ଗୋଟିଏ ହାତରେ ପତାକା, ଅନ୍ୟ ହାତରେ ବିୟର୍ ଧରି ସ୍ବାଧୀନତା ଦିବସ ପାଳନ କଲେ ମାର୍କ ଜୁକରବର୍ଗ
ଓ୍ବାଶିଂଟନ୍,୬।୭: ଆମେରିକାର ୨୪୮ତମ ସ୍ବାଧୀନତା ଦିବସ ଅବସରରେ ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କ ହାତରେ ଆମେରିକୀୟ ପତାକା ଧରି ବିୟର ପିଇବା ସମୟରେ ସର୍ଫିଂ କରି ପାଳନ କରିଥିଲେ। ଜୁକରବର୍ଗଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ତାଙ୍କ ଅବତାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆମେରିକାର ସ୍ବାଧୀନତା ଦିବସ ପାଳନ ଅବସରରେ ମାର୍କ ଜୁକରବର୍ଗ ତାଙ୍କ ଭିଡିଓକୁ ଫେସବୁକ ଏବଂ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରିଛନ୍ତି, ଯାହା ପରେ ଏଲନ ମସ୍କ […] The post ଗୋଟିଏ ହାତରେ ପତାକା, ଅନ୍ୟ ହାତରେ ବିୟର୍ ଧରି ସ୍ବାଧୀନତା ଦିବସ ପାଳନ କଲେ ମାର୍କ ଜୁକରବର୍ଗ appeared first on Dharitri Odia News.
ଓ୍ବାଶିଂଟନ୍,୬।୭: ଆମେରିକାର ୨୪୮ତମ ସ୍ବାଧୀନତା ଦିବସ ଅବସରରେ ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କ ହାତରେ ଆମେରିକୀୟ ପତାକା ଧରି ବିୟର ପିଇବା ସମୟରେ ସର୍ଫିଂ କରି ପାଳନ କରିଥିଲେ। ଜୁକରବର୍ଗଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ତାଙ୍କ ଅବତାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଆମେରିକାର ସ୍ବାଧୀନତା ଦିବସ ପାଳନ ଅବସରରେ ମାର୍କ ଜୁକରବର୍ଗ ତାଙ୍କ ଭିଡିଓକୁ ଫେସବୁକ ଏବଂ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରିଛନ୍ତି, ଯାହା ପରେ ଏଲନ ମସ୍କ ଏକ୍ସରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏକ୍ସରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ସ୍ପେସ ଏକ୍ସ ଏବଂ ଟେସଲାର ସିଇଓ ଲେଖିଛନ୍ତି, ମାର୍କ ଜୁକରବର୍ଗ ସର୍ଫିଂ କରି ତାଙ୍କ ମଜା ଉଠାଇପାରିବେ, କିନ୍ତୁ ମୁଁ କାମ କରିବାକୁ ପସନ୍ଦ କରେ।
ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରି ମାର୍କ ଜୁକରବର୍ଗ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ଆମେରିକା! ଏହି ଭିଡିଓରେ ମାର୍କ ଜୁକରବର୍ଗ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଲକ୍ଷ ୮୨ ହଜାରରୁ ଅଧିକ ଲାଇକ ପାଇଛି।
The post ଗୋଟିଏ ହାତରେ ପତାକା, ଅନ୍ୟ ହାତରେ ବିୟର୍ ଧରି ସ୍ବାଧୀନତା ଦିବସ ପାଳନ କଲେ ମାର୍କ ଜୁକରବର୍ଗ appeared first on Dharitri Odia News.