ର ଚାହିଁଲେ ନିଜ ଶିକ୍ଷାନୁଷ୍ଠାନ ବଦଳାଇପାରିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁଯୋଗ ଦେବା ସହ ଶୁକ୍ରବାରଠାରୁ ଆବେଦନ ଆରମ୍ଭ ହୋଇଛି। ଯେଉଁ ଛାତ୍ରୀଛାତ୍ର ଗୋଟିଏ ଉଚ୍ଚ ମାଧ୍ୟମିକ ସ୍କୁଲରୁ ଅନ୍ୟ ସ୍କୁଲକୁ ବଦଳି ଚାହୁଁଥିବେ ସେମାନେ ବିଭାଗର ଓ୍ବେବସାଇଟ୍ www.samsodisha.gov.inରେ ଆବେଦନ କରିପାରିବେ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇ ସମସ୍ତ ସରକାରୀ ଓ ବେସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଗାଇଡ୍ଲାଇନ୍ ଅନୁସାରେ, ଛାତ୍ରୀଛାତ୍ରମାନେ ଯେଉଁ ଶିକ୍ଷାନୁଷ୍ଠାନକୁ ବଦଳି ହେବାକୁ ଚାହୁଁଥିବେ ସେଠାରେ ସିଟ୍ ଖାଲି ଥିବା ଆବଶ୍ୟକ। ଅଭିଭାବକଙ୍କ ବଦଳି/ଅବସର/ମୃତ୍ୟୁ କିମ୍ବା ଛାତ୍ରୀଙ୍କ ବାହାଘର କିମ୍ବା କୌଣସି ଗୁରୁତର ସ୍ବାସ୍ଥ୍ୟଜନିତ ରୋଗ ଥିଲେ ବଦଳି ପାଇଁ ଆବେଦନ କରିପାରିବେ। ତେବେ ଏସବୁର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏହି ଆବେଦନ ପ୍ରକ୍ରିୟା ୧୨ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୧୩ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଯେଉଁ ଉଚ୍ଚ ମାଧ୍ୟମିକ ସ୍କୁଲ ଛାଡ଼ିବେ ସେଠାରେ ଯାଞ୍ଚ ହେବ। ପରେ ଜିଲା ନୋଡାଲ ସାମ୍ସ ରିସୋର୍ସ ସେଣ୍ଟରରେ ୧୭ ତାରିଖ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୧୬ରୁ ୨୨ ତାରିଖ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଆବେଦନ ରିଭ୍ୟୁ ଓ ଆପ୍ରୁଭାଲ ହେବ। ଯେଉଁ ଛାତ୍ରୀଛାତ୍ରଙ୍କ ଆବେଦନକୁ ଅନୁମତି ମିଳିଥିବ ସେମାନେ ୧୭ ରୁ ୨୭ତାରିଖ ମଧ୍ୟରେ ନୂଆ ଶିକ୍ଷାନୁଷ୍ଠାନରେ ନାମଲେଖାଇବେ।
The post ଶିକ୍ଷାନୁଷ୍ଠାନ ବଦଳାଇପାରିବେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ର: ଆବେଦନ ଆରମ୍ଭ appeared first on Dharitri Odia News.