ଗୋଲାପ ଚାଷରୁ ରୋଜଗାର ବଢ଼ିଆ । ବର୍ଷକୁ ଲାଭ ଦେଉଛି ଲକ୍ଷାଧିକ ଟଙ୍କା ।
କନକ ବ୍ୟୁରୋ: ଗାଁ ମହିଳାଙ୍କୁ ଗୋଲାପ ଚାଷ ଦେଇଛି ରୋଜଗାର । ସହଯୋଗର ହାତ ବଢାଇଛି ବ୍ଲକ ପ୍ରଶାସନ । ଦୃଢ଼ ଇଚ୍ଛା ଶକ୍ତି ବଳରେ ଦିନ ମଜୁରିଆରୁ ପ୍ରଥମେ ମାଛ ଚାଷ ଓ ପରେ ଗୋଲାପ ଫୁଲ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଆଦିବାସୀ ମହିଳା । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଗାଁର ଜଣେ ବ୍ୟକ୍ତିଙ୍କ ଜମିକୁ ଲିଜ୍ ନେଇ ଗୋଲାପ ଫୁଲ ଚାଷ କରିଛନ୍ତି । ରାୟଗଡ଼ା ରାମାନାଗୁଡ଼ା ବ୍ଲକ ଖାମବାଗୁଡା ଗାଁର ମହିଳାମାନେ ପୂର୍ବରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ସହ ମୂଲ ମଜୁରୀ ଲାଗି ଜୀବିକା ନିର୍ବାହ କରୁଥିଲେ । ଏବେ ଗାଁ ମହିଳାଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆସିଛି । ଫୁଲ ଚାଷ ମହିଳାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ବ୍ଲକର ଦୁର୍ଗମ ତଥା ପାହାଡିଆ ଅଞ୍ଚଳର ପରିବେଶ ଗୋଲାପ ଚାଷ ପାଇଁ ବେଶ ଅନୁକୂଳ ହୋଇଥିବାରୁ ସେଠାକାର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ନେଇ ଏହି ଚାଷ ଆରମ୍ଭ କରିଛି ବ୍ଲକ ପ୍ରଶାସନ । ଓଡ଼ିଶା ଜୀବିକା ମିଶନ ଓ ବ୍ଲକ ପ୍ରଶାସନ ପ୍ରୟାସରେ ଏହି ଚାଷ ଆରମ୍ଭ ହୋଇଛି । ଏଥିପାଇଁ ମହିଳାଙ୍କୁ ଗୁଣୁପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯାଇଛି । ଉନ୍ନତ ଜ୍ଞାନ କୌଶଳ ଯଥା ବୁନ୍ଦା ଜଳ ସେଚନ ମାଧ୍ୟମରେ ଗୋଲାପ ଫୁଲ ଚାଷ କରିବା ପାଇଁ ତାଲିମ ପ୍ରଦାନ କରାଯାଇଛି । ପୁନେରୁ ଉନ୍ନତ ମାନର ୧୩ ହଜାର ଗୋଲାପ ଚାରା ଆଣି ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି । କ୍ଷେତରୁ ଉତ୍ପାଦିତ ଫ

କନକ ବ୍ୟୁରୋ: ଗାଁ ମହିଳାଙ୍କୁ ଗୋଲାପ ଚାଷ ଦେଇଛି ରୋଜଗାର । ସହଯୋଗର ହାତ ବଢାଇଛି ବ୍ଲକ ପ୍ରଶାସନ । ଦୃଢ଼ ଇଚ୍ଛା ଶକ୍ତି ବଳରେ ଦିନ ମଜୁରିଆରୁ ପ୍ରଥମେ ମାଛ ଚାଷ ଓ ପରେ ଗୋଲାପ ଫୁଲ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଆଦିବାସୀ ମହିଳା । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଗାଁର ଜଣେ ବ୍ୟକ୍ତିଙ୍କ ଜମିକୁ ଲିଜ୍ ନେଇ ଗୋଲାପ ଫୁଲ ଚାଷ କରିଛନ୍ତି ।
ରାୟଗଡ଼ା ରାମାନାଗୁଡ଼ା ବ୍ଲକ ଖାମବାଗୁଡା ଗାଁର ମହିଳାମାନେ ପୂର୍ବରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ସହ ମୂଲ ମଜୁରୀ ଲାଗି ଜୀବିକା ନିର୍ବାହ କରୁଥିଲେ । ଏବେ ଗାଁ ମହିଳାଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆସିଛି । ଫୁଲ ଚାଷ ମହିଳାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ବ୍ଲକର ଦୁର୍ଗମ ତଥା ପାହାଡିଆ ଅଞ୍ଚଳର ପରିବେଶ ଗୋଲାପ ଚାଷ ପାଇଁ ବେଶ ଅନୁକୂଳ ହୋଇଥିବାରୁ ସେଠାକାର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ନେଇ ଏହି ଚାଷ ଆରମ୍ଭ କରିଛି ବ୍ଲକ ପ୍ରଶାସନ ।
ଓଡ଼ିଶା ଜୀବିକା ମିଶନ ଓ ବ୍ଲକ ପ୍ରଶାସନ ପ୍ରୟାସରେ ଏହି ଚାଷ ଆରମ୍ଭ ହୋଇଛି । ଏଥିପାଇଁ ମହିଳାଙ୍କୁ ଗୁଣୁପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯାଇଛି । ଉନ୍ନତ ଜ୍ଞାନ କୌଶଳ ଯଥା ବୁନ୍ଦା ଜଳ ସେଚନ ମାଧ୍ୟମରେ ଗୋଲାପ ଫୁଲ ଚାଷ କରିବା ପାଇଁ ତାଲିମ ପ୍ରଦାନ କରାଯାଇଛି । ପୁନେରୁ ଉନ୍ନତ ମାନର ୧୩ ହଜାର ଗୋଲାପ ଚାରା ଆଣି ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ।
କ୍ଷେତରୁ ଉତ୍ପାଦିତ ଫୁଲକୁ ନିକଟସ୍ଥ ବଜାରରେ ଫୁଲ ପିଛା ୫-୧୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଗୋଲାପ ଫୁଲରୁ ଗୋଲାପ ଜଳ ପ୍ରସ୍ତୁତ କରି ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଦୁଇ ପଇସା ରୋଜଗାର କରୁଛନ୍ତି । ଉପାନ୍ତ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳ କରିବା ପାଇଁ ଓଡ଼ିଶା ଜୀବିକା ମିଶନ ତରଫରୁ ଗୋଲାପ ଫୁଲ ଚାଷ ଆରମ୍ଭ ହୋଇଛି । ଯାହା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛି ।