ଗୋଟିଏ ପଟେ ନୂଆ ବର୍ଷକୁ ସ୍ୱାଗତ, ଅନ୍ୟପଟେ ପତିଆରା ପାଇଁ ଜୋରଦାର ପ୍ରତିଯୋଗିତା

ଭଦ୍ରକ01/01: ନୂଆ ଆଶା, ଆକାକ୍ଷାଂ ଆଉ ପ୍ରତିଜ୍ଞାକୁ ନେଇ ଆରମ୍ଭ ହୋଇଛି ନୂଆ ବର୍ଷ। ସବୁଠି ଖୁସି ଓ ସେଲିବ୍ରେସନର ମାହୋଲ୍। ଶୁଭେଚ୍ଛା ବାର୍ତ୍ତା ମୋବାଇଲକୁ ମୋବାଇଲ୍ ଘୁରି ବୁଲୁଛି । ସହରର ଗଳିକନ୍ଦି,ହାଟ ବଜାର। ସବୁଠି ଛାଇ ଯାଇଛି ହୋର୍ଡିଂ।  ସେ ନେତା ହେଉକି ଶୁଭେଚ୍ଛା। ସମସ୍ତେ ନିଜ ମନ ଭାବନାର ପ୍ରକାଶ କରି ନିଜ ଅଞ୍ଚଳବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ବାର୍ତ୍ତା। ଯାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।ଗୋଟିଏ ପଟେ ନୂଆ ବର୍ଷକୁ ସ୍ୱାଗତ ଅନ୍ୟପଟେ ପତିଆରା ପାଇଁ ଜୋରଦାର ପ୍ରତିଯୋଗିତା । ନେତାଙ୍କ ଠାରୁ ସମାଜସେବୀଙ୍କ ହୋଡିଙ୍ଗରେ ଛାଇ ଯାଇଛି ସହର । ଭଦ୍ରକ ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଏବେ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତାର ପୋଷ୍ଟର ଓ ହୋର୍ଡିଂ । ସେ ଦଳୀୟ କର୍ମକର୍ତ୍ତା ହୁଅନ୍ତୁ କି ନେତାଙ୍କ ଶୁଭେଚ୍ଛୁ। ସେମାନେ ନିଜ ମନ ପସନ୍ଦ ନେତାଙ୍କ ଫଟୋ ସହ ଶୁଭେଚ୍ଛା ବାର୍ତ୍ତା ଦେଉଥିବା ହୋଡିଙ୍ଗ ପୋଷ୍ଟର ଗୁଡ଼ିକୁ ସହରର ବିଭିନ୍ନ ସ୍ଥାନରେ ଲଗାଇଛନ୍ତି । ଏମିତି ସୌଜନ୍ୟରେ କେତେକ ସ୍ଥାନରେ ଶୁଭେଛୁମାନେ ନିଜ ନାମ ଲେଖିଥିବା ବେଳେ ଅନେକ ସ୍ଥାନରେ ନିଜ ଫଟୋ ମଧ୍ୟ ଲଗାଇଛନ୍ତି । ତେବେ ଏହି ହୋଡିଙ୍ଗ୍ ଦେଖି ଅନେକ କୁହନ୍ତି ଯେ ଶୁଭେଚ୍ଛୁମାନେ ନିଜ ମନ ପସନ୍ଦ ନେତାଙ୍କୁ ଖୁସି କରିବା ସହ ନିଜ ନିଜ ପତିଆରା ଜାହିର କରିବା ପାଇଁ ଏମିତି ହୋଡିଙ୍ଗ ଲଗାଉଛନ୍ତି । ଆଉ  କିଛି ଅଞ୍ଚଳବାସୀ କହିଛନ୍ତି ହ

ଗୋଟିଏ ପଟେ ନୂଆ ବର୍ଷକୁ ସ୍ୱାଗତ, ଅନ୍ୟପଟେ ପତିଆରା ପାଇଁ ଜୋରଦାର ପ୍ରତିଯୋଗିତା

ଭଦ୍ରକ01/01: ନୂଆ ଆଶା, ଆକାକ୍ଷାଂ ଆଉ ପ୍ରତିଜ୍ଞାକୁ ନେଇ ଆରମ୍ଭ ହୋଇଛି ନୂଆ ବର୍ଷ। ସବୁଠି ଖୁସି ଓ ସେଲିବ୍ରେସନର ମାହୋଲ୍। ଶୁଭେଚ୍ଛା ବାର୍ତ୍ତା ମୋବାଇଲକୁ ମୋବାଇଲ୍ ଘୁରି ବୁଲୁଛି । ସହରର ଗଳିକନ୍ଦି,ହାଟ ବଜାର। ସବୁଠି ଛାଇ ଯାଇଛି ହୋର୍ଡିଂ।  ସେ ନେତା ହେଉକି ଶୁଭେଚ୍ଛା। ସମସ୍ତେ ନିଜ ମନ ଭାବନାର ପ୍ରକାଶ କରି ନିଜ ଅଞ୍ଚଳବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ବାର୍ତ୍ତା। ଯାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଗୋଟିଏ ପଟେ ନୂଆ ବର୍ଷକୁ ସ୍ୱାଗତ ଅନ୍ୟପଟେ ପତିଆରା ପାଇଁ ଜୋରଦାର ପ୍ରତିଯୋଗିତା । ନେତାଙ୍କ ଠାରୁ ସମାଜସେବୀଙ୍କ ହୋଡିଙ୍ଗରେ ଛାଇ ଯାଇଛି ସହର । ଭଦ୍ରକ ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଏବେ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତାର ପୋଷ୍ଟର ଓ ହୋର୍ଡିଂ । ସେ ଦଳୀୟ କର୍ମକର୍ତ୍ତା ହୁଅନ୍ତୁ କି ନେତାଙ୍କ ଶୁଭେଚ୍ଛୁ। ସେମାନେ ନିଜ ମନ ପସନ୍ଦ ନେତାଙ୍କ ଫଟୋ ସହ ଶୁଭେଚ୍ଛା ବାର୍ତ୍ତା ଦେଉଥିବା ହୋଡିଙ୍ଗ ପୋଷ୍ଟର ଗୁଡ଼ିକୁ ସହରର ବିଭିନ୍ନ ସ୍ଥାନରେ ଲଗାଇଛନ୍ତି । ଏମିତି ସୌଜନ୍ୟରେ କେତେକ ସ୍ଥାନରେ ଶୁଭେଛୁମାନେ ନିଜ ନାମ ଲେଖିଥିବା ବେଳେ ଅନେକ ସ୍ଥାନରେ ନିଜ ଫଟୋ ମଧ୍ୟ ଲଗାଇଛନ୍ତି । 

ତେବେ ଏହି ହୋଡିଙ୍ଗ୍ ଦେଖି ଅନେକ କୁହନ୍ତି ଯେ ଶୁଭେଚ୍ଛୁମାନେ ନିଜ ମନ ପସନ୍ଦ ନେତାଙ୍କୁ ଖୁସି କରିବା ସହ ନିଜ ନିଜ ପତିଆରା ଜାହିର କରିବା ପାଇଁ ଏମିତି ହୋଡିଙ୍ଗ ଲଗାଉଛନ୍ତି । ଆଉ  କିଛି ଅଞ୍ଚଳବାସୀ କହିଛନ୍ତି ହୋର୍ଡିଂ ମାରି ଶୁଭେଚ୍ଛା ବାର୍ତ୍ତାରେ କିଛି ଅସୁବିଧା ନାହିଁ। କିନ୍ତୁ ସେମାନେ ସେବା ମନବୃତ୍ତି ରଖନ୍ତୁ।