ଗୋପାଳପୁର ସମୁଦ୍ରରେ ବୁଡ଼ି ଯୁବକ ମୃତ, ପୁଲିସ ତଦନ୍ତ ଆରମ୍ଭ

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଶନିବାର ହୋଲି ଖେଳି  ଗାଧୋଉ ଥିବା ବେଳେ ପାଣିରେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିନଥିବା ପୁଲିସ କହିଛି। ସୂଚନା ଅନୁଯାୟୀ ଶନିବାର ହୋଲି ଖେଳି ଗୋପାଳପୁର ସମୁଦ୍ରକୁ ଗାଧୋଇଵା ପାଇଁ ଯୁବକ ଜଣକ ଆସିଥିଲେ। ସମୁଦ୍ରରେ ଗାଧୋଉ ଥିବା ବେଳେ ଅସାଵଧନତା ହେତୁ ପ୍ରଖର ସ୍ରୋତରେ ଭାସିଯାଇ ଯାଇଥିଲେ ଏବଂ ପାଣି ପିଇ ଗୁରୁତର ହୋଇଥିଲେ। ସମୁଦ୍ର ବେଳାଭୂମିରେ ମୁତୟନ ଥିବା ଲାଇଫଗାର୍ଡ […]

ଗୋପାଳପୁର ସମୁଦ୍ରରେ ବୁଡ଼ି ଯୁବକ ମୃତ, ପୁଲିସ ତଦନ୍ତ ଆରମ୍ଭ
ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଶନିବାର ହୋଲି ଖେଳି  ଗାଧୋଉ ଥିବା ବେଳେ ପାଣିରେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିନଥିବା ପୁଲିସ କହିଛି।
ସୂଚନା ଅନୁଯାୟୀ ଶନିବାର ହୋଲି ଖେଳି ଗୋପାଳପୁର ସମୁଦ୍ରକୁ ଗାଧୋଇଵା ପାଇଁ ଯୁବକ ଜଣକ ଆସିଥିଲେ। ସମୁଦ୍ରରେ ଗାଧୋଉ ଥିବା ବେଳେ ଅସାଵଧନତା ହେତୁ ପ୍ରଖର ସ୍ରୋତରେ ଭାସିଯାଇ ଯାଇଥିଲେ ଏବଂ ପାଣି ପିଇ ଗୁରୁତର ହୋଇଥିଲେ। ସମୁଦ୍ର ବେଳାଭୂମିରେ ମୁତୟନ ଥିବା ଲାଇଫଗାର୍ଡ ଓ ଅଗ୍ନିଶମ ବାହିନୀ ବୁଡ଼ି ଯାଉଥିବା ଯୁବକକୁ ଉଦ୍ଧାର ପରେ କୁଳକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲୋ।
ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।  ଏ ନେଇ ଗୋପାଳପୁର ଥାନାରେ ୩/୨୫ ଅପମୃତ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରୁଥିବା ଥାନା ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।