ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ, ଅଳଙ୍କାର ସହ ହୁଣ୍ଡି ତାଡ଼ି ନେଇଗଲେ ଦୁର୍ବୃତ୍ତ

ଭଦ୍ରକ: ଠାକୁରଙ୍କୁ ବି ଛାଡ଼ିଲେନି । ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ ହୋଇଛି ।  ଭଦ୍ରକ ଜିଲ୍ଲା ତିହିଡି ଥାନା ଫତେପୁର ଛକ ରାସ୍ତା ପାଖ ତାରିଣୀ ମନ୍ଦିର ଏବଂ ପୀରହାଟ ଥାନା କମାରିଆ ପଣ୍ଡାପୋଖରୀ ସ୍ଥିତ ମା’ ତାରିଣୀ ମନ୍ଦିରର ତାଲା ଭାଙ୍ଗି ମା’ଙ୍କ ସମସ୍ତ ଅଳଙ୍କାର ଲୁଟି ନେଇଛନ୍ତି ।  ହୁଣ୍ଡି ବାକ୍ସକୁ ଭାଙ୍ଗି ସେଥିରୁ ଦାନ ଟଙ୍କା ଲୁଟି ହୁଣ୍ଡିକୁ ଅନ୍ୟତ୍ର ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି । ସେହିପରି […] The post ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ, ଅଳଙ୍କାର ସହ ହୁଣ୍ଡି ତାଡ଼ି ନେଇଗଲେ ଦୁର୍ବୃତ୍ତ appeared first on KNews Odisha.

ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ, ଅଳଙ୍କାର ସହ ହୁଣ୍ଡି ତାଡ଼ି ନେଇଗଲେ ଦୁର୍ବୃତ୍ତ
LOOT 2

ଭଦ୍ରକ: ଠାକୁରଙ୍କୁ ବି ଛାଡ଼ିଲେନି । ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ ହୋଇଛି ।  ଭଦ୍ରକ ଜିଲ୍ଲା ତିହିଡି ଥାନା ଫତେପୁର ଛକ ରାସ୍ତା ପାଖ ତାରିଣୀ ମନ୍ଦିର ଏବଂ ପୀରହାଟ ଥାନା କମାରିଆ ପଣ୍ଡାପୋଖରୀ ସ୍ଥିତ ମା’ ତାରିଣୀ ମନ୍ଦିରର ତାଲା ଭାଙ୍ଗି ମା’ଙ୍କ ସମସ୍ତ ଅଳଙ୍କାର ଲୁଟି ନେଇଛନ୍ତି ।  ହୁଣ୍ଡି ବାକ୍ସକୁ ଭାଙ୍ଗି ସେଥିରୁ ଦାନ ଟଙ୍କା ଲୁଟି ହୁଣ୍ଡିକୁ ଅନ୍ୟତ୍ର ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି ।

ସେହିପରି ପୀରହାଟ କାନପୁର ସ୍ଥିତ ଜଗନ୍ନାଥ ମନ୍ଦିର ଓ କାର୍ଯ୍ୟାଳୟ ଗୃହର ୪ଟି ତାଲା ଭାଙ୍ଗି ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ମନ୍ଦିର କମିଟି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ତେବେ ପୋଲିସ ଅଞ୍ଚଳରେ ପାଟ୍ରୋଲିଂ କରୁନଥିବାରୁ ଏପରି ଲୁଟ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

 

 

ଆହୁରି ପଢ଼ନ୍ତୁ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ, ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ଦେଲେ ହେମାମାଳିନୀ

The post ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ, ଅଳଙ୍କାର ସହ ହୁଣ୍ଡି ତାଡ଼ି ନେଇଗଲେ ଦୁର୍ବୃତ୍ତ appeared first on KNews Odisha.