ଗୋଟିଏ ରାତିରେ ୫୭ ଚାରିଚାକିଆ ,୭ ଦୁଇ ଚକିଆ ଯାନ ଜବତ
ଭୁବନେଶ୍ୱର,୧୦।୩ (ସୂର୍ଯ୍ୟକାନ୍ତ ବେହେରା) : ସେଫ ସିଟି ଡ୍ରାଇଭ ଅଭିଯାନ କ୍ରମରେ ଭୁବନେଶର ସହରାଞ୍ଚଳ ପୋଲିସ ଜିଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ରାତିରେ କମିଶନରେଟ ପୋଲିସର ବିଭିନ୍ନ ଥାନା ତରଫରୁ ଝାରପଡା, ଲକ୍ଷ୍ମୀସାଗର , କଳ୍ପନା, ରବିଟକିଜ, ନାଲକୋ ଛକ, ଆଇଓସିଏଲ ଛକ, ରେଳସଦନ ସମୁଖ, ଡମଣା ଛକ, କୀଟ ଛକ ଆଦି […] The post ଗୋଟିଏ ରାତିରେ ୫୭ ଚାରିଚାକିଆ ,୭ ଦୁଇ ଚକିଆ ଯାନ ଜବତ appeared first on Dharitri Odia News.
ଭୁବନେଶ୍ୱର,୧୦।୩ (ସୂର୍ଯ୍ୟକାନ୍ତ ବେହେରା) : ସେଫ ସିଟି ଡ୍ରାଇଭ ଅଭିଯାନ କ୍ରମରେ ଭୁବନେଶର ସହରାଞ୍ଚଳ ପୋଲିସ ଜିଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ରାତିରେ କମିଶନରେଟ ପୋଲିସର ବିଭିନ୍ନ ଥାନା ତରଫରୁ ଝାରପଡା, ଲକ୍ଷ୍ମୀସାଗର , କଳ୍ପନା, ରବିଟକିଜ, ନାଲକୋ ଛକ, ଆଇଓସିଏଲ ଛକ, ରେଳସଦନ ସମୁଖ, ଡମଣା ଛକ, କୀଟ ଛକ ଆଦି ସ୍ଥାନରେ ଚେକିଂ କରି ମୋଟ ୩୭ ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ଟ୍ରାଫିକ ଥାନା ତରଫରୁ ୨୭ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାସହ ସମୁଦାୟ ୫୭ ଟି ଚାରିଚାକିଆ ଯାନ ଓ ୭ ଟି ଦୁଇଚକିଆ ଯାନ ଜବତ କରାଯାଇଛି ।
The post ଗୋଟିଏ ରାତିରେ ୫୭ ଚାରିଚାକିଆ ,୭ ଦୁଇ ଚକିଆ ଯାନ ଜବତ appeared first on Dharitri Odia News.