ଗୋରୁ ବୋଝେଇ ଟ୍ରକ ଜବତ, ଡ୍ରାଇଭର ଅଟକ
ମୋହନା ୩୦।୧୦; ଗୋରୁ ବୋଝେଇ ଟ୍ରକ୍କୁ ଅଟକାଇ ପୋଲିସର ଜିମା ଦେଲେ ଗ୍ରାମବାସୀ । ଗାଡ଼ିରୁ ଜବତ ହେଲା ୨୦ ରୁ ଉର୍ଦ୍ଧ୍ୱ ଗୋରୁ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ରଣ୍ଡିବା ଗାଁରେ l ଏହି ଗୋରୁ ଗଜପତି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ଜଣାପଡିଛି।ସୂଚନା ମୁତାବକ, ବୁଧବାର ସକାଳେ ଗୋଟିଏ ଟ୍ରକ୍ରେ ୨୦ରୁ ଅଧିକ ଗୋରୁ ବୋଝେଇ ହୋଇ ଯାଉଥିଲା । ଏହି ସମୟରେ ରଣ୍ଡିବା ଗାଁ ଲୋକେ ଟ୍ରକ୍କୁ ଅଟକାଇ ଥିଲେ । ଟ୍ରକ୍ରେ ଗୋରୁ ବୋଝେଇ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଗୋରୁ ବୋଝେଇ ଟ୍ରକ୍ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଏହି ଗୋରୁ ଗଜପତି ଜିଲାରୁ ଆନ୍ଧ୍ର ଚାଲାଣ ହେଉଥିବା ଜଣାପଡିଛି । ତେବେ ଗଜପତି ଜିଲ୍ଲାରୁ ପ୍ରତିଦିନ ଟ୍ରକ୍ରେ ଗୋରୁ ଚାଲାଣ ହେଉଥିବା ଖବର ସାମ୍ନାକୁ ଆସୁଛି l କିଛି ଦିନ ତଳେ ଆର. ଉଦୟଗିରି ନିକଟରେ ପରିବହନ ମନ୍ତ୍ରୀ ବିଭୁତି ଜେନା ଗୋରୁ ଚାଲାଣ ରୋକିବା ସହ ଗୋରୁ ଚାଲାଣ ରୋକିବାକୁ ପୋଲିସକୁ ନିର୍ଦେଶ ଦେଇଥିଲେ l
ମୋହନା ୩୦।୧୦; ଗୋରୁ ବୋଝେଇ ଟ୍ରକ୍କୁ ଅଟକାଇ ପୋଲିସର ଜିମା ଦେଲେ ଗ୍ରାମବାସୀ । ଗାଡ଼ିରୁ ଜବତ ହେଲା ୨୦ ରୁ ଉର୍ଦ୍ଧ୍ୱ ଗୋରୁ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ରଣ୍ଡିବା ଗାଁରେ l ଏହି ଗୋରୁ ଗଜପତି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ଜଣାପଡିଛି।ସୂଚନା ମୁତାବକ, ବୁଧବାର ସକାଳେ ଗୋଟିଏ ଟ୍ରକ୍ରେ ୨୦ରୁ ଅଧିକ ଗୋରୁ ବୋଝେଇ ହୋଇ ଯାଉଥିଲା । ଏହି ସମୟରେ ରଣ୍ଡିବା ଗାଁ ଲୋକେ ଟ୍ରକ୍କୁ ଅଟକାଇ ଥିଲେ । ଟ୍ରକ୍ରେ ଗୋରୁ ବୋଝେଇ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଗୋରୁ ବୋଝେଇ ଟ୍ରକ୍ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଏହି ଗୋରୁ ଗଜପତି ଜିଲାରୁ ଆନ୍ଧ୍ର ଚାଲାଣ ହେଉଥିବା ଜଣାପଡିଛି । ତେବେ ଗଜପତି ଜିଲ୍ଲାରୁ ପ୍ରତିଦିନ ଟ୍ରକ୍ରେ ଗୋରୁ ଚାଲାଣ ହେଉଥିବା ଖବର ସାମ୍ନାକୁ ଆସୁଛି l କିଛି ଦିନ ତଳେ ଆର. ଉଦୟଗିରି ନିକଟରେ ପରିବହନ ମନ୍ତ୍ରୀ ବିଭୁତି ଜେନା ଗୋରୁ ଚାଲାଣ ରୋକିବା ସହ ଗୋରୁ ଚାଲାଣ ରୋକିବାକୁ ପୋଲିସକୁ ନିର୍ଦେଶ ଦେଇଥିଲେ l