ଗୋବିନ୍ଦାଙ୍କ ଶରୀରରେ କେମିତି ବାଜିଲା ଗୁଳି: ନିଜେ କଲେ ଖୁଲାସା

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିଛି। ସକାଳେ ନିଜ ପିସ୍ତଲ ରଖୁଥିବାବେଳେ ହଠାତ୍‌ ଅସାବଧାନତା କାରଣରୁ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଗୋବିନ୍ଦା ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି। ତାଙ୍କୁ ୨୪ ଘଣ୍ଟା ପାଇଁ ଆଇସିୟୁରେ ରଖାଯିବ। ଏହି ଘଟଣା ପରେ ଗୋବିନ୍ଦା ନିଜେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ କହିଛନ୍ତି। ଗୋବିନ୍ଦା ଗୁଳି ଚଳାଇବା ଘଟଣା ଭୋର ପାଞ୍ଚଟା ବେଳେ ଘଟିଥିଲା। ସେ ସକାଳେ କୋଲକାତା ଯାଉଥିଲେ। ସେହି […] The post ଗୋବିନ୍ଦାଙ୍କ ଶରୀରରେ କେମିତି ବାଜିଲା ଗୁଳି: ନିଜେ କଲେ ଖୁଲାସା appeared first on Dharitri Odia News.

ଗୋବିନ୍ଦାଙ୍କ ଶରୀରରେ କେମିତି ବାଜିଲା ଗୁଳି: ନିଜେ କଲେ ଖୁଲାସା

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିଛି। ସକାଳେ ନିଜ ପିସ୍ତଲ ରଖୁଥିବାବେଳେ ହଠାତ୍‌ ଅସାବଧାନତା କାରଣରୁ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଗୋବିନ୍ଦା ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି। ତାଙ୍କୁ ୨୪ ଘଣ୍ଟା ପାଇଁ ଆଇସିୟୁରେ ରଖାଯିବ। ଏହି ଘଟଣା ପରେ ଗୋବିନ୍ଦା ନିଜେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ କହିଛନ୍ତି।

ଗୋବିନ୍ଦା ଗୁଳି ଚଳାଇବା ଘଟଣା ଭୋର ପାଞ୍ଚଟା ବେଳେ ଘଟିଥିଲା। ସେ ସକାଳେ କୋଲକାତା ଯାଉଥିଲେ। ସେହି ସମୟରେ ସେ ପିସ୍ତଲ ସଫା କରି ଆଲମାରୀରେ ରଖିଥିଲେ। ତା’ପରେ ପିସ୍ତଲ ହଠାତ୍‌ ତଳେ ପଡ଼ିଥିବା ଦେଖି ଗୋବିନ୍ଦା ଉଠାଇବାବେଳେ ଏହି ଘଟଣା ଘଟିଥିଲା। ଗୁଳି ଗୋବିନ୍ଦାଙ୍କ ଶରୀରରେ ବାଜିବା ପରେ ବହୁତ ରକ୍ତ ବାହାରି ଥିଲା। ଘଟଣାବେଳେ ତାଙ୍କ ସ୍ତ୍ରୀ ଘରେ ନ ଥିବା କାରଣରୁ ସେ ତାଙ୍କ ଭାଇଙ୍କୁ ଫୋନ୍‌ କରିଥିଲେ।

ଏହି ଘଟଣା ପରେ ଗୋବିନ୍ଦା କହିଛନ୍ତି, ନମସ୍କାର, ମୁଁ ଗୋବିନ୍ଦା। ଆପଣ ସମସ୍ତଙ୍କର ଆଶୀର୍ବାଦ, ମୋର ମାତାପିତାଙ୍କ ଆଶୀର୍ବାଦ ଏବଂ ମୋର ଗୁରୁଙ୍କ କୃପା ସହିତ ମୁଁ ଭଲ ଅଛି। ସେଥିରେ ଏକ ଗୁଳି ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ହଟାଇ ଦିଆଯାଇଛି। ମୁଁ ଏଠାରେ ଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଆପଣଙ୍କ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।

The post ଗୋବିନ୍ଦାଙ୍କ ଶରୀରରେ କେମିତି ବାଜିଲା ଗୁଳି: ନିଜେ କଲେ ଖୁଲାସା appeared first on Dharitri Odia News.